କଳ୍ପନା, ବବ୍ଲି ହତ୍ୟାକାଣ୍ଡ: ଆଜି ପ୍ରକାଶ ପାଇବ ରାୟ
ଝାରସୁଗୁଡ଼ା ଅଫିସ,୨।୪: ବହୁଚର୍ଚ୍ଚିତ ମା’ ଝିଅ କଳ୍ପନା ଓ ବବ୍ଲି ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ହେଲା ଜେଲରେ ଅଛନ୍ତି। ତେବେ ଶନିବାର ଏହି ଘଟଣାର ରାୟ ପ୍ରକାଶ ପାଇବ। ରାୟଗଡ଼ ଅତିରିକ୍ତ…
ଟ୍ରକ୍ ଦୁର୍ଘଟଣା: ଜଣେ ମୃତ
ରୁପ୍ରା ରୋଡ଼,୨।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ରେଳ ଫାଟକ ନିକଟରେ ଶନିବାର ଏକ ଟ୍ରକ୍ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି…
୫ ଦିନ ହେଲା ଲାଗିଛି ନିଆଁ
ନୂଆପଡ଼ା ଅଫିସ,୨।୪: ୫ ଦିନ ହେଲା ନୂଆପଡା ଜିଲାର ବିଭିନ୍ନ ଙ୍ଗଲରେ ନିଆଁ ଜଳୁଛି। ଗ୍ରାମ୍ୟ ଜଙ୍ଗଲଠାରୁ ଆରମ୍ଭ କରି ଛୋଟବଡ ପାହାଡରେ ନିଆଁ ଲାଗି ସାରିଲାଣି। ପାହାଡ ତଳି ଗାଁରେ ନିଆଁ ଲାଗିବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ…
ଭିଜିଲାନ୍ସ ଜାଲରେ ସମ୍ପାଦକ
ସୁନ୍ଦରଗଡ଼,୨।୪(ଡି.ଏନ୍.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ…
ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ
କାମାକ୍ଷାନଗର, ୨ ।୪ (ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ ହିତାଧିକାରୀଙ୍କୁ ବାଦ୍ଦେଇ ଚଞ୍ଚକତା କରି ଅନ୍ୟଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏ ନେଇ ୮୦…
‘ପ୍ରଗତି ପଥେ ଆଗେଇ ନିଅ’
ଅନୁଗୋଳ ଅଫିସ,୨ ।୪ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ ଯୋଗଦେଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ। ମୁଖ୍ୟ…
ପଳସା ସ୍ବାସ୍ଥ୍ୟଉପକେନ୍ଦ୍ର କାୟାକଳ୍ପ ବିଜେତା
ଖଇରା, ୨ ।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପଳସା ସ୍ବାସ୍ଥ୍ୟ ଉପକେନ୍ଦ୍ର କାୟାକଳ୍ପ ବିଜେତା ହେବା ସହ କୁରୁଣ୍ଟା ଓ ଡଗରପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ତୁଡିଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନ୍ତ୍ୱନାମୂଳକ ପୁରସ୍କାର ହକ୍ଦାର ହେବା ନେଇ…
ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ
ଭୋଗରାଇ, ୨ ।୪(ଡି.ଏନ.ଏ.) ଦେଶରେ କୋଭିଡ୍ କଟକଣା ହଟିଛି। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ ଶୁକ୍ରବାର…
ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସଚାଷ
ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ବାଡ଼ିରେ ଘାସ ଚାଷ କରି ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ…
କଂକ୍ରିଟ ରାସ୍ତା ଫାଟି ଆଁ
ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଶେଷ ହୋଇ ନ ଥିଲେ…
ଅସ୍ଥାୟୀ ପୋଲରେ ବାଲି ଚାଲାଣ
ବାରିପଦା ଅଫିସ,୨ ।୪ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ନିୟମ ଉଲ୍ଲଂଘନକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟ)ରେ ମାମଲା ରୁଜୁ ହୋଇଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନର ଚେତା ପଶୁନି। ବେଆଇନ ପୋଲ ନିର୍ମାଣ କରି…
ପଥର ଖାଦାନରୁ ମିଳିଲା ସୂର୍ଯ୍ୟଙ୍କ ମୃତଦେହ
ଢେଙ୍କାନାଳ ଅଫିସ୍, ୨।୪: ନିଖୋଜ ହେବାର ୪ଦିନ ପରେ ଏକ ପଥରଖାଦାନରୁ ମିଳିଛି ଆଲାଏନ୍ସ ବ୍ରଡ୍ବ୍ୟାଣ୍ଡ୍ ଇଣ୍ଟରନେଟ୍ ପ୍ରୋଭାଇଡର ସୂର୍ଯ୍ୟନାରାୟଣ ତ୍ରିପାଠୀ (୩୬)ଙ୍କ କ୍ଷତାକ୍ତ ମୃତଦେହ। ତାଙ୍କୁ ଅପହରଣ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।…

