ଲାଗିବ ସିସିଟିଭି, ମରାମତି ହେବ ନାଟମଣ୍ଡପ

ପୁରୀ ଅଫିସ,୧୪।୫: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶୁକ୍ରବାର ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ ନାଟମନ୍ଦିର ସ୍ଥିତି ସମୀକ୍ଷା କରିଛନ୍ତି। ପରିକ୍ରମା ପ୍ରକଳ୍ପ ମାମଲା ନେଇ ହାଇକୋର୍ଟରେ ଏଏସ୍‌ଆଇ ସତ୍ୟପାଠ ଦାଖଲ କରିବା ପରେ ସୁପରିଣ୍ଟେଣ୍ଡେଣ୍ଟଙ୍କର ଏହା ଥିଲା ପ୍ରଥମ ପୁରୀ ଗସ୍ତ। ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ସେ ମନ୍ଦିର ପରିସର ବୁଲି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେହିପରି ଶ୍ରୀମନ୍ଦିରକୁ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଯାଇ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିସରରେ ୨୩୬ଟି ସିସିଟିଭି ଲଗାଯିବ। ଏଥିପାଇଁ ଟେଣ୍ଡର ସରିଛି। ଏଏସ୍‌ଆଇ ତତ୍ତ୍ୱାବଧାନରେ କାର୍ଯ୍ୟ ହେବ। ନବାଦିନାତ୍ମକ ଘୋଷଯାତ୍ରା ବେଳେ ଶ୍ରୀମନ୍ଦିର ଖାଲିପଡ଼ିବ। ତେଣୁ ଏହି ସମୟରେ ସିସିଟିଭି ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। କେଉଁ ସବୁ ସ୍ଥାନରେ ସିସିଟିଭି ଲଗାଯିବ ସେନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ୍‌. ଚନ୍ଦ୍ରଶେଖର, ସୁପରିଣ୍ଟେଣ୍ଡେଣ୍ଟ ଯନ୍ତ୍ରୀ ଆଶିଷ ସୁବୁଦ୍ଧି ଏବଂ ଏଏସ୍‌ଆଇର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯନ୍ତ୍ରୀ ଚିତ୍ତରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସିସିଟିିଭି ସଂଯୋଗ ସମ୍ପର୍କିତ ସବିଶେଷ ସୂଚନା ଏଏସ୍‌ଆଇକୁ ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ କେଉଁ ସବୁ ସ୍ଥାନରେ ସିସିଟିଭି ଲଗାଯିବ ସେନେଇ ଏଏସ୍‌ଆଇକୁ ଅବଗତ କରାଯାଇଛି। ସେହିପରି ଗର୍ଭଗୃହ ଓ ନାଟମଣ୍ଡପ ମରାମତି ପାଇଁ ଏଏସ୍‌ଆଇ ପଦକ୍ଷେପ ନେଉଛି। ସୁରକ୍ଷା ପ୍ରଶାସକ ଓ ଯନ୍ତ୍ରୀମାନେ ସମ୍ପୃକ୍ତ ସ୍ଥାନଗୁଡ଼ିକ ଦେଖାଇଛନ୍ତି। ନାଟମଣ୍ଡପରେ ହୋଇଥିବା ଫାଟ ମଧ୍ୟ ମରାମତି କରାଯିବ ବୋଲି ସୂଚନା ମିଳିଛି। ଏହାପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଛି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳରୁ ବାହାରକରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯାଦବ, ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ। ହାଇକୋର୍ଟରେ ଏଏସ୍‌ଆଇ ସାନି ରିପୋର୍ଟ ଦାଖଲ କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ଉଦ୍ଦେଶ୍ୟରେ ଏହି ବୈଠକ କରାଯାଇଥିବା ସୂଚନା ମିଳିଛି। ତେବେ ପରିକ୍ରମା ପ୍ରକଳ୍ପ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ମଲ୍ଲିକ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀଙ୍କ ସହିତ ଭୋଜି ଖାଇ କ୍ୱାରାଣ୍ଟାଇନ୍‌ରେ ସରପଞ୍ଚ

କେନ୍ଦୁଝର,୨୨ା୫ (ସ୍ବ.ପ୍ର.)-କରୋନା ମହାମାରୀ ନିରାକରଣ ପାଇଁ ଜିଲାପାଳ କ୍ଷମତା ପାଇ କାମ କରୁଥିବା ବାଂଶପାଳ ବ୍ଲକର ଜଣେ ସରପଞ୍ଚ କେତେକ ପ୍ରବାସୀ ଓଡିଆ ସାଙ୍ଗଙ୍କ ସହ...

ଜଙ୍ଗଲରେ ନିଆଁ ଲିଭାଇଲେ ରାହୁଲ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): ଜଙ୍ଗଲରେ ନିଆଁ ଲିଭାଇ ଦାରିଙ୍ଗବାଡିର ରାହୁଲ ଏବେ ଚର୍ଚ୍ଚାରେ। ଏନେଇ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା କ.ନୂଆଗାଁ...

ହୀରାକୁଦ ଡ୍ୟାମ୍‌ରେ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର, ୧୯ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୪ଟି ଗେଟ୍‌ରେ ପ୍ରତି ସେକେଣ୍ଟରେ ୧ଲକ୍ଷ ୭୫...

‘ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟରେ ପରିଣତ ହୋଇଛି’

ଭୋଗରାଇ, ୨୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଥମ ବୈଠକ ବ୍ଲକ ଚେୟାରମ୍ୟାନ୍‌ ପ୍ରବୀର କୁମାର...

ଗଳାପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ, ୧୧ା୨- ବାରିପଦା ସହର ମୁର୍ଗାବାଡ଼ି ଛକ ନିକଟସ୍ଥ ନିଗମାନନ୍ଦ ଆଶ୍ରମଠାରେ ନିର୍ମାଣଧିନ ପ୍ଲାଏଓଭରରେ ଏକ ଗଳା ପୋଲ ନିର୍ମାଣ ଦାବିରେ ଅଞ୍ଚଳବାସୀ ସୋମବାର...

ଜାଲ୍‌ ଆଇକାର୍ଡ ଦ୍ୱାରା ସଚିବାଳୟରେ ପ୍ରବେଶ

ଭୁବନେଶ୍ୱର,୬।୫(ବ୍ୟୁରୋ): ଜାଲ ଆଇକାର୍ଡ ଦ୍ୱାରା ସଚିବାଳୟ ଭିତରକୁ ପ୍ରବେଶ କରିବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ...

ଫେବୃୟାରୀ ରାତିରେ ରହିବ ହାଲୁକା ଥଣ୍ଡା

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଚଳିତ ମାସ ଆରାମଦାୟକ ରହିବ। ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବା ବେଳେ ଦିନରେ ସାମାନ୍ୟ ଗରମ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ...

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି।...

Advertisement
Archives

Model This Week