ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏହି ବେଆଇନ ଖାଦାନକୁ ବନ୍ଦ କରିବା, ତଦନ୍ତ ନିର୍ଦ୍ଦେଶ, ସମ୍ପୃକ୍ତ ଅଧିକାରୀ ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରିବେଶଗତ କ୍ଷତିପୂରଣ ଆଦି ଦାବି କରି କୋଟପୁର ଗ୍ରାମର ସ୍ମୃତିରେଖା ପହି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏନ୍‌ଜିଟିରେ ୫୧/୨୦୨୨ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍ୟ ସରକାର, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ରାଜସ୍ବ କମିଶନର, ସିଆର୍‌ ଅଧ୍ୟକ୍ଷ, ଜିଲାପାଳ, ତହସିଲଦାର ଧର୍ମଶାଳା ଓ ଡିଡିଏମ୍‌ଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ହେଲେ ଏନ୍‌ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବଶ୍ୟକ ତଥ୍ୟପ୍ରମାଣ ଅଭାବରୁ ଗୁରୁବାର ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ଆବେଦନରେ ଅସ୍ପଷ୍ଟ ରହିଛି। ବିଛାଖଣ୍ଡି ପାହାଡ଼ରେ ବିପୁଳ ପରିମାଣର ବେଆଇନ ଖନନ ଚାଲିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କିନ୍ତୁ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପ୍ଲଟ, ମୌଜା ଓ ଗ୍ରାମ ଆଦି ବିଷୟ ସଂକ୍ରାନ୍ତରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏପରିକି କ’ଣ ଖନନ କରାଯାଉଛି ତାହା ବି ଆବେଦନରେ ଦର୍ଶାଯାଇନାହିଁ। ତେଣୁ ମାମଲାକୁ ଖାରଜ କରାଗଲା ବୋଲି ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଲୋକାୟୁକ୍ତରେ ବିଛାଖଣ୍ଡିରେ ବେଆଇନ କଳାପଥର ଉତ୍ତୋଳନ ମାମଲା ବିଚାରାଧୀନ ଥିବାବେଳେ ଶୁକ୍ରବାର ଭିଜିଲାନ୍ସ ତଦନ୍ତ ପାଇଁ ଆହୁରି ୩ ମାସ ସମୟ ମାଗିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ୧୨ା୪ା୨୦୨୧ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ୧୨୦/୨୦୨୧ ନମ୍ବର ମାମଲା ଉପରେ ଶୁଣାଣି କରି ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳରେ କଳାପଥର ଲୁଟ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ହୋଇଥିଲା। ତେବେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରି ୧୩ା୫ା୨୦୨୧ରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ବିଛାଖଣ୍ଡି କଳାପଥର ଖାଦାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ। ଏହିକ୍ରମରେ ଆରୁହା ଏବଂ ବିଛାଖଣ୍ଡି ମାମଲା ଉପରେ ପୂର୍ବରୁ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ରିପୋର୍ଟ ଦାଖଲ କରିଥିଲେ। ଭିିଜିଲାନ୍ସ ଏହି ମାମଲା ଉପରେ ତଦନ୍ତ ଜାରି ରଖିଥିବାବେଳେ ଶୁକ୍ରବାର ଏହାର ଶୁଣାଣି ଦିନ ଧାର୍ଯ୍ୟ ହୋଇଥିଲା। ଏ ସଂକ୍ରାନ୍ତରେ ଲୋକାୟୁକ୍ତରେ ମାମଲା ଦାଏର କରିଥିବା ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି, ବେଆଇନ କଳାପଥର ଉତ୍ତୋଳନ ଉପରେ ଏନ୍‌ଜିଟିରେ ହୋଇଥିବା ଆବେଦନ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏନ୍‌ଜିଟିଙ୍କ ରାୟ ଆବେଦନକାରୀଙ୍କୁ ଝଟକା ଦେଇଛି। କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମି ରହିଛି। ତେବେ ପ୍ରାକୃତିକ ଶୋଭାରେ ଭରପୂର ଏହି ଜଙ୍ଗଲ କିସମ ଜମି ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି। କେତେଜଣ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ବେଆଇନ ଖନନ ଏଠାରେ ଜୋର ଧରିଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଜେନାପୁର ଥାନା ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri