ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏହି ବେଆଇନ ଖାଦାନକୁ ବନ୍ଦ କରିବା, ତଦନ୍ତ ନିର୍ଦ୍ଦେଶ, ସମ୍ପୃକ୍ତ ଅଧିକାରୀ ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରିବେଶଗତ କ୍ଷତିପୂରଣ ଆଦି ଦାବି କରି କୋଟପୁର ଗ୍ରାମର ସ୍ମୃତିରେଖା ପହି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏନ୍‌ଜିଟିରେ ୫୧/୨୦୨୨ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍ୟ ସରକାର, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ରାଜସ୍ବ କମିଶନର, ସିଆର୍‌ ଅଧ୍ୟକ୍ଷ, ଜିଲାପାଳ, ତହସିଲଦାର ଧର୍ମଶାଳା ଓ ଡିଡିଏମ୍‌ଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ହେଲେ ଏନ୍‌ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବଶ୍ୟକ ତଥ୍ୟପ୍ରମାଣ ଅଭାବରୁ ଗୁରୁବାର ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ଆବେଦନରେ ଅସ୍ପଷ୍ଟ ରହିଛି। ବିଛାଖଣ୍ଡି ପାହାଡ଼ରେ ବିପୁଳ ପରିମାଣର ବେଆଇନ ଖନନ ଚାଲିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କିନ୍ତୁ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପ୍ଲଟ, ମୌଜା ଓ ଗ୍ରାମ ଆଦି ବିଷୟ ସଂକ୍ରାନ୍ତରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏପରିକି କ’ଣ ଖନନ କରାଯାଉଛି ତାହା ବି ଆବେଦନରେ ଦର୍ଶାଯାଇନାହିଁ। ତେଣୁ ମାମଲାକୁ ଖାରଜ କରାଗଲା ବୋଲି ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଲୋକାୟୁକ୍ତରେ ବିଛାଖଣ୍ଡିରେ ବେଆଇନ କଳାପଥର ଉତ୍ତୋଳନ ମାମଲା ବିଚାରାଧୀନ ଥିବାବେଳେ ଶୁକ୍ରବାର ଭିଜିଲାନ୍ସ ତଦନ୍ତ ପାଇଁ ଆହୁରି ୩ ମାସ ସମୟ ମାଗିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ୧୨ା୪ା୨୦୨୧ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ୧୨୦/୨୦୨୧ ନମ୍ବର ମାମଲା ଉପରେ ଶୁଣାଣି କରି ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳରେ କଳାପଥର ଲୁଟ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ହୋଇଥିଲା। ତେବେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରି ୧୩ା୫ା୨୦୨୧ରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ବିଛାଖଣ୍ଡି କଳାପଥର ଖାଦାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ। ଏହିକ୍ରମରେ ଆରୁହା ଏବଂ ବିଛାଖଣ୍ଡି ମାମଲା ଉପରେ ପୂର୍ବରୁ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ରିପୋର୍ଟ ଦାଖଲ କରିଥିଲେ। ଭିିଜିଲାନ୍ସ ଏହି ମାମଲା ଉପରେ ତଦନ୍ତ ଜାରି ରଖିଥିବାବେଳେ ଶୁକ୍ରବାର ଏହାର ଶୁଣାଣି ଦିନ ଧାର୍ଯ୍ୟ ହୋଇଥିଲା। ଏ ସଂକ୍ରାନ୍ତରେ ଲୋକାୟୁକ୍ତରେ ମାମଲା ଦାଏର କରିଥିବା ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି, ବେଆଇନ କଳାପଥର ଉତ୍ତୋଳନ ଉପରେ ଏନ୍‌ଜିଟିରେ ହୋଇଥିବା ଆବେଦନ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏନ୍‌ଜିଟିଙ୍କ ରାୟ ଆବେଦନକାରୀଙ୍କୁ ଝଟକା ଦେଇଛି। କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମି ରହିଛି। ତେବେ ପ୍ରାକୃତିକ ଶୋଭାରେ ଭରପୂର ଏହି ଜଙ୍ଗଲ କିସମ ଜମି ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି। କେତେଜଣ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ବେଆଇନ ଖନନ ଏଠାରେ ଜୋର ଧରିଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଜେନାପୁର ଥାନା ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?