୨୦ରୁ ‘ଜାତୀୟ ଆଦିବାସୀ ମେଳା’

କଟକ ଅଫିସ, ୧୩ା୫- କଟକ ବାଲିଯାତ୍ରା ଉପର ପଡ଼ିଆରେ ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା ସା-ପରିଚୟ ଫାଉଣ୍ଡେଶନ ପକ୍ଷରୁ ପ୍ରଥମଥର ପାଇଁ କଟକରେ ଆୟୋଜନ କରାଯାଉଛି। ଏଥିରେ ୧୨୦ରୁ ୧୪୦ଟି ଷ୍ଟଲ୍‌ ଖୋଲାଯିବାର ବ୍ୟବସ୍ଥା ହୋଇଛି। ଉକ୍ତ ଷ୍ଟଲ୍‌ଗୁଡ଼ିକରେ ଓଡ଼ିଶାର ୧୧ ଜିଲା ଓ ଦେଶର ୧୬ଟି ରାଜ୍ୟର ବିଭିନ୍ନ ଆଦିବାସୀ ଜନଜାତି ସମ୍ପ୍ରଦାୟ ସେମାନଙ୍କ କଳାକୃତି ଏବଂ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବେ ବୋଲି ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ସର୍କିଟ୍‌ ହାଉସ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିଏମ୍‌ସି ମେୟର ସୁବାସ ସିଂ ଯୋଗଦେଇ କହିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଫାଉଣ୍ଡେଶନ ପକ୍ଷରୁ ଗତ ୪ ବର୍ଷ ଧରି ଆଦିବାସୀଙ୍କ କଳାକୃତିକୁ ଲୋକପ୍ରିୟ କରାଇବା ସହ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ଏପରି ପ୍ରୟାସ କରାଯାଉଛି। ୨୦୧୭ରେ ପୁରୀଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥିବାବେଳେ ୨୦୧୮ ଓ ୧୯ରେ ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଏହା ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସରକାରୀ କୋଠାରେ ମାଳମାଳ ଅଙ୍ଗନଓ୍ବାଡି କେନ୍ଦ୍ର

ପାରାଦୀପ,୧୨ା୪(ସ୍ବ.ପ୍ର.):ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ପୌରାଞ୍ଚଳରେ ଶିଶୁ ବିକାଶ ଯୋଜନା ପ୍ରହସନ ପାଲଟିଛି। ୨୦୧୧ରୁ ପୌରାଞ୍ଚଳରେ ସରକାରୀ ଭାବେ ୮୪ କେନ୍ଦ୍ର ଚାଲିଛି। କିନ୍ତୁ...

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ...

ପୁରୁଣା ବୋରିଗୁମ୍ମା ପୋଲ ଉପରେ ୫ ଫୁଟର ଜଳ: ୧୫ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଜୟପୁର, ୬।୭(ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଫଳରେ ଯାତାୟାତ ପାଇଁ ଏକ ଅସ୍ଥାୟୀ...

ଅନୁଗୋଳ ଷ୍ଟେଶନରେ ଗଡିଲା ଟ୍ରେନ୍‌  

ଅନୁଗୋଳ ଅଫିସ, ୮।୬- ଦୀର୍ଘ ଦୁଇ ମାସ ପରେ ସୋମବାରଠାରୁ ଚଳଚଞ୍ଚଳ ହୋଇଛି ଅନୁଗୋଳ ରେଳ ଷ୍ଟେଶନ। କେନ୍ଦ୍ର ସରକାର କେତେକ ଟ୍ରେନ୍‌ ଚଳାଚଳକୁ ଅନୁମତି...

ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି

ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍‌-ଲର୍ନିଂ ଆଣ୍ଡ୍‌...

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଗୋପାଳପୁର,୧୪ା୮: ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ମୃତକ ହେଲେ ଦାମୋଦର ନାହାକ (୨୪)। ଦାମୋଦର ଉକ୍ତ...

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ...

ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ...

Advertisement
Archives

Model This Week