ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହେବା ପରେ ଏହାକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତ ବିରୋଧ କରିଛନ୍ତି। ଶହେ ମିଟର ପରିଧି ବାହାରେ ଅର୍ଥାତ୍‌ ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ଆହୁରି ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ସମ୍ପ୍ରତି ୭୫ ମିଟର ଜମି ଅଧିଗ୍ରହଣ ହୋଇଥିବା ବେଳେ ନିଷିଦ୍ଧାଞ୍ଚଳ ପାଇଁ ଅତିକମ୍‌ରେ ଶହେ ମିଟର ପରିଧିରେ ନିର୍ମାଣ ହୋଇପାରିବ ନାହିଁ। ଏହା ପରବର୍ତ୍ତୀ ଅଞ୍ଚଳରେ ନିର୍ମାଣ ହୋଇପାରିବ। ଅର୍ଥାତ୍‌ ଶହେ ମିଟରରୁ ଯେତିକି ଅଧିକ ଜମି ଅଧିଗ୍ରହଣ ହେବ, ସଂପୃକ୍ତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ଆଲୋଚନା ହେଉଛି। ତେବେ ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ହୋଇଥିବା ବ୍ୟାପକ ଖନନ ଲାଗି ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ କେବେ ହେଲା ସେନେଇ ପ୍ରଶାସନ ସ୍ପଷ୍ଟୀକରଣ ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଫଳରେ ପରିସ୍ଥିତି ଆହୁରି ଜଟିଳ ଆଡ଼କୁ ମୁହଁାଉଛି। ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ସାନି ଜମି ଅଧିଗ୍ରହଣ ହେବ। ଏହାଦ୍ୱାରା ପୁଣି ଏଏସ୍‌ଆଇ ଏବଂ ଏନ୍‌ଏମ୍‌ଏର ଅନୁମତି ଦରକାର ପଡ଼ିବ। ସେହିପରି ସାନି ଜମି ଅଧିଗ୍ରହଣ ହେଲେ ମାଟିମଣ୍ଡପ ସାହି, କାଳିକା ଦେବୀ ସାହି, ଶୂନ୍ୟ ଗୋଷାଣୀ ଲେନ୍‌ ଓ ଦୋଳମଣ୍ଡପ ସାହିର ବହୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହେବ। ବହୁ ବାସିନ୍ଦା ଓ ବରିଷ୍ଠ ସେବାୟତଙ୍କ ଘର ଭଙ୍ଗାଯିବ। ତେଣୁ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ୭୫ ମିଟର ଉଚ୍ଛେଦକୁ ଗ୍ରହଣ କରିଥିଲୁ। ମହାପ୍ରଭୁଙ୍କ କାମରେ ପୁରୀ ସହରବାସୀ ତ୍ୟାଗ କରିଥିଲେ। ମାତ୍ର ସମ୍ପ୍ରତି ଉଚ୍ଛେଦ ହେଲେ ବିରୋଧ କରାଯିବ। ଶହେ ମିଟର ବାହାରେ ଅନ୍ୟ କୌଣସି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଉ। ସେହିଭଳି ଶୂନ୍ୟଗୋଷାଣୀ ଗଳି ବାସିନ୍ଦା ନାରାୟଣ ମହାପାତ୍ର କହିଛନ୍ତି, ଜୀବନ ଦେବୁ ପଛେ ଜାଗା ଦେବୁନି। ଭିଟାମାଟି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଆଉ ଜମି ଉଚ୍ଛେଦ କଲେ ପ୍ରଶାସନକୁ ବିରୋଧ କରାଯିବ। ଅନ୍ୟପକ୍ଷରେ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଯେଉଁ ଖନନ ହୋଇଥିଲା ତାହା ପ୍ରଶାସନର ଭୁଲ୍‌। ଏଥିଲାଗି କିଏ ଅନୁମତି ଦେଲା, କାହା ନିର୍ଦ୍ଦେଶରେ କେନ୍ଦ୍ର ନିର୍ମାଣ ହେଲା ସେନେଇ ପ୍ରଶ୍ନ ଉଠିଛି। ସରକାରଙ୍କର ଯେଉଁ ରାଜସ୍ବ ନଷ୍ଟ ହେଲା। ସେଥିପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଦାୟୀ ହେବା ଦରକାର। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି

ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍‌ୱେଲ୍‌ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି।...

ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୧୩।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିବା ବେଳେ ପ୍ରାର୍ଥୀ ନିଜ ନିଜର ପ୍ରଚାର...

ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା...

ପୋଲିସ ପରିଚୟ ଦେଇ ଲୁଟ୍‌

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଚରମ୍ପା ପଥରଆଡ଼ି ରାସ୍ତାର ଏକ ଘରୋଇ ନର୍ସିଂହୋମ ନିକଟରେ ଶୁକ୍ରବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ନିଜକୁ ପୋଲିସ ଅଧିକାରୀ ପରିଚୟ...

ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ।...

ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଆରମ୍ଭ: ୪୦ ଲକ୍ଷ ଲୋକଙ୍କ କରାଯିବ ସ୍କ୍ରିନିଂ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଯାଇ ଗଠିତ ଟିମ୍‌ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି। ୩ ଦିନ ମଧ୍ୟରେ ଏହି...

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ...

୨୪ ଘଣ୍ଟାରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଶୁକ୍ରବାର ସୁଦ୍ଧା ୨୧୦ ଦେଶ ଏବଂ ୨ ଜାହାଜରେ ଏହା ପହଞ୍ଚିଛି। ଗୁରୁବାର କରାଯାଇଥିବା ଆକଳନ...

Advertisement
Archives

Model This Week