ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ ଦେବାକୁ ପ୍ରତିଶ୍ରୁତି ଦେଇ ମା’ବାପାଙ୍କ ପାଖରୁ ତାଙ୍କୁ ନେଇ ଯାଇଥିଲେ। କାମ କରି ଦୁଇ ପଇସା ରୋଜଗାର କରି ଘର ଲୋକଙ୍କୁ ଦେବେ ବୋଲି ଆଗ୍ରହର ସହ ନାବାଳିକା ଜଣକ ଘରୁ ଗୋଡ କାଢି ଯାଇଥିଲେ। ହେଲେ କାମ ତ ଦେବା ଦୂରର କଥା ତାଙ୍କୁ ୬୦ ହଜାର ଟଙ୍କାରେ ଉକ୍ତ ବ୍ୟକ୍ତି ବିକ୍ରି କରି ଦେଇଥିଲେ। ନାବାଳିକାଙ୍କୁ କିଣି ନେଇଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ପାଖରେ ରଖି ବଳାତ୍କାର କରିବା ଯୋଗୁ ସେ ଗର୍ଭବତୀ ହୋଇଥିଲେ। ପୁଅ ହେବା ପରେ ତାଙ୍କୁ ମାଡ ମାରି ବିଦା କରି ଦେଇଥିବା ନେଇ ଥାନାରେ ଗତ ୧୦ ତାରିଖରେ ଅଭିଯୋଗ ହୋଇଛି। ପୀଡ଼ିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ବୟସ ୧୭। ଗତବର୍ଷ ଗଁାର ଜଣେ ବ୍ୟକ୍ତି ଏହି ଝିଅକୁ କାମରେ ଲଗାଇ ଦେବ କହି ଘରୁ ନେଇଥିଲେ। ମାସକୁ ମାସ ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ବ୍ୟକ୍ତି ଜଣକ ଝିଅକୁ କଟକ ଜିଲା ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଲେ। ଜଗତପୁରର ଏହି ବ୍ୟକ୍ତି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଫଳରେ ପୀଡିତା ଗର୍ଭବତୀ ହୋଇଥିଲେ। ଶିଶୁ ଜନ୍ମ ପାଇଁ କଟକର ଏକ ଡାକ୍ତରଖାନାକୁ ନେଇଥିବା ବେଳେ ପୁଅ ଜନ୍ମ ହୋଇଥିଲା। ନାବାଳିକାଙ୍କୁ କିଣିକି ନେଇଥିବା ବ୍ୟକ୍ତି ଜଣକ ପରେ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକା ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚତ୍ ତାଙ୍କୁ ରଖିବାକୁ ନିବେଦନ କରିଥିଲେ। ହେଲେ ଉକ୍ତ ବ୍ୟକ୍ତି ଘରେ ତ ରଖିଲେ ନାହିଁ ବରଂ ମାଡ ମାରି ବିଦା କରି ଦେଇଥିଲେ। ପୀଡ଼ିତା ଶିଶୁପୁତ୍ର ସହ ଘରକୁ ଆସିବା ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଆଇଆଇସି କାଦମ୍ବିନୀ ପରିଡ଼ାଙ୍କୁ ପଚାରିବାରେ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ...

ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍‌ସିଏଲ୍‌

ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି ।...

ଜମି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ପୁରୁଷାନୁକ୍ରମେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ଜମିରେ ଚାରାରୋପଣ ବନ୍ଦ କରିବା, ଦୀର୍ଘଦିନ ଧରି ଦଖଲିକୃତ ଅନାବାଦୀ ଜମିକୁ ଅବିଳମ୍ବେ ପଟ୍ଟା...

ଡେବିଟ୍‌ କାର୍ଡ ଭେରିଫିକେଶନ ପାଇଁ କଲ୍‌ କରିଛୁ କହି, ଲୁଟିନେଲେ ୭.୭୪ ଲକ୍ଷ ଟଙ୍କା

ଭଦ୍ରକ ଅଫିସ,୬।୭- ଏସ୍‌ବିଆଇ ଡେବିଟ୍‌ କାର୍ଡ କମ୍ପାନୀରୁ ଭେରିଫିକେଶନ ପାଇଁ କଲ କରିଛୁ। ଆକାଉଣ୍ଟ ନମ୍ବର ଦିଅ। ମୋବାଇଲକୁ ଏକ ଓଟିପି ନମ୍ବର ଯାଇଥିବ, ତାହା...

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣା ବର୍ଷେ ପୂରିଲା; ୫ କାଉଣ୍ଟରରୁ ୧୭ ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧ା୭-  ୨୦୧୮ ଜୁନ ୨୬ ତାରିଖରେ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର ୬ ଏଟିମ୍‌ କାଉଣ୍ଟରକୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ସେଥିମଧ୍ୟରୁ...

ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ସଡ଼କ ପଥରେ ଆସି ସିଧା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମମତା...

ଓଡ଼ିଶାର ମହିଳା ବନ ଅଧିକାରୀଙ୍କୁ ମିଳିବ ଜାତିସଂଘ ପୁରସ୍କାର

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟ୍‌ ରୋକିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ମହିଳା ବନ ଅଧିକାରୀ ସସ୍ମିତା ଲେଙ୍କା ମିଳିତ ଜାତିସଂଘର ଏସିଆ...

Advertisement
Archives

Model This Week