ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏନେଇ ଶୁକ୍ରବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ଏସ୍‌ଡିଓ ଭଗବାନ ସାହୁ ଓ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଉଭୟ କାର୍ଯ୍ୟସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେମାନେ ଠିକାଦାରଙ୍କ କର୍ମଚାରୀଙ୍କୁ ଠିକ ଭାବେ କାମ କରିବାପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ଖୁବ୍‌ କମ୍‌ ଦିନରେ ସୂଚନା ଫଳକ ଉଭୟ କାର୍ଯ୍ୟରେ ଲଗାଯିବ ବୋଲି ଏସ୍‌ଡିଓ ପ୍ରକାଶ କରିଥିଲେ। ଏହାଛଡ଼ା ୬.୮୮ କୋଟି ବ୍ୟୟ ଅଟକଳରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ ଏବଂ ୧.୬୬କୋଟି ବ୍ୟୟ ଅଟକଳରେ କେସିଙ୍ଗା ମହାବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କଲେ ସ୍ବାମୀ

ରାଉରକେଲା ଅଫିସ,୬ା୫: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଟୋଲାରେ ଘରୋଇ କଳହକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ସ୍ତ୍ରୀଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା...

ଜେଏମ୍‌ଏମ୍‌ ଗଡ଼ରେ ଧସେଇ ପଶିବାକୁ କସରତ

ଉଦଳା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ପରିଷଦର ୧ନଂ. ଜୋନ୍‌ରେ ଏବେ ଚାଲିଛି ଜୋରଦାର ପଲଟିକାଲ ଫାଇଟ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଧସେଇ ପଶିବାକୁ...

ଜଙ୍ଗଲରେ ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୁଆଡିହି ଗ୍ରାମରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ନାବାଳିକା ଗାଁ...

ଯାଜପୁରରେ ୨, କେନ୍ଦ୍ରାପଡ଼ା ଜିଲାକୁ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୩ା୨: ରାଜ୍ୟ ସରକାରଙ୍କ ସ୍ବାସ୍ଥ ଓ ପରିବାର ମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟର ୭ଟି ସ୍ଥାନରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବ ବୋଲି...

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର, ୧।୬(ବ୍ୟୁରୋ): ଶନିବାର ଓଡ଼ିଶାରେ ପହଞ୍ଚିବ ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ରାତି ପ୍ରାୟ ୯ଟାରେ ତାଙ୍କ ମୃତଦେହ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ...

୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) – କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି...

ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ: ଡ୍ରାଇଭର ଅଟକ, ଟ୍ରକ୍‌ ଜବତ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ସୋମବାର ରାତିରେ ଏକ ଡମ୍ପର ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲ।...

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌...

Advertisement
Archives

Model This Week