ଆମ ଜିଲା ଖବର

କାଳବୈଶାଖୀରେ ଗଛପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ମାରଦା ଗ୍ରାମରେ ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଏକ ଗଛ ଉପୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ତାଙ୍କ ନାମ ରସବତୀ ଦେହୁରୀ (୫୦)। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିଲା। ଖବର…

ପୁଷ୍ପଶ୍ରୀଙ୍କୁ ହରାଇଲେ ନିବେଦିତା

ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଭାଜପାର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ସେ। ଏନ୍‌ଏସିର ୧୧ଟି ୱାର୍ଡରୁ ୯…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୬।୪: ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟ…

କୋର୍ଟ ଚାଲାଣ ହେଲେ ରୋଷଘର ଭାଙ୍ଗିଥିବା ଅଭିଯୁକ୍ତ

ପୁରୀ ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ରଙ୍କୁ ଶ୍ରୀମନ୍ଦିର ରୋଷଘର ଭାଙ୍ଗିବା ଅଭିଯୋଗରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଜଗନ ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ…

ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ କିଛି ଅସହଜ ଅନୁଭବ କରିଥିଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ…

ପ୍ରତିଷ୍ଠା ଦିବସରେ ଭାଜପା ଛାଡ଼ିଲେ ବରିଷ୍ଠ ନେତା ଦେବାନନ୍ଦ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଭାଜପା ପ୍ରତିଷ୍ଠା ଦିବସରେ ଗଞ୍ଜାମ ଭାଜପାକୁ ଲାଗିଛି ଶକ୍ତ ଧକ୍କା। ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁଠାରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍‌ କରି ଜଣାଇଛନ୍ତି। ୧୯୮୮ରୁ ମହାପାତ୍ର…

ବଲାଙ୍ଗୀର ମ୍ୟୁନିସିପାଲଟିର ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ,୬ା୪: ବଲାଙ୍ଗୀର ମ୍ୟୁନିସିପାଲଟିର ନବ ନିର୍ବାଚିତ ଅଧ୍ୟକ୍ଷା ଲିକା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ୨୧ଜଣ କାଉନ୍‌ସିଲରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା…

ଧାନ ନ ଉଠିବାରୁ ରାସ୍ତାରୋକ

ନିଶ୍ଚିନ୍ତକୋଇଲି, ୬।୪ (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ ନ କିଣିବାରୁ ଚାଷୀମାନେ ବୁଧବାର କଟକ ଚାନ୍ଦବାଲି ରାସ୍ତାର ପନସପଡ଼ିଆ ନିକଟରେ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କୁ ଅନ୍‌ଲାଇନରେ ଧାନ ବିକିବା ପାଇଁ…

ବୈଷୟିକ ଛାତ୍ରୀଛାତ୍ର ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୬।୪ – ବାଲେଶ୍ୱର କୁରୁଡ଼ାସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଏକାଡ଼େମୀ ଅଫ ବିଜ୍‌ନେସ ଆଡ଼ମିନଷ୍ଟ୍ରେଶନ (ଏବିଏ)ର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉନ୍ନତ…

ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ

ଚମ୍ପୁଆ, ୬।୪(ଡି.ଏନ୍‌.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ ଟୋକନ୍‌ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ସୂଚନା ଅନୁସାରେ, ଚମ୍ପୁଆ ଲ୍ୟାମ୍ପ…

ଚିନ୍ତା ବଢ଼ାଇଛି ନକଲି ସାର, କୀଟନାଶକ

ରବିନାରାୟଣ ପାତ୍ର, ଜଳେଶ୍ୱର, ୬।୪ – ଚଳିତ ରବିଋତୁରେ ବାଲେଶ୍ୱର ଜିଲା ଜଳେଶ୍ୱର କୃଷି ଜିଲାରେ ବ୍ୟାପକ ରବିଧାନ ଚାଷ ହୋଇଥିବା ବେଳେ ନକଲି ସାର ଓ କୀଟନାଶକ ଯୋଗୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସାର…

‘କୌଶଳ ପ୍ରୟୋଗ କଲେ ସୁରକ୍ଷିତ ରହିବ’

ଛେଣ୍ଡିପଦା,୬।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କୋଶଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆମତ୍ରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଭାମାରାଣୀ ତ୍ରିପାଠୀ ଯୋଗଦେଇ ଛାତ୍ରୀମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?