ବିଦ୍ୟୁତ୍‌ ଖୁଣ୍ଟ ଚୋରି ବେଳେ ୩ ଲୁଟେରାଙ୍କୁ କାବୁ କଲା ପୋଲିସ୍‌

ଉଦଳା, ୧୬।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ମଉଦା ଅଞ୍ଚଳରେ ଗତ ଶନିବାର କେତେଜଣ ଲୁଟେରା ବିଦ୍ୟୁତ୍‌ ଖୁଣ୍ଟ ଚୋରି କରୁଥିଲେ। ବିଲ ଭିତରେ ଉକ୍ତ ଖୁଣ୍ଟ ଥିବା ବେଳେ ତାହାକୁ ଗ୍ୟାସ୍‌ କଟରରେ କାଟି ଏକ ଟାଟା ଏସିଇ ଗାଡିରେ ଲୋଡ କରି ସାରିଥିଲେ ା
ହେଲେ ପୋଲିସ୍‌ କୌଣସି ସୂତ୍ରରୁ ଖବରପାଇ ସେଠାରେ ପହଞ୍ଚିବାପରେ ଘଟଣାସ୍ଥଳରୁ ୩ଜଣଙ୍କୁ ଧରିଥିବାବେଳେ ଅନ୍ୟ ୩ଜଣ ଖସି ପଳାଇଛନ୍ତି। ପୋଲିସ୍‌ ୩ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ ହୋଇଥିବା ଗ୍ୟାସ୍‌ ଟାଙ୍କି, କଟର ମେଶିନ୍‌ ସମେତ କଟା ଯାଇଥିବା ବିଦ୍ୟୁତ୍‌ ଖୁଂଟ ଏବଂ ଗାଡିକୁ ଜବତ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳର ବିଜୟ କୁମାର ମଲ୍ଲିକ, ରତିକାନ୍ତ ପୃଷ୍ଟି, କାର୍ତ୍ତିକ ଚନ୍ଦ୍ର ବେହେରା। ପୋଲିସ ଅନ୍ୟ ଲୁଟେରାଙ୍କୁ ଗିରଫ କରିବାପାଇଁ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri