ସୋମ ଅଟୋ: ପ୍ରତିଦିନ ନୂଆ ଅଭିଜ୍ଞତା

ଢେଙ୍କାନାଳ ରାଜ ପରିବାର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ। ଉଚ୍ଚଶିକ୍ଷା ସମାପ୍ତ କରି ପରିବାରର ପରାମର୍ଶକ୍ରମେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ଜଣେ ଭ୍ରମଣପ୍ରିୟ ମଣିଷ ହୋଇଥିବାରୁ ମନରେ ଗାଡ଼ି ବ୍ୟବସାୟ ପ୍ରତି ଆଗ୍ରହ ଜନ୍ମିଥିଲା। ଲୋକଙ୍କୁ ଚାକିରି ଯୋଗାଇଦେବା ଲକ୍ଷ୍ୟରେ ସେ ୨୦୦୬ ସେପ୍ଟେମ୍ବରରୁ ଢେଙ୍କାନାଳରେ ‘ହିରୋ’ର ଅଧିକୃତ ବିକ୍ରେତା ହୋଇ ‘ସୋମ ଅଟୋ’ ନାମରେ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରିଥିଲେ। ୨୦୦୭ ଜାନୁୟାରୀରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ପରେ ଦୁଇଚକିଆ ଯାନ ବ୍ୟବସାୟରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜ ପରିବାରରୁ ବର୍ତ୍ତମାନର ରାଜକାର୍ଯ୍ୟ ପର୍ଯ୍ୟନ୍ତ ଯାତ୍ରା ନେଇ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ମନଖୋଲି କହିଛନ୍ତି ହର୍ଷବର୍ଦ୍ଧନ।

ବର୍ଷର କୋଭିଡ୍‌ ମହାମାରୀ ସାଙ୍ଗକୁ ଅହେତୁକ ତୈଳ ଦର ବୃଦ୍ଧି ଦୁଇଚକିଆ ଯାନ ବ୍ୟବସାୟକୁ କିଭଳି ପ୍ରଭାବିତ କରିଛି?
କୋଭିଡ୍‌ ମହାମାରୀ ସମୟରେ ଦୁଇଚକିଆ ଯାନ ବ୍ୟବସାୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଗୋଟିଏପଟେ ସଂକ୍ରମଣର ଭୟ, ଅପରପକ୍ଷେ ସରକାରଙ୍କ କୋଭିଡ୍‌ କଟକଣା ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରି ନ ଥିଲେ। ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା। ତୈଳ ଦର ବୃଦ୍ଧି ଯୋଗୁ ସବୁବର୍ଗର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଲେ। ପରିବହନ ସେବା ବେଶ୍‌ ପ୍ରଭାବିତ ହୋଇଥିଲା। ସାମଗ୍ରୀ ଓ ଶ୍ରମିକ ଅଭାବରୁ ଗାଡ଼ି ଉପତ୍ାଦନ ହ୍ରାସ ପାଇଥିଲା। ସବୁଠୁ ବଡ଼କଥା ହେଲା କୋଭିଡ୍‌ ସମୟରେ ସଂସ୍ଥାର କର୍ମଚାରୀମାନେ ରୋଟେଶନ ପଲିସିରେ କାମ କଲେ। ଫଳରେ ଏକତୃତୀୟାଂଶ କର୍ମଚାରୀଙ୍କୁ ନେଇ ଶୋ’ରୁମ୍‌ ପରିଚାଳନା କରାଯାଉଥିଲା।

ଆସନ୍ତା ବର୍ଷ ଆପଣଙ୍କ ବ୍ୟବସାୟ କିଭଳି ଉନ୍ନତି କରିପାରିବ ବୋଲି ଭାବୁଛନ୍ତି?
କୋଭିଡ୍‌ ଯୋଗୁ ଗତ କିଛିମାସ ହେବ ସବୁ ଗୋଳମାଳ ହୋଇଯାଇଛି। ବର୍ତ୍ତମାନ ପରି ସବୁ ଠିକ୍‌ ରହିଲେ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଫଳରେ ଆସନ୍ତା ବର୍ଷରେ ପୂର୍ବ ଭଳି ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରିବେ। ଗାଡ଼ି ବ୍ୟବସାୟ ନିଶ୍ଚିତ ଭଲ ହେବ ବୋଲି ଆମେ ଆକଳନ କରୁଛୁ।
ଢେଙ୍କାନାଳରେ ଆପଣ ‘ହିରୋ’ ବାଇକ୍‌ର ସର୍ବବୃହତ୍‌ ବିକ୍ରେତା। ସଂସ୍ଥାର ବ୍ୟବସାୟ ବୃଦ୍ଧି ପାଇଁ କେଉଁ ନୂତନ ଚିନ୍ତା କରୁଛନ୍ତି?
ଢେଙ୍କାନାଳରେ ଆମେ ସବୁଠାରୁ ବଡ଼ ଡିଲର ହୋଇଥିଲେ ମଧ୍ୟ ସଂସ୍ଥାର ବ୍ୟବସାୟ ବୃଦ୍ଧି ପାଇଁ ଅନେକ ଯୋଜନା କରାଯାଉଛି। କମ୍ପାନୀ ବିଜ୍ଞାପନ, ସୋସିଆଲ ମିଡିଆ, ଟେଲିଭିଜନ ଓ ପ୍ରିଣ୍ଟ ମିଡିଆ ଭଳି ମାଧ୍ୟମରେ ଗ୍ରାହକଙ୍କ ନିକଟତର ହେବା ସହ ଯାନ ବିକ୍ରି ପାଇଁ ଗ୍ରାହକକୈନ୍ଦ୍ରିକ ହେବାକୁ ପ୍ରୟାସ କରୁଛୁ। ଗାଡ଼ି ବିକ୍ରି ଓ ବିକ୍ରିର ପରବର୍ତ୍ତୀ ସେବାକୁ ଗୁରୁତ୍ୱ ଦେଇଆସୁଛୁ। ବିଶେଷକରି ହିରୋର ସମସ୍ତ ପ୍ରଡକ୍ଟ ଅତି ଉଚ୍ଚମାନର ରହିଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ହାଟ ଏବଂ ଗ୍ରାମାଞ୍ଚଳରେ ଲୋକସମ୍ପର୍କ ବୃଦ୍ଧି ସହ ସେଲ୍ସ ସର୍ଭିସ୍‌ ପାଇଁ ଷ୍ଟଲ ମାଧ୍ୟମରେ ରୋଟେଶନ ପଲିସିରେ ପ୍ରଚାର ପ୍ରସାର କରାଯାଉଛି। ପୁରୁଣା ଗ୍ରାହକମାନଙ୍କୁ ଫୋନ୍‌ରେ ନୂଆ ଗାଡ଼ି ଓ ମଡେଲର ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଉଛି।

ବଜାରରେ ଦୁଇଚକିଆ ‘ହିରୋ’ ଯାନର ବିଶେଷତ୍ୱ କିଭଳି ରଖିବାକୁ ଚାହୁଁଛନ୍ତି?
ଆଜି ମଧ୍ୟ ହିରୋ ବାଇକ୍‌ ସାରା ଦେଶରେ ୧ ନମ୍ବରରେ ରହିଛି। ହିରୋର ସର୍ଭିସ ସେଣ୍ଟର ମଧ୍ୟ ଅନ୍ୟଠାରୁ ଅଧିକ। ଗ୍ରାହକ ଘର ପାଖରେ ଭଲ ସର୍ଭିସ୍‌ ପାଇଲେ କମ୍ପାନୀ ପ୍ରତି ଆଗ୍ରହ ପ୍ରକାଶ କରିବେ। ପ୍ରାୟ ୪୦ ବର୍ଷ ହେବ ହିରୋ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜମାଇପାରିଛି। ଏହାର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ମୂଲ୍ୟ ଯୋଗୁ ହିରୋ ବାଇକ୍‌ ପ୍ରତି ଲୋକଙ୍କ ଆଗ୍ରହ ରହିଛି। ହିରୋର ଚାହିଦା ଏବେ ଧୀରେ ଧୀରେ ବଢୁଛି, ଆଗକୁ ବିକ୍ରି ମଧ୍ୟ ଭଲ ହେବ ବୋଲି ଆଶା।

କୋଭିଡ୍‌ ଭୟରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଲୋକେ ନାପସନ୍ଦ କରୁଥିବାବେଳେ ନିଜେ ମଧ୍ୟ ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କ’ଣ କହିବେ?
ବର୍ତ୍ତମାନ ହିରୋ ବାଇକ୍‌ ପ୍ରତି ଲୋକଙ୍କ ଆଗ୍ରହ ରହିଛି। ଗ୍ରାମାଞ୍ଚଳରେ ମଧ୍ୟ ଦୁଇଚକିଆ ଯାନ କିଣିବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି। ପ୍ରାୟ ୭୦% ଲୋକ ଗାଡ଼ି କିଣିବା ପାଇଁ ଆଗ୍ରହୀ ଅଛନ୍ତି। ମାର୍କେଟ ଚାହିଦା ଅନୁଯାୟୀ କମ୍ପାନୀ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଗାଡ଼ି ଉପତ୍ାଦନ କରୁଛି। ରାଜସ୍ଥାନର ଜୟପୁରଠାରେ ହିରୋ ପକ୍ଷରୁ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପମେଣ୍ଟ ନାମରେ ଏକ ସେଣ୍ଟର ଖୋଲାଯାଇଛି। କୋଭିଡ୍‌ ସମୟରେ ହୋଇଥିବା ସମସ୍ୟାକୁ ଏବେ ବିଭିନ୍ନ ଉପାୟରେ ମେକ୍‌ଅପ୍‌ କରାଯାଉଛି। ଆଗକୁ ବଢ଼ିବା ଆଶାରେ ଆଗାମୀ ଯୋଜନା କରାଯାଉଛି।

ବର୍ତ୍ତମାନ କମ୍ପାନୀର ବ୍ୟାଟେରି ଗାଡ଼ି ଆସୁଛି, ଢେଙ୍କାନାଳରେ ଏହାର ଚାହିଦା କିପରି ରହିଛି?
ଆଜିର ଦିନରେ ସମସ୍ତେ ପ୍ରଦୂଷଣମୁକ୍ତ ହୋଇ ରହିବା ପାଇଁ ଚାହୁଁଛନ୍ତି। ତେଣୁ ଢେଙ୍କାନାଳ ଜିଲାରେ ବ୍ୟାଟେରି ଗାଡ଼ିର ଚାହିଦା ମଧ୍ୟ ବଢୁଛି। ଆମେ ବାଇକ୍‌ ମାର୍କେଟ ସେଗ୍‌ମେଣ୍ଟରେ ୧ନଂ.ରେ ଅଛୁ। ସ୍କୁଟର କ୍ଷେତ୍ରରେ ମଧ୍ୟ ଚାହିଦା ବଢ଼ାଉଛୁ। ବର୍ତ୍ତମାନ ପ୍ଲେଜରର ନୂତନ ମଡେଲର ଚାହିଦା ବଢୁଛି। ଆଗକୁ ଉନ୍ନତ ଟେକ୍ନୋଲୋଜିର ବାଇକ୍‌ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ଲୋକପ୍ରିୟତା ହାସଲ ଲକ୍ଷ୍ୟ ରଖାଯାଇଛି।

ଦୁଇଚକିଆ ଯାନ ବ୍ୟବସାୟ ପ୍ରତି ଆପଣଙ୍କ ଆଗ୍ରହ କିିପରି ବଢ଼ିଲା?
ମୁଁ ପ୍ରଥମେ ସାମରିକ ବାହିନୀରେ ଯୋଗଦେବା ପାଇଁ ଭାବିଥିଲି। ହେଲେ ସେଥିରେ ମୁଁ ସଫଳତା ପାଇ ନ ଥିଲି। ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନରେ ଆମର ବଡ଼ ଜମି ଥିବାରୁ ଉକ୍ତ ସ୍ଥାନରେ ଏକ ଭଲ ବ୍ରାଣ୍ଡ୍‌ର ବାଇକ୍‌ ଶୋ’ରୁମ୍‌ କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ପରିବାର ଓ ପରିଜନଙ୍କ ପରାମର୍ଶ କ୍ରମେ ହିରୋ ବାଇକ୍‌ର ଡିଲରଶିପ୍‌ ଆଣି ବ୍ୟବସାୟ ଆରମ୍ଭ କଲି। ଉକ୍ତ ବ୍ୟବସାୟରୁ ବହୁତ କିଛି ଶିଖିବାକୁ ମିଳିଛି। କମ୍ପାନୀ ମଧ୍ୟ ବହୁ ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଇଛି। ଆମେ ଗୋଟିଏ ଟିମ୍‌ ଭଳି କାମ କରୁଛୁ। ପ୍ରତିଦିନ ନୂଆ ଅଭିଜ୍ଞତା ମିଳୁଛି। ୧୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର ମୂଲ୍ୟବାନ୍‌ ଗ୍ରାହକ ସୃଷ୍ଟି କରିପାରିଛୁ। ମାର୍କେଟ ଚାହିଦା ଅନୁଯାୟୀ କମ୍ପାନୀ ଆଗକୁ ବଢୁଛି। ନୂତନ ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି।

ବ୍ୟବସାୟରେ ସଫଳତାର ଶ୍ରେୟ କାହାକୁ ଦେବେ?
ବ୍ୟବସାୟ କରିବା ପରେ ମିଳିଥିବା ସଫଳତାର ଶ୍ରେୟ ପ୍ରଥମତଃ ମୁଁ ମୋର ମାତାପିତା ଓ ପରିବାରଙ୍କୁ ଦେବି। ମୋ ସ୍ତ୍ରୀ ଚନ୍ଦ୍ରିକା କୁମାରୀ ମୋତେ ବ୍ୟବସାୟରେ ସହଯୋଗ କରୁଛନ୍ତି। ୨ୟରେ ଶ୍ରେୟ ହିରୋ କମ୍ପାନୀକୁ ଦେବି। ସବୁଠାରୁ ଅଧିକ ଶ୍ରେୟ ଆମ ଗ୍ରାହକ ବନ୍ଧୁଙ୍କର। ୧୫ ବର୍ଷ ହେଲା ସେମାନେ ଆମକୁ ଆଶୀର୍ବାଦ କରିଆସିଛନ୍ତି। ଆମେ ଚାହଁୁ ଯିଏ ଆମ ପାଖକୁ ଆସୁଛନ୍ତି ହସି ହସି ଯାଆନ୍ତୁ ଏବଂ ଆଉ ଥରେ ଆସନ୍ତୁ।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଅବସର ସମୟରେ ମୁଁ ଭ୍ରମଣରେ ଯାଏ। ଘରେ ଥିଲେ ଇନ୍‌ଡୋର ଗେମ୍‌ ସହ ଟିଭି ଦେଖେ, ଗୀତ ଶୁଣେ ଓ ଖବରକାଗଜ ପଢ଼ିଥାଏ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥାଏ। ବେଳେବେଳେ ଗଛର ଯନତ୍ ନେବା ସହ ଚାରାରୋପଣ ଭଳି କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?