ଗୋମାତା ସୁରକ୍ଷା ପାଇଁ ଭାରତ ପରିଭ୍ରମଣ: ବସ୍ତାରେ ପହଞ୍ଚିଲେ ଇଞ୍ଜିନିୟର ଶିବରାଜ

ବସ୍ତା, ୧୬।୫(ଡି.ଏନ.ଏ.) : ଗୋମାତାଙ୍କ ସୁରକ୍ଷା ତଥା ଗୋହତ୍ୟା ବନ୍ଦ ପାଇଁ ଜଣେ ଇଞ୍ଜିନିୟର ସଚେତନତା ପଦଯାତ୍ରାରେ ସାରା ଭାରତ ଭ୍ରମଣ କରିବା ଅବସରରେ ଚାଲି ଚାଲି ରବିବାର ସନ୍ଧ୍ୟାରେ ବସ୍ତାରେ ପହଞ୍ଚିଛନ୍ତି। ରାଜସ୍ଥାନର ଜୟପୁର ନିବାସୀ ଶିବରାଜ ସିଂ ଶେଖାଓ୍ବତ ୨୦୨୧ ଡିସେମ୍ବର ୨୧ ତାରିଖରୁ ରାମେଶ୍ୱରରୁ ବାହାରିଛନ୍ତି। ଦୀର୍ଘଦିନ ଧରି ପଦଯାତ୍ରା କରି ହିନ୍ଦୁମାନଙ୍କୁ ଗୋମାତାର ସୁରକ୍ଷା ବିଷୟରେ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି। ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ ପଦଯାତ୍ରା ଶେଷ କରି ଓଡିଶାରେ ପହଞ୍ଚିଛନ୍ତି। ସେ ତାଙ୍କର ଏହି କଷ୍ଟକର ପଦାଯାତ୍ରା ସମୟରେ ଏକାକୀ ବିଭିନ୍ନ ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କୁ ତାଙ୍କର ଅଭିପ୍ରାୟ ବିଷୟରେ ଅବଗତ କରିଛନ୍ତି। ଗୋମାତଙ୍କ ସୁରକ୍ଷା ଦିଗରେ ସଭିଏଁ ସଚେତନ ରହିବା ସହ ସରକାର ମଧ୍ୟ ଏ ଦିଗରେ ଆଇନ ପ୍ରଣୟନ କରି ଗୋହତ୍ୟା ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।
ବିଭିନ୍ନ ସ୍ଥାନରେ ଗୋଶାଳା ଖୋଲାଯିବା ତଥା ବିଭିନ୍ନ ଗୋଚର ଜମିରେ ସରକାରଙ୍କ ତରଫରୁ ଗୋରୁମାନଙ୍କ ରହିବା ପାଇଁ ବନ୍ଦୋବସ୍ତ କରିବା ଜରୁରୀ ବୋଲି ଜଣାଇଛନ୍ତି। ପ୍ରତ୍ୟେକ ଦିନ ସେ ପ୍ରାୟ ୨୦ରୁ ୩୦ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri