କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଭୋଟିଂ ସରିଛି। ତେବେ ବିଏମ୍‌ସି ପକ୍ଷରୁ ସଫେଇଠାରୁ ଆରମ୍ଭ କରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ପୋଷାକ, ଡ୍ରେନେଜ ସଫେଇ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ସହରର ବ୍ୟବସାୟ ପ୍ରତିଷ୍ଠାନ ଓ ରାସ୍ତା ଘାଟରେ ପଡି ରହିଥିବା ଶୁଖିଲା ଆବର୍ଜନା ସଂଗ୍ରହ ପାଇଁ ବିଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ୩ଟି ଆଣ୍ଟି ଲିଟେରିଂ ଭାକ୍ୟୁମ କ୍ଲିନର ମେଶିନ ରଖାଯାଇଛି। ଏହା ଦ୍ୱାରା ରାସ୍ତାରେ ପଡିଥିବା ପଲିଥିନ, ଗୁଟଖା ଜରି, ଶୁଖିଲା ପତ୍ର ଓ ଅନ୍ୟାନ୍ୟ ଶୁଖିଲା ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ସହରର ଅଳ୍ପ କେତେକ ସ୍ଥାନରେ ବ୍ୟବହାର କରାଯାଇ ଆବର୍ଜନା ସଂଗ୍ରହ କରାଯାଇଥିଲା।
ସୂଚନାଥାଉକି, ମେଶିନ ପାଇଁ ସାଧାରଣତଃ ୨ ଜଣ କର୍ମଚାରୀ ଆବଶ୍ୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହି ମେଶିନ ବ୍ୟବହୃତ ହେଉ ନ ଥିବା ଦେଖିବାକୁ ମିଳିଛି। ମେଶିନ ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ଆବଶ୍ୟକ ଥିବା ବେଳେ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହାକୁ ଚଳାଇବା ସମ୍ଭବ ହୋଇପାରୁ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ଏହି ଭାକ୍ୟୁମ କ୍ଲିନର ମେଶିନ କାର୍ଯ୍ୟରେ ଲାଗୁ ନାହିଁ। ଫଳରେ ଆବର୍ଜନା ସଫେଇ କ୍ଷେତ୍ରରେ ଲକ୍ଷ୍ୟ ସାଧନ ହୋଇପାରି ନାହିଁ। ଫଳରେ ସହର ବିଭିନ୍ନ ଉଠା ଦୋକାନୀ ଓ ମୁଖ୍ୟ ରାସ୍ତା ଗୁଡିକରେ ଶୁଖିଲା ଆବର୍ଜନା ଏଣେତେଣେ ପଡି ସହରର ସ୍ବଚ୍ଛ ବାତାବରଣକୁ ପ୍ରଦୂଷିତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏପରିକି ବିଏମସି କାର୍ଯ୍ୟାଳୟ ପରିସରରେ ଅବ୍ୟବହୃତ ଭାବେ ଗୋଟିଏ ମେସିନ ପଡି ରହିଥିବା ଦେଖିବାକୁ ମିଳିଛି।
ଏ ନେଇ ବିଏମସି ସାନିଟେସନ ବିଭାଗର ସାଗରିକା ଖଣ୍ଡୁଆଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ଏହି ମେଶିନ ୨ ଜଣ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଆଗାମୀ ଦିନରେ ସଫେଇ କର୍ମଚାରୀଙ୍କୁ ମେଶିନ ସମ୍ପର୍କରେ ଠିକ ତାଲିମ ଦିଆଯିବା ପରେ ସହରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri