ଜେଲରେ ଥିବା ସମୀରଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୬।୫: ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଟଙ୍କା ଠକେଇ ଅଭିଯୋଗରେ ସମୀର ନାୟକ ଏବେ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ପୁଣି ତାଙ୍କ ନାମରେ ବଡବଜାର ଥାନାରେ ଏକ ସମାନ ଅଭିଯୋଗ ଆସିଛି। ଏହି ଘଟଣାଙ୍କୁ ନେଇ ପୋଲିସ ନଂ.୧୦୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଚାକିରି ସନ୍ଧାନରେ ଥିବା ସଦର ଥାନା ଅନ୍ତର୍ଗତ ପାଣ୍ଡିଆଝୋଳି ଗ୍ରାମର ସୁନିଦ୍ଦ କୁମାର ଚୌଧୁରୀଙ୍କ ସହ କିଛି ବର୍ଷ ପୂର୍ବେ ସମୀର ନାୟକ ପରିଚିତ ହୋଇଥିଲେ। ସମୀର ନିଜକୁ ଓଡ଼ିଶା ମେଡିକାଲ ରିକ୍ୟୁରିଟମେଣ୍ଟ ବୋର୍ଡର ସେକ୍ରେଟାରୀ ବୋଲି ଦର୍ଶାଇବା ସହ ଉକ୍ତ ଯୁବକଙ୍କୁ ମେଡ଼ିକାଲରେ ସୁପରଭାଇଜର କିମ୍ବା ଡାଟାଏଣ୍ଟ୍ରି ଭାବରେ ଚୁକ୍ତିଭିତ୍ତିକ ଚାକିରି କରାଇଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବାବଦକୁ ସମୀର ଅଶାୟୀ ଯୁବକଙ୍କଠାରୁ ମୋଟ ୫୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଅନେକ ଦିନ ବିତିବା ପରେ ମଧ୍ୟ ଯୁବକ ଜଣଙ୍କ ଚାକିରି ସମ୍ପର୍କିତ ନିଯୁକ୍ତି ପତ୍ର ନ ପାଇବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସମୀର ଜଣେ ମହିଳାଙ୍କ ୭୦ ହଜାର ଟଙ୍କା ଠକି ନେଇଥିଲେ। ବଡ଼ ବଜାର ପୋଲିସ ମାମଲା ନଂ ୧୦୧/୨୨ରେ ସମୀରଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri