ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରାପଡ଼ିଲା

ବଡ଼ବିଲ, ୧୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ୍‌ ସହ ବାଇକ୍‌କୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୭ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୁଜରାଟ ରାଜ୍ୟ ବେହରାମପୁରା ଗ୍ରାମର ଜଫର ଉସମାନ୍‌ ସେଖ୍‌, ବିହାର ରାଜ୍ୟ ସମସ୍ତିପୁର ଜିଲା ସସନ ଗ୍ରାମର ଦିନେଶ ସାହାଣି, ସମ୍ବଲପୁର ଜିଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ସୁଜିତ କୁମାର ସାହୁ, ଯାଜପୁର ଜିଲା ଚଣ୍ଡିଖୋଲ ଅଞ୍ଚଳର ରଞ୍ଜନ ଶର୍ମା, କାଟେସାହି ଗ୍ରାମର ଅଜିତ କୁମାର ପାତ୍ର, ଚୋରମାଲଦା ଅଞ୍ଚଳର ଜୟମଙ୍ଗଲ ମୁଣ୍ଡା ଏବଂ ସାଧୁସିଂହ ହଟିଂ ଅଞ୍ଚଳର ମହମ୍ମଦ ରଫିକ୍‌।
ଅନୁଯାୟୀ, ଶନିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ, ଏସଆଇ ବରଦା ସାହୁ ସଦଳବଳ ଜାତୀୟ ରାଜପଥର ଟଣ୍ଟୋ ଠାରେ ପହଞ୍ଚି ରୁଗୁଡି ଆଡୁ ଆସୁଥିବା ଟ୍ରକ୍‌କୁ ଅଟକାଇଥିଲେ। ଟ୍ରକ୍‌ ଅଟକାଇବା ଦେଖି ବାଇକ୍‌ ଛାଡି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲାବେଳେ ପୋଲିସ ଯାଞ୍ଚ କରି ଟ୍ରକ୍‌ରେ ବୋଝେଇ ହୋଇଥିବା ମାଙ୍ଗାନିଜ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୨୦ ମେଟ୍ରିକ ଟନ୍‌ ମାଙ୍ଗାନିଜ ବୋଝେଇ ଟ୍ରକ୍‌ ସହ ବାଇକଟିକୁ ଜବତ କରିଥିଲା। ସେମାନଙ୍କ ନିକଟରୁ ପୋଲିସ ନଗଦ ୫୫ ହଜାର ଟଙ୍କା, ୮ଟି ମୋବାଇଲକୁ ମଧ୍ୟ ଜବତ କରିଛି। ସୁନ୍ଦରଗଡ ଜିଲା କୋଇଡ଼ା ଥାନା ମାଲଦା ଅଞ୍ଚଳରୁ ବେଆଇନ ମାଙ୍ଗାନିଜ ଉତ୍ତୋଳନ କରାଯାଇ ଛତିଶଗଡ ରାଜ୍ୟ ହଜାରିବାଗ ଅଞ୍ଚଳକୁ ଚୋରାଚାଲାଣ ହେଉଥିଲା। ପୋଲିସ ଏ ନେଇ ଏକ ମାମଲା (ନଂ. ୮୬/୨୦୨୨) ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri