ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରାପଡ଼ିଲା

ବଡ଼ବିଲ, ୧୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ୍‌ ସହ ବାଇକ୍‌କୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୭ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୁଜରାଟ ରାଜ୍ୟ ବେହରାମପୁରା ଗ୍ରାମର ଜଫର ଉସମାନ୍‌ ସେଖ୍‌, ବିହାର ରାଜ୍ୟ ସମସ୍ତିପୁର ଜିଲା ସସନ ଗ୍ରାମର ଦିନେଶ ସାହାଣି, ସମ୍ବଲପୁର ଜିଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ସୁଜିତ କୁମାର ସାହୁ, ଯାଜପୁର ଜିଲା ଚଣ୍ଡିଖୋଲ ଅଞ୍ଚଳର ରଞ୍ଜନ ଶର୍ମା, କାଟେସାହି ଗ୍ରାମର ଅଜିତ କୁମାର ପାତ୍ର, ଚୋରମାଲଦା ଅଞ୍ଚଳର ଜୟମଙ୍ଗଲ ମୁଣ୍ଡା ଏବଂ ସାଧୁସିଂହ ହଟିଂ ଅଞ୍ଚଳର ମହମ୍ମଦ ରଫିକ୍‌।
ଅନୁଯାୟୀ, ଶନିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ, ଏସଆଇ ବରଦା ସାହୁ ସଦଳବଳ ଜାତୀୟ ରାଜପଥର ଟଣ୍ଟୋ ଠାରେ ପହଞ୍ଚି ରୁଗୁଡି ଆଡୁ ଆସୁଥିବା ଟ୍ରକ୍‌କୁ ଅଟକାଇଥିଲେ। ଟ୍ରକ୍‌ ଅଟକାଇବା ଦେଖି ବାଇକ୍‌ ଛାଡି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲାବେଳେ ପୋଲିସ ଯାଞ୍ଚ କରି ଟ୍ରକ୍‌ରେ ବୋଝେଇ ହୋଇଥିବା ମାଙ୍ଗାନିଜ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୨୦ ମେଟ୍ରିକ ଟନ୍‌ ମାଙ୍ଗାନିଜ ବୋଝେଇ ଟ୍ରକ୍‌ ସହ ବାଇକଟିକୁ ଜବତ କରିଥିଲା। ସେମାନଙ୍କ ନିକଟରୁ ପୋଲିସ ନଗଦ ୫୫ ହଜାର ଟଙ୍କା, ୮ଟି ମୋବାଇଲକୁ ମଧ୍ୟ ଜବତ କରିଛି। ସୁନ୍ଦରଗଡ ଜିଲା କୋଇଡ଼ା ଥାନା ମାଲଦା ଅଞ୍ଚଳରୁ ବେଆଇନ ମାଙ୍ଗାନିଜ ଉତ୍ତୋଳନ କରାଯାଇ ଛତିଶଗଡ ରାଜ୍ୟ ହଜାରିବାଗ ଅଞ୍ଚଳକୁ ଚୋରାଚାଲାଣ ହେଉଥିଲା। ପୋଲିସ ଏ ନେଇ ଏକ ମାମଲା (ନଂ. ୮୬/୨୦୨୨) ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଦାମରେ ବସ୍ତା କିଣୁଛନ୍ତି ଚାଷୀ

ଚମ୍ପୁଆ,୨୦।୧୨(ଡି.ଏନ.ଏ)  ଧାନ ଅମଳ ପ୍ରାୟ ୯୯ ଭାଗ ଶେଷ ହୋଇଯାଇଥିବା ବେଳେ ଚାଷୀ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ବସ୍ତା। ଧାନ ସାଇତି ରଖିବା ହେଉ...

ଖସିଲା ପାରଦ, ବଢ଼ିଲା ଶୀତ

କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ବିଳମ୍ବରେ ହେଉ ପଛେ କେନ୍ଦୁଝର ଜିଲାରେ ଶୀତ ଆସିଛି। ଧିରେ ଧିରେ ଜଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ତାପମାତ୍ରା...

ତେଲକୋଇରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ: ଗୋଟିଏ କୋଠରିରେ ଚାଲିଛି ୩ ଶ୍ରେଣୀ

ତେଲକୋଇ, ୩।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ଭଳି ଭିତ୍ତିଭୂମି...

୭ ବର୍ଷରୁ ଚିହ୍ନୁଥିଲେ ଜଡ଼ିବୁଟି

କେନ୍ଦୁଝର, ୩ା୩ (ସ୍ବ.ପ୍ର.): ପିଲା ଦିନରୁ ମାତ୍ର ୭ ବର୍ଷ ବୟସରୁ ବାପାଙ୍କ ସହିତ ଜଡିବୁଟି ଚିକିତ୍ସା କରି ଆଜି ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୈଦ୍ୟ...

ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ...

ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ...

  ରେଳଲାଇନ କଡ଼ରେ ଡେରାପକାଇଛନ୍ତି ହାତୀପଲ

କେନ୍ଦୁଝର,୪।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କଣ୍ଡରାପଶି ହାଟ ନିକଟ ରେଳଲାଇନ କଡ଼ରେ ସାତଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀମାନଙ୍କ ଉପସ୍ଥିତିକୁ ନେଇ କଣ୍ଡରାପଶି, ନଇଗାଁର...

ମିଳିଲା ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ: ବଳାତ୍କାର ପରେ ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ହଳଦୀଗୁଣା ଗ୍ରାମରେ ଶୁକ୍ରବାର ଏକ ପାଞ୍ଚବର୍ଷୀୟା ଶିଶୁକନ୍ୟା ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁଟି ଗତ ବୁଧବାରଠାରୁ...

Advertisement
Archives

Model This Week