ବିଲୁପ୍ତି ପଥେ କେନ୍ଦୁଝର ଛଉ ନୃତ୍ୟ

କେନ୍ଦୁଝର, ୧୬।୫: କେନ୍ଦୁଝର ଜିଲାରେ ପ୍ରସିଦ୍ଧ ପ୍ରାଚୀନ ଛଉନୃତ୍ୟ ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ହୋଇପଡିଛି। ଖଣି ଓ ଶିଳ୍ପର ପ୍ରାଚୁର୍ଯ୍ୟ ମଧ୍ୟରେ ଏହି ପ୍ରାଚୀନ କଳା ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଛି। ପାଉଥିବା ପାଉଣା ହେଉ ବା ମୁହଁରେ ପାଉଡର ମାରି ଅଭିନୟର ସରାଗକୁ ପୋଛି ନେଇଛି କରୋନା। ଛଉନୃତ୍ୟ ମୟୁରଭଞ୍ଜ ଭଳି କେନ୍ଦୁଝରରେ ବହୁବର୍ଷ ଧରି ଚାଲିଆସୁଥିଲେ ହେଁ ପ୍ରୋତ୍ସାହନ ଓ ପ୍ରସାରଣ ଅଭାବରୁ ଏହା ସେଭଳି ନାଁ କରିପାରୁ ନାହିଁ। ତେବେ ଅସନପାଟର ଛଉନୃତ୍ୟ ପାଇଁ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଜିଲା ପ୍ରଶାସନ ଉକ୍ତ ଛଉଗ୍ରାମ ଅସନପାଟ ଏବଂ ଏହି ଗ୍ରାମର ଛଉକଳା ଓ କଳାକାରର ବିକାଶ ପାଇଁ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।
ଜିଲାର ‘ଛଉଗ୍ରାମ’ ଭାବେ ପରଚିତ ଝୁମ୍ପୁରା ବ୍ଲକର ଅସନପାଟ ଗ୍ରାମରେ ରହିଛି ୬ଟି ସାହି। ଲକ୍ଷ୍ମୀ ନାରାୟଣ ଛଉନାଟ୍ୟ ସଂଘ, ଶିବ ତାଣ୍ଡବ ନାଟ୍ୟ ସଂଘ, କେଦାରଗୌରୀ ନାଟ୍ୟ ସଂଘ, ହରପାର୍ବତୀ ନାଟ୍ୟ ସଂଘ, ଦୁର୍ଗତିନାଶିନୀ ଆଦି ୬ଟି ସଂଘ ବା ଗ୍ରୁପ ରହିଛି। ପ୍ରତ୍ୟେକ ଗ୍ରୁପରେ ପାଖାପାଖି ୨୦ ଜଣ କଳାକାର ଅଛନ୍ତି। ଏହି ନୃତ୍ୟ ଦଳମାନେ ସ୍ବର୍ଣ୍ଣପଦ୍ମା ବସ୍ତ୍ରହରଣ, କିରାତ ଅର୍ଜୁନ, ଛଦ୍ମବେଶୀ, ଦଶଅବତାର, କାଞ୍ଚି ଅଭିଯାନ, ବଂଶୀ ଚୋରି, ଗରୁଡ ବାହନ ଓ କାଳି ରକ୍ତ ଆଦି ବହୁ ପୌରାଣିକ ବିଷୟ ଉପରେ ଆଧାରିତ ଛଉନୃତ୍ୟ କରିଥାନ୍ତି। ପ୍ରତ୍ୟେକ ସାହିରେ ଏକ ସ୍ଥାୟୀ ପେଣ୍ଡାଲ ରହିଛି। ପ୍ରତିବର୍ଷ ପଣାସଂକ୍ର୍ରାନ୍ତି ସମୟରେ ଗ୍ରାମର ଆରାଧ୍ୟ ଦେବୀ ମା’ ବାସୁଳୀଙ୍କ ପୀଠରେ ଏହି ଦଳଗୁଡିକ ପୂଜାପାଠ କରିଥାନ୍ତି। ଉକ୍ତଦିନ ଛଉଦଳର କଳାକାରମାନେ ରଙ୍ଗବେରଙ୍ଗ ପୋଷାକରେ ସଜ୍ଜିତ ହୋଇ ପାରମ୍ପରିକ ଛଉନୃତ୍ୟର ଶୁଭାରମ୍ଭ କରିଥାନ୍ତି ଏବଂ ଏହା ରାତିତମାମ ଚାଲିଥାଏ। ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ନୃତ୍ୟ ଉପଭୋଗ କରିଥାନ୍ତି। ମାତ୍ର କରୋନା ପାଇଁ ଗତ ଦୁଇବର୍ଷ ହେବ ଏହା ବନ୍ଦ ହୋଇ ରହିଛି ା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ପରି। ସହାୟତା ଓ ପ୍ରୋତ୍ସାହନ ପାଇବା ଆଶାରେ ଦଳଗୁଡିକ ପଞ୍ଜୀକୃତ କରାଯାଇଥିଲେ ହେଁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ସହାୟତା ମିଳୁ ନଥିବାରୁ ଛଉ କଳାକାରମାନେ ଆଗଭଳି ଆଉ ଏଥିପ୍ରତି ମନ ବଳାଉନାହାନ୍ତି। ତେଲଲୁଣ ସଂସାର ଭିତରେ ରହି ଏହାର କଳାକାରମାନେ ଏହି କଳାକୁ ବଞ୍ଚାଇ ରଖିବାକୁ ସମର୍ଥ ହେଉ ନାହାନ୍ତି। ନୃତ୍ୟମଣ୍ଡପ ବା ପେଣ୍ଡାଲ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି। ଅର୍ଥାଭାବରୁ କଳାକାରମାନେ ସଜ୍ଜିତ ହେବାକୁ ରଙ୍ଗ କିମ୍ବା ରଙ୍ଗବେରଙ୍ଗ ପୋଷାକ କିଣିପାରୁ ନାହାନ୍ତି।
ଜିଲାରେ ପାଣ୍ଠିର ଅଭାବ ନାହିଁ କିନ୍ତୁ ଆନ୍ତରିକତାର ଅଭାବ ଯୋଗୁ ଏହି କଳାର ବିକାଶ ହୋଇପାରୁନାହିଁ। ଏଣୁ ବଡବଡ ଶିଳ୍ପସଂସ୍ଥା ଏହି ଛଉଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସର୍ବାଙ୍ଗୀନ ବିକାଶ ସାଙ୍ଗକୁ ଛଉକଳାର ବିକାଶ ଦିଗରେ ପଦକ୍ଷେପ ନେଲେ ଲୋପ ପାଇବାକୁ ବସିଥିବା ଏହି ପ୍ରାଚୀନ କଳାସଂସ୍କୃତି ସୁରକ୍ଷିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏହି ପ୍ରାଚୀନ କଳା ଏବେ ଲୋପ ପାଇବାକୁ ବସିଛି। ଏପରି କି ଯୁବପିଢି ଆଉ ଏକ ପ୍ରାଚୀନ କଳାକୁ ଆଦରିବାକୁ ପସନ୍ଦ କରୁନାହାନ୍ତି ବୋଲି ଗ୍ରାମର ବିରଞ୍ଚି ନାଏକ କୁହନ୍ତି। ଉକ୍ତ ଛଉନୃତ୍ୟରେ ନିଜର ମୂଲ୍ୟବାନ ସମୟ ଦାନ କରିଥିବା ବହୁ ପୁରୁଣା କଳାକାର, ନୃତ୍ୟଗୁରୁମାନେ ଏବେ ଦାରିଦ୍ର୍ୟତା ମଧ୍ୟରେ ରହୁଥିଲେ ହେଁ ସେମାନଙ୍କ ପାଇଁ ଏଯାଏ ଭତ୍ତା ବ୍ୟବସ୍ଥା ହୋଇପାରିନାହିଁ। ଏଣୁ ସରକାର ଚାହିଁଲେ ଏହି କଳା ଓ କଳାକାରଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ସୁରେନ୍ଦ୍ର ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?