ବିଲୁପ୍ତି ପଥେ କେନ୍ଦୁଝର ଛଉ ନୃତ୍ୟ

କେନ୍ଦୁଝର, ୧୬।୫: କେନ୍ଦୁଝର ଜିଲାରେ ପ୍ରସିଦ୍ଧ ପ୍ରାଚୀନ ଛଉନୃତ୍ୟ ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ହୋଇପଡିଛି। ଖଣି ଓ ଶିଳ୍ପର ପ୍ରାଚୁର୍ଯ୍ୟ ମଧ୍ୟରେ ଏହି ପ୍ରାଚୀନ କଳା ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଛି। ପାଉଥିବା ପାଉଣା ହେଉ ବା ମୁହଁରେ ପାଉଡର ମାରି ଅଭିନୟର ସରାଗକୁ ପୋଛି ନେଇଛି କରୋନା। ଛଉନୃତ୍ୟ ମୟୁରଭଞ୍ଜ ଭଳି କେନ୍ଦୁଝରରେ ବହୁବର୍ଷ ଧରି ଚାଲିଆସୁଥିଲେ ହେଁ ପ୍ରୋତ୍ସାହନ ଓ ପ୍ରସାରଣ ଅଭାବରୁ ଏହା ସେଭଳି ନାଁ କରିପାରୁ ନାହିଁ। ତେବେ ଅସନପାଟର ଛଉନୃତ୍ୟ ପାଇଁ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଜିଲା ପ୍ରଶାସନ ଉକ୍ତ ଛଉଗ୍ରାମ ଅସନପାଟ ଏବଂ ଏହି ଗ୍ରାମର ଛଉକଳା ଓ କଳାକାରର ବିକାଶ ପାଇଁ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।
ଜିଲାର ‘ଛଉଗ୍ରାମ’ ଭାବେ ପରଚିତ ଝୁମ୍ପୁରା ବ୍ଲକର ଅସନପାଟ ଗ୍ରାମରେ ରହିଛି ୬ଟି ସାହି। ଲକ୍ଷ୍ମୀ ନାରାୟଣ ଛଉନାଟ୍ୟ ସଂଘ, ଶିବ ତାଣ୍ଡବ ନାଟ୍ୟ ସଂଘ, କେଦାରଗୌରୀ ନାଟ୍ୟ ସଂଘ, ହରପାର୍ବତୀ ନାଟ୍ୟ ସଂଘ, ଦୁର୍ଗତିନାଶିନୀ ଆଦି ୬ଟି ସଂଘ ବା ଗ୍ରୁପ ରହିଛି। ପ୍ରତ୍ୟେକ ଗ୍ରୁପରେ ପାଖାପାଖି ୨୦ ଜଣ କଳାକାର ଅଛନ୍ତି। ଏହି ନୃତ୍ୟ ଦଳମାନେ ସ୍ବର୍ଣ୍ଣପଦ୍ମା ବସ୍ତ୍ରହରଣ, କିରାତ ଅର୍ଜୁନ, ଛଦ୍ମବେଶୀ, ଦଶଅବତାର, କାଞ୍ଚି ଅଭିଯାନ, ବଂଶୀ ଚୋରି, ଗରୁଡ ବାହନ ଓ କାଳି ରକ୍ତ ଆଦି ବହୁ ପୌରାଣିକ ବିଷୟ ଉପରେ ଆଧାରିତ ଛଉନୃତ୍ୟ କରିଥାନ୍ତି। ପ୍ରତ୍ୟେକ ସାହିରେ ଏକ ସ୍ଥାୟୀ ପେଣ୍ଡାଲ ରହିଛି। ପ୍ରତିବର୍ଷ ପଣାସଂକ୍ର୍ରାନ୍ତି ସମୟରେ ଗ୍ରାମର ଆରାଧ୍ୟ ଦେବୀ ମା’ ବାସୁଳୀଙ୍କ ପୀଠରେ ଏହି ଦଳଗୁଡିକ ପୂଜାପାଠ କରିଥାନ୍ତି। ଉକ୍ତଦିନ ଛଉଦଳର କଳାକାରମାନେ ରଙ୍ଗବେରଙ୍ଗ ପୋଷାକରେ ସଜ୍ଜିତ ହୋଇ ପାରମ୍ପରିକ ଛଉନୃତ୍ୟର ଶୁଭାରମ୍ଭ କରିଥାନ୍ତି ଏବଂ ଏହା ରାତିତମାମ ଚାଲିଥାଏ। ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ନୃତ୍ୟ ଉପଭୋଗ କରିଥାନ୍ତି। ମାତ୍ର କରୋନା ପାଇଁ ଗତ ଦୁଇବର୍ଷ ହେବ ଏହା ବନ୍ଦ ହୋଇ ରହିଛି ା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ପରି। ସହାୟତା ଓ ପ୍ରୋତ୍ସାହନ ପାଇବା ଆଶାରେ ଦଳଗୁଡିକ ପଞ୍ଜୀକୃତ କରାଯାଇଥିଲେ ହେଁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ସହାୟତା ମିଳୁ ନଥିବାରୁ ଛଉ କଳାକାରମାନେ ଆଗଭଳି ଆଉ ଏଥିପ୍ରତି ମନ ବଳାଉନାହାନ୍ତି। ତେଲଲୁଣ ସଂସାର ଭିତରେ ରହି ଏହାର କଳାକାରମାନେ ଏହି କଳାକୁ ବଞ୍ଚାଇ ରଖିବାକୁ ସମର୍ଥ ହେଉ ନାହାନ୍ତି। ନୃତ୍ୟମଣ୍ଡପ ବା ପେଣ୍ଡାଲ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି। ଅର୍ଥାଭାବରୁ କଳାକାରମାନେ ସଜ୍ଜିତ ହେବାକୁ ରଙ୍ଗ କିମ୍ବା ରଙ୍ଗବେରଙ୍ଗ ପୋଷାକ କିଣିପାରୁ ନାହାନ୍ତି।
ଜିଲାରେ ପାଣ୍ଠିର ଅଭାବ ନାହିଁ କିନ୍ତୁ ଆନ୍ତରିକତାର ଅଭାବ ଯୋଗୁ ଏହି କଳାର ବିକାଶ ହୋଇପାରୁନାହିଁ। ଏଣୁ ବଡବଡ ଶିଳ୍ପସଂସ୍ଥା ଏହି ଛଉଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସର୍ବାଙ୍ଗୀନ ବିକାଶ ସାଙ୍ଗକୁ ଛଉକଳାର ବିକାଶ ଦିଗରେ ପଦକ୍ଷେପ ନେଲେ ଲୋପ ପାଇବାକୁ ବସିଥିବା ଏହି ପ୍ରାଚୀନ କଳାସଂସ୍କୃତି ସୁରକ୍ଷିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏହି ପ୍ରାଚୀନ କଳା ଏବେ ଲୋପ ପାଇବାକୁ ବସିଛି। ଏପରି କି ଯୁବପିଢି ଆଉ ଏକ ପ୍ରାଚୀନ କଳାକୁ ଆଦରିବାକୁ ପସନ୍ଦ କରୁନାହାନ୍ତି ବୋଲି ଗ୍ରାମର ବିରଞ୍ଚି ନାଏକ କୁହନ୍ତି। ଉକ୍ତ ଛଉନୃତ୍ୟରେ ନିଜର ମୂଲ୍ୟବାନ ସମୟ ଦାନ କରିଥିବା ବହୁ ପୁରୁଣା କଳାକାର, ନୃତ୍ୟଗୁରୁମାନେ ଏବେ ଦାରିଦ୍ର୍ୟତା ମଧ୍ୟରେ ରହୁଥିଲେ ହେଁ ସେମାନଙ୍କ ପାଇଁ ଏଯାଏ ଭତ୍ତା ବ୍ୟବସ୍ଥା ହୋଇପାରିନାହିଁ। ଏଣୁ ସରକାର ଚାହିଁଲେ ଏହି କଳା ଓ କଳାକାରଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ସୁରେନ୍ଦ୍ର ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri