ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବାଗଡ଼ିଆ ବିଟ୍‌ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନ୍‌ଏମ ବୀଣାପାଣି ଦାଶ (୬୨) ବୋଲି ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବଗଡିଆ ପୋଷ୍ଟଅଫିସ ନିକଟସ୍ଥ ଦେହୁରୀ ସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା’ ବୀଣାପାଣିଙ୍କୁ ପୁଅ ତୁଷାରକାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା’ଙ୍କଠାରୁ ଟଙ୍କା ନେଇଥାନ୍ତି। କିନ୍ତୁ ରବିବାର ମଧ୍ୟ ତୁଷାର ମା’ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା’ ବୀଣାପାଣି ଟଙ୍କା ନ ଦେବାରୁ ଘରେ କବାଟ ଦେଇ ମା’କୁ ମାଡ଼ ମାରିଥିଲେ। ତେବେ ପଡ଼ିଶାଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନ ଥିଲେ। ସକାଳେ ଘରୁ କେହି ବାହାରି ନ ଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡ଼ିଥିବା ଦେଖି ପଡ଼ିଶା ଲୋକମାନେ କବାଟ ଫାଙ୍କରେ ଦେଖିଥିଲେ। ବୀଣାଙ୍କ ମୃତଦେହ ଦୁଆର ଅଗଣାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ବାଗଡ଼ିଆ ବିଟ୍‌ ହାଉସ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଟଙ୍କା ପାଇଁ ପୁଅ ତୁଷାରକାନ୍ତ ଦେହୁରୀ ରବିବାର ବିଳମ୍ବିତ ରାତିରେ ନିସ୍ତୁକ ମାଡ଼ ମାରି ଦେଇଥିବା ସନ୍ଦେହ କରିଛନ୍ତି। ମା’ର ମୃତ୍ୟୁ ପରେ ପୁଅ ଘରର ମୁଖ୍ୟକବାଟରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ତେବେ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଛକରୁ କାବୁ କରି ଥାନାରେ ଅଟକ ରଖିବା ସହିତ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?