ଆମ ଜିଲା ଖବର

ଡିଏସ୍‌ପି ଅଜୟ ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଡିିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ମେଡାଲ ମିଳିଛି। ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମେଡାଲ ଦେଇ ସମ୍ମାନିତ କରିଛନ୍ତି। ଏ ନେଇ…

ଜଳ ଭିତରେ ଜୀବନ: ପଶିଲା ବନ୍ୟା ପାଣି ଲୋକେ ହନ୍ତସନ୍ତ

ପାପଡାହାଣ୍ଡି,୧୫।୮(ଡି.ଏନ୍‌.ଏ.):ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ବହୁ ଦୋକାନ ଓ ଘରେ ପାଣି ପଶିିଯାଇଛି। ଏହାସହ ବସଷ୍ଟାଣ୍ଡ, ହାଟପଦା ଓ ପାଇକ ସାହି ଅଞ୍ଚଳରେ ପାଣି ପଶିଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ସଦର…

ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଝାରଦେବନ୍ଧ ଜଙ୍ଗଲରୁ ଜବତ

ଟିଟିଲାଗଡ଼,୧୫।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟବର୍ତ୍ତୀ ଝାରଦେବନ୍ଧ ଜଙ୍ଗଲରୁ ଟିଟିଲାଗଡ଼ ପୋଲିସ ଗଳିତ ମୃତଦେହ ଜବତ କରିଛି l ମୃତ ବ୍ୟକ୍ତି ଜଣଙ୍କ ବିନେକେଲାର ଲୋଚନ ଗହୀର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଗତ ୪ ତାରିଖରୁ ନିଖୋଜ ଥିଲେ।…

ପୋଲ ଉପରେ ପାଣି, ବାଡ଼ ଦେଇ ବସିଲା ପ୍ରଶାସନ

ନନ୍ଦାହାଣ୍ଡି,୧୫।୮(ଡି.ଏନ୍‌.ଏ): ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଏବଂ ଡଙ୍ଗରଭେଜା ସୀମାରେ ପ୍ରବାହିତ ବାଙ୍ଗିରି ନାଳରେ ଥିବା ପୋଲ ଉପରେ ଏକ ଫୁଟ ଉଚ୍ଚତାରେ ପାଣି ଚାଲୁଛି ।…

ବିକାଶ ପଥରେ ଓଡ଼ିଶା: କ୍ରୀଡ଼ାମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ସ୍ବାଧୀନତା ଦିବସ ବିଜେବି ହାଇସ୍କୁଲ ପଡିଆରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି…

ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର

ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ ଅଧୀନ ୧୩୪ ଗ୍ରାମ ପ୍ରଭାବିତ ହୋଇଛି। ନବରଙ୍ଗପୁର ବ୍ଲକରେ ୧୬୭ ମିମି, ନନ୍ଦାହାଣ୍ଡିରେ ୧୪୯ମିମି,…

ବନ୍ଦ ହେଲା ହୀରାକୁଦର ୮ ଗେଟ୍‌

ସମ୍ବଲପୁର,୧୫।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଖୋଲାଯାଇଥିବା ୩୪ ଗେଟ୍‌ ମଧ୍ୟରୁ ସୋମବାର ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣକୁ ଆଣିବା ଲାଗି ଗେଟ୍‌କୁ ବନ୍ଦ…

ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ଅବସର ପ୍ରାପ୍ତ ନୌସେନା ଇଂ.ପରମେଶ୍ୱର କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅଞ୍ଚଳର ୩୦…

ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଶହୀଦଙ୍କୁ ମନେ ପକାଇଲେ ମନ୍ତ୍ରୀ

କେନ୍ଦୁଝର,୧୫।୮(ବ୍ୟୁରୋ): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ସ୍ବାଧୀନତା…

ସ୍ବତନ୍ତ୍ର ବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଜିଲା ସ୍ବତନ୍ତ୍ର ବିଦ୍ୟାଳୟ ଆଶାକିରଣରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଡ. କମଳଲୋଚନ ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ପିଲାମାନଙ୍କ…

ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ୭୬ତମ ସ୍ବାଧୀନତା ଦିବସ ସୋମବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଯୋଗଦେଇ ପତାକା ଉତ୍ତୋଳନ…

ବିଚ୍ଛିନ୍ନାଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୧୫।୮(ସ୍ବ.ପ୍ର.): ଓଡ଼ିଆ ଭାଷାଭାଷୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଓଡ଼ିଆ ବିଦ୍ୟାଳୟରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜୟନ୍ତୀଗଡ଼ସ୍ଥିତ ଉତ୍କଳମଣି ଓଡ଼ିଆ ପ୍ରାଥମିକ (ମଧ୍ୟ) ବିଦ୍ୟାଳୟରେ ସମାଜସେବୀ ସୁବାସ ବେହେରା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?