ବାଘ ନଦୀରେ ଫସି ରହିଥିବା ୫ ଉଦ୍ଧାର
ଫୁଲବାଣୀ ଅଫିସ/ କୋଟଗଡ଼(ଡି.ଏନ୍.ଏ.)୨୧ା୯: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ବାଘଡୁଙ୍ଗୁରି ଗ୍ରାମର ୫ଜଣ ଲୋକ ମଙ୍ଗଳବାର ସକାଳେ ବାଘ…
ସଡ଼କ ସୂଚନା ବ୍ୟବସ୍ଥାକୁ ଆର୍ଡିର ଅବହେଳା
ଯାଜପୁର ଅଫିସ,୨୧ା୯: ଜନଜୀବନର ସୁରକ୍ଷା ଏବଂ ନିରାପଦ ଯାତାୟାତ ପାଇଁ ସାରା ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍ଡି) ବିଭାଗ ଅଧୀନରେ ରାସ୍ତା ଓ ବ୍ରିଜ ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ରାସ୍ତା ନିର୍ମାଣ ସମୟରେ ଦୁର୍ଘଟଣାଜନିତ…
ନାଳରେ ଭାସିଗଲେ ୨ ଯୁବକ
ଦିଗପହଣ୍ଡି,୨୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମ ପାଶର୍ବ ଦେଇ ଯାଇଥିବା ରାଉତରାୟ ନାଳକୁ ମଙ୍ଗଳବାର ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ୨ ଜଣ ଯୁବକ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଗନ୍ନାଥ ସେଠୀଙ୍କୁ ଉଦ୍ଧାର କରାଯାଇଥିବା…
ପ୍ରକାଶ ପାଇଲା ଓଜେଏସ୍ ମେନ୍ ପରୀକ୍ଷାଫଳ
କଟକ ଅଫିସ, ୨୦ା୯- ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍)-୨୦୨୧ର ମେନ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୨୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ରୋଲ୍ ନମ୍ବର ଓପିଏସ୍ସି ୱେବ୍ସାଇଟ୍ରେ ଉପଲବ୍ଧ ରହିଛି।…
ବର୍ଷା କାରଣରୁ ବାତିଲ ହେଲା ପର୍ବତାରୋହଣ କାର୍ଯ୍ୟକ୍ରମ
କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ୨୧ ତାରିଖ ବୁଧବାର ଦିନ ଏନ୍.ସି.ସି ପକ୍ଷରୁ ଅଲ୍ ଇଣ୍ଡିଆ ଟ୍ରାଇବଲ୍ ପର୍ବତାରୋହଣ ଶିବିର ଅନୁଷ୍ଠିତ ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ…
କୁଡୁମୀ ସମାଜ ସଙ୍ଗଠନର ରେଳରୋକୋ: ଯାତାୟାତ ବାଧାପ୍ରାପ୍ତ
ରାଇରଙ୍ଗପୁର,୨୦।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି । କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ଏହି ରେଳରୋକୋ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସମ୍ପାଦକ…
ନାଳ ପାରି ହେବା ବେଳେ ବର୍ଷାପାଣିରେ ଭାସିଗଲେ ଯୁବକ
ବୌଦ୍ଧ,୨୦।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଶାଳକଟା ନିକଟ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ଶାଳକଟା ଗ୍ରାମର ପ୍ରମୋଦ ଭୋକ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି…
ଅପେରା ପ୍ରଦର୍ଶନକୁ ବିରୋଧ
ବରଗଡ଼ ଅଫିସ୍,୨୦।୯: ବରଗଡ଼ ଜିଲାରେ ଜିଲା ବାହାର ଅପେରା(ଯାତ୍ରା) ପ୍ରଦର୍ଶନ ଉପରେ ଦୀର୍ଘବର୍ଷ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଫଳରେ ଜିଲାରେ ଯାତ୍ରା ପ୍ରଦର୍ଶନ ବନ୍ଦ ରହିଥିଲା। ମାତ୍ର ଏବେ ଜିଲାରେ ଏହା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବା ନେଇ…
ଫାର୍ମାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ
ସାରସକଣା,୨୦।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ସୀମାନ୍ତରେ ଥିବା ଏକ ଫାର୍ମାସୀ କଲେଜର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ, ଛାତ୍ର ଜଣକ ଏକ ମେସ୍ରେ ରହୁଥିଲେ।…
କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା
ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ବରଗଡ଼ ସଦର ଥାନା…
ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଜାରି
ଭଦ୍ରକ ଅଫିସ,୨୦।୯: ଭଦ୍ରକ ସହର ବନ୍ତ ଛକଠାରେ ମଙ୍ଗଳବାର ଉଠା ଦୋକାନ ଉଚ୍ଛେଦ ଚାଲିଛି। ତେବେ ଉଚ୍ଛେଦ ସମୟରେ ପୋଲିସ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସିପିଆଇ ନେତା ଓ କ୍ଷୁଦ୍ର…
ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍ ଲିକ୍ କଲେ ଯୁବକ
ପଦ୍ମପୁର,୨୦।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ଗ୍ରାମର ଡାଙ୍ଗମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଲିକ୍ କରି ଦେଇଥିଲେ। ପିଲାମାନେ ଜାଣିପାରି ତାଙ୍କୁ ପଚାରିବାରୁ…

