ଶେଷରେ ରାଜିହେଲା ରିମ୍‌ଝିମ୍‌

ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି ରିମ୍‌ଝିମ୍‌ ଇସ୍ପାତ କମ୍ପାନୀ। ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ଏକ ସୁସ୍ଥ ବାତାବରଣରେ ହୋଇଥିବା ଆଲୋଚନାରୁ ଦୀର୍ଘଦିନ ଧରି ଚାଲିଥିବା ଜମିହରା ଏବଂ କମ୍ପାନୀ ବିବାଦର ସମାଧାନ ହୋଇଛି, ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମରେ ପ୍ରତିଷ୍ଠିତ ପୁରୁଣା ବିଆର୍‌ଜି ଆଇରନ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ନୂଆରେ ଆରମ୍ଭ ହୋଇଛି ରିମ୍‌ଝିମ୍‌ ଇସ୍ପାତ କାରଖାନା। ଉକ୍ତ ସମୟରେ ଜମି ହରାଇଥିବା ୧୭୫ ଜମିହରା ପ୍ରଜାଙ୍କୁ ବିଆର୍‌ଜି କମ୍ପାନୀରେ ନିଯୁକ୍ତି ଦିଆଯାଇଥିଲା। ତେବେ କମ୍ପାନୀ ବନ୍ଦ ହୋଇଯିବା ପରେ ସେମାନେ
ରୋଜଗାର ହରାଇଥିଲେ। ଇତିମଧ୍ୟରେ ରିମ୍‌ଝିମ୍‌ କମ୍ପାନୀ ଆରମ୍ଭ ହେବା ପରେ କ୍ଷତିଗ୍ରସ୍ତଙ୍କୁ ସେଠାରେ ନିଯୁକ୍ତି ଦିଆଯିବାକୁ ଦାବି ଉଠିଥିଲା। କମ୍ପାନୀ କର୍ତ୍ତୃପକ୍ଷ, ପ୍ରଶାସନ ଏବଂ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଏକାଧିକ ଥର ବୈଠକ ବସିଥିଲେ ମଧ୍ୟ ଏହାର ସମାଧାନ ସୂତ୍ର ବାହାରି ପାରୁ ନ ଥିଲା। କମ୍ପାନୀ ପ୍ରତିଶ୍ରୁତି ପୂରଣ କରିବାରେ ଦିନ ଗଡ଼ାଉଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିଲା। ତେବେ ମଙ୍ଗଳବାର ଜିଲା କାର୍ଯ୍ୟାଳୟର ଓସ୍‌ୱାନ ଭିଡିଓ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଏହାର ସମାଧାନ ହୋଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବାକୁ ରାଜିନାମା ସ୍ବାକ୍ଷର ହୋଇଛି।
ବୈଠକରେ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ, କୁରୁଣ୍ଟି ଗ୍ରାମ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆଲୋଚନାରୁ ଜଣାପଡ଼ିଛି, ୧୭୫ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରୁ ୨୫ଜଣଙ୍କ ଅବସର ବୟସ ହୋଇଯାଇଥିବାରୁ ସେମାନଙ୍କୁ ନିୟମ ମୁତାବକ ପ୍ରାପ୍ୟ ଦିଆଯାଇ ଥଇଥାନ କରାଯାଇଛି। ଅବଶିଷ୍ଟ ୧୫୦ଜଣଙ୍କ ମଧ୍ୟରୁ ପୂର୍ବ ବୈଠକରେ ଯୋଗ୍ୟତା ଅନୁଯାୟୀ ୬୪ଜଣଙ୍କୁ ନିଯୁକ୍ତି ଦେବା ଲାଗି କମ୍ପାନୀ କର୍ତ୍ତୃପକ୍ଷ ସହମତି ଜଣାଇଥିଲେ। ତେବେ ୨ ଜଣ ନ ଆସିବାରୁ ୬୨ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ତେବେ ନିଯୁକ୍ତିପତ୍ରରେ ନାମ, ଠିକଣାରେ ବ୍ୟାପକ ତ୍ରୁଟିବିଚ୍ୟୁତି ରହିଥିବାରୁ ବୈଠକ ଆରମ୍ଭରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ସଂଶୋଧନ କରିବା ଲାଗି କମ୍ପାନୀ ଅଧିକାରୀ ରାଜି ହୋଇଛନ୍ତି। ନିଯୁକ୍ତି ଅପେକ୍ଷାରେ ଥିବା ୮୮ଜଣଙ୍କ ମଧ୍ୟରୁ ୬୮ଜଣଙ୍କୁ ଅକ୍ଟୋବର ସୁଦ୍ଧା ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଅନ୍ୟ ୨୦ ଜଣଙ୍କ ବିଷୟରେ ଯାଞ୍ଚ କରାଯିବା ପରେ ନିଯୁକ୍ତି ଦିଆଯିବ ବୋଲି ଆଲୋଚନା ହୋଇଥିବା କମ୍ପାନୀର ମାନବ ସମ୍ବଳ ଓ ପ୍ରଶାସନିକ ମୁଖ୍ୟ ଏନ୍‌.ପି. ସିଂ କହିଛନ୍ତି। ଏ ସଂକ୍ରାନ୍ତରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି କୁହନ୍ତି, ଦିଆଯାଇଥିବା ନିଯୁକ୍ତିପତ୍ରରେ ନାମ, ଠିକଣା ଭୁଲ ଥିଲା। ହିତାଧିକାରୀମାନଙ୍କ ବାପାଙ୍କ ନାମ ନ ଥିଲା। ଜିଲାପାଳ ଏହାକୁ ସଂଶୋଧନ କରିବା ପାଇଁ କହିଛନ୍ତି। ଜାନୁୟାରୀ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ଏକ ତ୍ରିପାକ୍ଷିକ ଏଗ୍ରିମେଣ୍ଟ ହୋଇଛି। ଜିଲାପାଳ କୁହନ୍ତି, କମ୍ପାନୀରେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତିପତ୍ର ପାଇଥିବା ୬୪ଜଣଙ୍କ ମଧ୍ୟରୁ ୨୦ଜଣ ନିଯୁକ୍ତି ପାଇସାରିଲେଣି। ଆଉ ୪୦ଜଣ ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ। ଦୁଇମାସ ମଧ୍ୟରେ ଆଉକିଛି ଲୋକଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁଯାୟୀ କର୍ମନିୟୋଜନ ଦିଆଯିବ। ବିବାଦର ସମାଧାନ ହୋଇଛି। କମ୍ପାନୀ ଓ ଜମିହରା ପ୍ରଜାଙ୍କ ମଧ୍ୟରେ ବୁଝାମଣା ଅନୁଯାୟୀ କାର୍ଯ୍ୟ ଚାଲିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଅଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସମ୍ପାଦକ ବିଜୟ କୁମାର ଧଳ, ଉପଦେଷ୍ଟା ଆଇନଜୀବୀ ପଙ୍କଜ ଲୋଚନ ସାହୁ, ଜମିହରା ପ୍ରଜାଙ୍କ ପକ୍ଷରୁ ରାଜୀବ ଗୋପାଳ ସ୍ବାଇଁ, ଚିତ୍ତରଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?