ଶେଷରେ ରାଜିହେଲା ରିମ୍‌ଝିମ୍‌

ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି ରିମ୍‌ଝିମ୍‌ ଇସ୍ପାତ କମ୍ପାନୀ। ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ଏକ ସୁସ୍ଥ ବାତାବରଣରେ ହୋଇଥିବା ଆଲୋଚନାରୁ ଦୀର୍ଘଦିନ ଧରି ଚାଲିଥିବା ଜମିହରା ଏବଂ କମ୍ପାନୀ ବିବାଦର ସମାଧାନ ହୋଇଛି, ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମରେ ପ୍ରତିଷ୍ଠିତ ପୁରୁଣା ବିଆର୍‌ଜି ଆଇରନ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ନୂଆରେ ଆରମ୍ଭ ହୋଇଛି ରିମ୍‌ଝିମ୍‌ ଇସ୍ପାତ କାରଖାନା। ଉକ୍ତ ସମୟରେ ଜମି ହରାଇଥିବା ୧୭୫ ଜମିହରା ପ୍ରଜାଙ୍କୁ ବିଆର୍‌ଜି କମ୍ପାନୀରେ ନିଯୁକ୍ତି ଦିଆଯାଇଥିଲା। ତେବେ କମ୍ପାନୀ ବନ୍ଦ ହୋଇଯିବା ପରେ ସେମାନେ
ରୋଜଗାର ହରାଇଥିଲେ। ଇତିମଧ୍ୟରେ ରିମ୍‌ଝିମ୍‌ କମ୍ପାନୀ ଆରମ୍ଭ ହେବା ପରେ କ୍ଷତିଗ୍ରସ୍ତଙ୍କୁ ସେଠାରେ ନିଯୁକ୍ତି ଦିଆଯିବାକୁ ଦାବି ଉଠିଥିଲା। କମ୍ପାନୀ କର୍ତ୍ତୃପକ୍ଷ, ପ୍ରଶାସନ ଏବଂ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଏକାଧିକ ଥର ବୈଠକ ବସିଥିଲେ ମଧ୍ୟ ଏହାର ସମାଧାନ ସୂତ୍ର ବାହାରି ପାରୁ ନ ଥିଲା। କମ୍ପାନୀ ପ୍ରତିଶ୍ରୁତି ପୂରଣ କରିବାରେ ଦିନ ଗଡ଼ାଉଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିଲା। ତେବେ ମଙ୍ଗଳବାର ଜିଲା କାର୍ଯ୍ୟାଳୟର ଓସ୍‌ୱାନ ଭିଡିଓ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଏହାର ସମାଧାନ ହୋଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବାକୁ ରାଜିନାମା ସ୍ବାକ୍ଷର ହୋଇଛି।
ବୈଠକରେ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ, କୁରୁଣ୍ଟି ଗ୍ରାମ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆଲୋଚନାରୁ ଜଣାପଡ଼ିଛି, ୧୭୫ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରୁ ୨୫ଜଣଙ୍କ ଅବସର ବୟସ ହୋଇଯାଇଥିବାରୁ ସେମାନଙ୍କୁ ନିୟମ ମୁତାବକ ପ୍ରାପ୍ୟ ଦିଆଯାଇ ଥଇଥାନ କରାଯାଇଛି। ଅବଶିଷ୍ଟ ୧୫୦ଜଣଙ୍କ ମଧ୍ୟରୁ ପୂର୍ବ ବୈଠକରେ ଯୋଗ୍ୟତା ଅନୁଯାୟୀ ୬୪ଜଣଙ୍କୁ ନିଯୁକ୍ତି ଦେବା ଲାଗି କମ୍ପାନୀ କର୍ତ୍ତୃପକ୍ଷ ସହମତି ଜଣାଇଥିଲେ। ତେବେ ୨ ଜଣ ନ ଆସିବାରୁ ୬୨ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ତେବେ ନିଯୁକ୍ତିପତ୍ରରେ ନାମ, ଠିକଣାରେ ବ୍ୟାପକ ତ୍ରୁଟିବିଚ୍ୟୁତି ରହିଥିବାରୁ ବୈଠକ ଆରମ୍ଭରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ସଂଶୋଧନ କରିବା ଲାଗି କମ୍ପାନୀ ଅଧିକାରୀ ରାଜି ହୋଇଛନ୍ତି। ନିଯୁକ୍ତି ଅପେକ୍ଷାରେ ଥିବା ୮୮ଜଣଙ୍କ ମଧ୍ୟରୁ ୬୮ଜଣଙ୍କୁ ଅକ୍ଟୋବର ସୁଦ୍ଧା ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଅନ୍ୟ ୨୦ ଜଣଙ୍କ ବିଷୟରେ ଯାଞ୍ଚ କରାଯିବା ପରେ ନିଯୁକ୍ତି ଦିଆଯିବ ବୋଲି ଆଲୋଚନା ହୋଇଥିବା କମ୍ପାନୀର ମାନବ ସମ୍ବଳ ଓ ପ୍ରଶାସନିକ ମୁଖ୍ୟ ଏନ୍‌.ପି. ସିଂ କହିଛନ୍ତି। ଏ ସଂକ୍ରାନ୍ତରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି କୁହନ୍ତି, ଦିଆଯାଇଥିବା ନିଯୁକ୍ତିପତ୍ରରେ ନାମ, ଠିକଣା ଭୁଲ ଥିଲା। ହିତାଧିକାରୀମାନଙ୍କ ବାପାଙ୍କ ନାମ ନ ଥିଲା। ଜିଲାପାଳ ଏହାକୁ ସଂଶୋଧନ କରିବା ପାଇଁ କହିଛନ୍ତି। ଜାନୁୟାରୀ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ଏକ ତ୍ରିପାକ୍ଷିକ ଏଗ୍ରିମେଣ୍ଟ ହୋଇଛି। ଜିଲାପାଳ କୁହନ୍ତି, କମ୍ପାନୀରେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତିପତ୍ର ପାଇଥିବା ୬୪ଜଣଙ୍କ ମଧ୍ୟରୁ ୨୦ଜଣ ନିଯୁକ୍ତି ପାଇସାରିଲେଣି। ଆଉ ୪୦ଜଣ ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ। ଦୁଇମାସ ମଧ୍ୟରେ ଆଉକିଛି ଲୋକଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁଯାୟୀ କର୍ମନିୟୋଜନ ଦିଆଯିବ। ବିବାଦର ସମାଧାନ ହୋଇଛି। କମ୍ପାନୀ ଓ ଜମିହରା ପ୍ରଜାଙ୍କ ମଧ୍ୟରେ ବୁଝାମଣା ଅନୁଯାୟୀ କାର୍ଯ୍ୟ ଚାଲିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଅଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସମ୍ପାଦକ ବିଜୟ କୁମାର ଧଳ, ଉପଦେଷ୍ଟା ଆଇନଜୀବୀ ପଙ୍କଜ ଲୋଚନ ସାହୁ, ଜମିହରା ପ୍ରଜାଙ୍କ ପକ୍ଷରୁ ରାଜୀବ ଗୋପାଳ ସ୍ବାଇଁ, ଚିତ୍ତରଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri