କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ତହସିଲ ଅଫିସଠାରୁ ଦେଢ଼ କି.ମି ଦୂର ରାସ୍ତା କଡ଼ରେ ବେଆଇନ ମୋରମ ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିନା ଲିଜ୍ରେ ମେଶିିନ ଲଗାଇ ମୋରମ ଖନନ କରି ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବାରୁ ବ୍ୟାପକ ପରିବେଶ ନଷ୍ଟ ହୋଇଛି। ଖନନ ଦ୍ୱାରା ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ତହସିଲ ପକ୍ଷରୁ ବେଆଇନ କାର୍ଯ୍ୟ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଲୋଡ଼ିଛନ୍ତି। ବେଆଇନ ଖନନ ସ୍ଥାନ ମାପଚୁପ୍ କରି ରୟାଲିଟି ଓ ଜରିମାନା ଆଦାୟ କରିବାକୁ ଆଇନଜୀବୀ ସୁରଜ ମହାପାତ୍ର ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଆଦିବାସୀ ବହୁଳ ବାଂଶପାଳ ବ୍ଲକ୍ ମୁଖ୍ୟାଳୟଠାରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜଣେ ଠିକାଦାର ବେଆଇନ ଭାବରେ ବହୁ ପରିମାଣରେ ମୋରମ ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଭଳି ବେଆଇନ ଖନନ ଯୋଗୁ ଜଙ୍ଗଲ ଓ ପରିବେଶ ନଷ୍ଟ ହୋଇଥିବା ବେଳେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଜେସିବି ମେଶିନ୍ ସାହାଯ୍ୟରେ ମୋରମ ଖୋଳିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ କୋଟି କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷତି ହୋଇଥିବା ବେଳେ ସ୍ବଳ୍ପ ରୟାଲିଟି କାଟି ରାଜସ୍ବ ବିଭାଗ ସ୍ବଚ୍ଛତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହା ବନ୍ୟ ପ୍ରାଣୀଙ୍କ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏଭଳି ଖନନ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଉକ୍ତ ପାହାଡ଼ରୁ ବିପୁଳ ପରିମାଣର ମୋରମ ଉତ୍ତୋଳନ ହୋଇଥିବାରୁ ଏହାର ସାଟେଲାଇଟ୍ ମାପଚୁପ କରି ରୟାଲିଟି ଏବଂ ଜରିମାନା ଆଦାୟ କରିବା ପାଇଁ ଦାବି ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ନେଇ ପଦକ୍ଷେପ ନେଇ ପରିବେଶ ଜନିତ କ୍ଷୟକ୍ଷତି ଭରଣା ନ କରାଗଲେ ବାଧ୍ୟ ହୋଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)ର ଦ୍ୱାରସ୍ଥ ହେବେ ବୋଲି ଆଇନ୍ଜୀବୀ ମହାପାତ୍ର କହିଛନ୍ତି। ଏଣୁ ଜାତୀୟ ସମ୍ପତ୍ତି ଲୁଟ୍ ହେଉଥିବାରୁ ଏ ନେଇ ଫୌଜଦାରୀ ମାମଲା ରୁଜୁ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଏଥିରେ ବ୍ୟବହୃତ ମେଶିିନ ଓ ଟ୍ରାକ୍ଟର ଜବତ କରିବା ସହ ପାହାଡ଼ର ପୂର୍ବାବସ୍ଥା ଫେରାଇ ଆଣିବାକୁ ମଧ୍ୟ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏ ସମ୍ପର୍କରେ ବାଂଶପାଳ ତହସିଲଦାର ସପନ ସାହୁ କହିଛନ୍ତି ଯେ, କାମ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଠିକାଦାରଙ୍କଠାରୁ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦୁଝର ଡିଏଫ୍ଓ ଏଚ୍.ଡି. ଧନରାଜଙ୍କୁ ପଚାରିବାରୁ ଏ ନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

