ବୈମାତୃକ ମନୋଭାବରୁ ରାଜ୍ୟ ଭାଗ ହେବ: ନରସିଂହ

ବଲାଙ୍ଗୀର ଅଫିସ,୨୧ା୯: ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଅବହେଳା କାରଣରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଜୋରଦାର ହେଉଛି। ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ପ୍ରତି ତାଙ୍କ ସମର୍ଥନ ନାହିଁ। ତେବେ ବର୍ତ୍ତମାନ ସ୍ଥିତିରେ ଏହା ବଜାୟ ରହିଲେ ଆଗକୁ ଓଡିଶା ଦୁଇଫାଳ ହେବା ସୁନିଶ୍ଚିତ। ଏଥିଯୋଗୁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ମଙ୍ଗଳବାର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ସର୍କିଟ ହାଉସରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ନରସିଂହ କହିଥିଲେ ଯେ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷିର ବିକାଶରେ ବଲାଙ୍ଗୀର ଓ ପଶ୍ଚିମ ଓଡିଶା ବହୁ ପଛରେ ପଡିଛି। ଉପକୂଳ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ହଜାର କୋଟି ଖର୍ଚ୍ଚ ହେଉଥିବାବେଳେ ଆମ ଅଞ୍ଚଳର ଛୋଟ ପ୍ରକଳ୍ପଟିଏ ପାଇଁ ମଧ୍ୟ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡୁଛି। ତାଙ୍କ ମତକୁ ଗୁରୁତ୍ୱ ଦିଆଯାଉନାହିଁ। ବଲାଙ୍ଗୀରରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଲୋକ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଉ ନଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲିଆ ସାହିରେ ରହୁଥିବା ଶାଳୀ ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା, ୩୫ ଭରି ସୁନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି...

ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ...

ପୌର ନିର୍ବାଚନ: ୧୬୨ ପ୍ରାର୍ଥିପତ୍ର ଦାଖଲ

ଯାଜପୁର ଅଫିସ,୮ା୩:ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୧୧୮ ଜଣ ପ୍ରାର୍ଥୀପତ୍ର ଦାଖଲ...

ଭଦ୍ରକର ନୂଆ ବ୍ଲକ୍‌କୁ ଡେଇଁଲା କରୋନା: ଜିଲାରେ ପୁଣି ୪ କରୋନା ପଜିଟିଭ୍‌

ଭଦ୍ରକ ଅଫିସ, ୨୪।୪- ଶୁକ୍ରବାର ଭଦ୍ରକରେ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପୂର୍ବରୁ ଭଦ୍ରକ ସହର...

ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଅଫିସ, ୨୩।୪ସରିଛି ପ୍ରଚାର। ମଇଦାନରେ ଝାଳ ବୁହାଇଛନ୍ତି ନେତା। ଏବେ ଜନତା ଜନାର୍ଦ୍ଦନଙ୍କ ହାତରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ...

ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ।...

ଓପିଜିସି ପ୍ରକଳ୍ପ ଫାଟକ ସମ୍ମୁଖରେ ବିକ୍ଷୋଭ

ଲଖନପୁର,୧୬।୨୦(ଡି.ଏନ୍‌.ଏ): ୧୧ଦଫା ଦାବି ନେଇ ଓପିଜିସିର ଅଧିକାରୀ ଓ କର୍ମଚାରୀମାନେ ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରକଳ୍ପ ଫାଟକ ସମ୍ମୁଖରେ ସୋମବାର...

ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ...

Advertisement
Archives

Model This Week