୯୦୭ କିଲୋ ଗଞ୍ଜେଇ ଜବତ: ଦୁଇ ଗିରଫ
କୋରାପୁଟ,୧୦।୫(ସ୍ବ.ପ୍ର.): କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ମିନି ଟ୍ରକରୁ ୯୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଗାଡିର ଡ୍ରାଇଭର ଓ ହେଲ୍ପରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ମଙ୍ଗଳବାର କୋରାପୁଟ ଅବକାରୀ ଅଧିକ୍ଷକ…
ମହଙ୍ଗା ପଡ଼ିଲା ପ୍ରସୂତିଙ୍କୁ ଦୁର୍ବବ୍ୟହାର: ଡାକ୍ତରଙ୍କ ନାଁରେ ମାମଲା ରୁଜୁ
ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାକ୍ତର ପ୍ରସୂତି ମହିଳାମାନଙ୍କୁ ଚିକିତ୍ସା କରିବା ବେଳେ ଅମାନୁଷିକ ଭାବେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ…
ଡିସଚାର୍ଜ ହେଲେ ଦେବଗଡ଼ ବିଧାୟକ
ଦେବଗଡ଼,୧୦।୫(ଡି.ଏନ୍.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାଜପା ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏକ ରାଲିରେ ଦେବଗଡ଼ ଅଭିମୁଖେ ଆଣିଥିଲେ। ସୂଚନାନୁଯାୟୀ, ଦେବଗଡ଼ ଜିଲା ତିଲେଇବଣି…
ଟହଲୁ, ପ୍ରହଲ୍ଲାଦ ବରିଷ୍ଠ ନାଗରିକ କନ୍ଫେଡେରେଶନ ସଦସ୍ୟ
ଝାରସୁଗୁଡା ଅଫିସ,୧୦।୫: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ଟହଲୁ ସାହୁ ଏବଂ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର ସର୍ବଭାରତୀୟ ବରିଷ୍ଠ ନାଗରିକ କନ୍ଫେଡେରେଶନର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏନେଇ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ…
ଟ୍ରକ୍ ପଛରେ ପିଟିହେଲା ବାଇକ୍
ପାଟଣା,୧୦।୫(ସ୍ବ.ପ୍ର.): ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆଁ ଛକରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ପିଟି ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ…
ସମୁଦ୍ରରେ ଆଉ ନାହାନ୍ତି ମତ୍ସ୍ୟଜୀବୀ, ଅସୁରକ୍ଷିତ ସ୍ଥାନ ଚି଼ହ୍ନଟ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୦।୫(ଡି.ଏନ୍.ଏ.): ବାତ୍ୟା ଅସାନି ଲାଗି ସମୁଦ୍ର ଅଶାନ୍ତ ହେଉଛି। ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ରରେ କେହି ମତ୍ସ୍ୟଜୀବୀ ନ ଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ନେଇ…
ଲୋକଙ୍କ ଲାଗି ୨ ଦିନ ସମୁଦ୍ର ବେଳାଭୂମି ମନା
ଛତ୍ରପୁର,୧୦।୫(ଡି.ଏନ୍.ଏ.): ବାତ୍ୟା ଅସାନି ଲାଗି ଗଞ୍ଜାମ ଜିଲାର ସମସ୍ତ ସମୁଦ୍ର ବେଳାଭୂମିକୁ ମଙ୍ଗଳବାର ଓ ବୁଧବାର ୨ ଦିନ ଲାଗି ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି।…
‘ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ’
ପୁରୀ ଅଫିସ,୧୦।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହା କ୍ଷତି ହୋଇଛି, ତାହା ଆଉ ଫେରି ଆସିବ ନାହିଁ। ଏଣୁ ଏବେ ସେ ସବୁକୁ ନୂଆ…
ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ଦାବି
କର୍ଲାମୁଣ୍ଡା,୧୦।୫(ଡି.ଏନ୍.ଏ.): ୧୦ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ରାଜ୍ୟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ଭାବରେ ନିଯୁକ୍ତି ଦେବା ନେଇ ବିଭିନ୍ନ ସ୍ଥାନରେ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି…
ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ
ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍ସିଏମ୍ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଟିଭି, ଖବରକାଗଜ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ପେଡ୍ ନିଉଜ…
ପହଁରି ପହଁରି ସମୁଦ୍ରକୂଳକୁ ଆସିଲେ ୬୦ ମତ୍ସ୍ୟଜୀବୀ
ଛତ୍ରପୁର,୧୦।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ନିକଟ ଉପକୂଳଠାରୁ ୨୦୦ ମିଟର ଦୂର ସମୁଦ୍ରରେ ଏକ ବଡ଼ ଅଘଟଣରୁ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଛ ମାରି ଆର୍ଯ୍ୟପଲ୍ଲୀ ନିକଟ କୂଳକୁ ଫେରୁଥିବା ବେଳେ ଜେଟିଠାରୁ ୨୦୦ ମିଟର ଦୂରରେ…
ଭିଜିଲାନ୍ସ ଜାଲରେ ଫରେଷ୍ଟର
ବଲାଙ୍ଗୀର ଅଫିସ,୧୦।୫ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍ର ଫରେଷ୍ଟର ହରିହର ସ୍ବାଇଁ । ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି…
Archives


