ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ବାରକୋଟ ତହସିଲର ମୁଖ୍ୟ କିରାଣୀ

ଦେବଗଡ଼, ୧୬।୮(ଡି.ଏନ୍‌.ଏ.): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ତହସିଲ ଅଫିସର ମୁଖ୍ୟ କିରାଣୀ। ଦେବଗଡ଼ ଜିଲା ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ…

ପୁଣି ସମୁଦ୍ର ଆଁରେ ଲୀନ ହେଲେ ପୋଡମପେଟା ଗ୍ରାମର ଆଉ ୩ ଘର

ଗଞ୍ଜାମ,୧୬।୮(ଡି.ଏନ୍‌.ଏ.): ପୁଣି ସମୁଦ୍ରର ଆଁରେ ଲୀନ ହୋଇଛି ପୋଡମପେଟା ଗ୍ରାମର ଆଉ ୩ ଘର। ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଘରଗୁଡ଼ିକ ସମୁଦ୍ରଗର୍ଭକୁ ଚାଲିଯାଇଛି। ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି…

ଜମିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ: ମହିଳା ଗୁରୁତର

କୋକସରା,୧୬।୮(ଡି.ଏନ୍‌.ଏ.): ଭାଲୁ ଆକ୍ରମଣରେ ମହିଳା ଗୁରୁତର। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳେ ନିଜ ଚାଷଜମିକୁ ଯାଉଥିବା ସମୟରେ ହଠାତ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଚିତ୍କାର…

ବ୍ରାଉନସୁଗାର ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ବାନ୍ଧିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମଙ୍ଗଳବାର ମଧ୍ୟାହ୍ନରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ୫୫ନଂ ଜାତୀୟ ରାଜପଥର ବଳଦିଆ ବନ୍ଧ ଛକରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା…

ଏସ୍‌ଟିଏଫ୍‌-ପୋଲିର ମିଳିତ ଚଢ଼ାଉ: ୫ ପିସ୍ତଲ ଜବତ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ଏବଂ ଢ଼େଙ୍ଗ ବରେଇ ଅଞ୍ଚଳରେ ମଙ୍ଗଳବାର ଏସ୍‌ଟିଏଫ୍‌ ଓ ସଦର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲା। ଏଥିରେ ୫ଟି ପିସ୍ତଲ, ୬ ଅଫୁଟା ଗୁଳି, ଗୋଟିଏ ମୋବାଇଲକୁ ଜବତ…

ଭୁଶୁଡିଲା ବଙ୍ଗଳାଗୁଡ଼ା ବ୍ରିଜ୍‌

କୋରାପୁଟ,୧୬।୮(ସ୍ବ.ପ୍ର.): କୋରାପୁଟ ରାୟଗଡା ୩୨୬ ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା ଏକ ବଡ ବ୍ରିଜ଼ ମଙ୍ଗଳବାର ଅପରାହ୍ନରେ ହଠାତ ଭୁଶୁଡିପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ…

ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା

ସାରସକଣା,୧୬।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା ଅବତରଣ କରା ନ ଯିବା ନେଇ ସ୍ଥାନୀୟ ଜନସାଧାରଣ ଅଧିକାରୀମାନଙ୍କ ଦାହିତ୍ୱହୀନତା ନେଇ ଉଦ୍‌ବେଗ…

ଗାଁରେ ଲୁଣା କରାଣ୍ଡିଆ ପାଣି, ପାଇକାରେ ଘଳିଆ, ଦ୍ୱିପାଞ୍ଚଳର ୩ ଗାଁ ବିଚ୍ଛିନ୍ନ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୫ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଲୁଣା କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି । ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ…

ବିଲରୁ ମିଳିଲା ମୃତଦେହ

ପାଟଣା,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ଗ୍ରାମ ରାସ୍ତାକଡ଼ ଏକ ବିଲରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ପାଟଣା ଥାନା କାଶିଆ ଗ୍ରାମର ସନୁ ମହାନ୍ତ। ମଳିଥିବା ସୂଚନା ମୁତାବକ, ସେ ସାଇକେଲରେ…

ବନ୍ୟା ପ୍ରଭାବିତ ସ୍କୁଲ ବନ୍ଦ ଲାଗି ଜିଲାପାଳଙ୍କ ନିର୍ଦ୍ଦେଶ

ଜଗତସିଂହପୁର ଅଫିସ,୧୬।୮: ଜଗତସିଂହପୁର ଜିଲାର କେତେକ ସ୍ଥାନରେ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ମହାନଦୀ ଓ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁ କେତେକ ବିଦ୍ୟାଳୟ ପ୍ରଭାବିତ…

ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ

ନରସିଂହପୁର,୧୬।୮(ସ୍ବ.ପ୍ର.): କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ…

୨୭ ଗାଁ ପାଣି ଘେରରେ, ବନ୍ଦହେଲା ୩୨ ସ୍କୁଲ

ନୟାଗଡ଼ ଅଫିସ,୧୬।୮: ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲା ଗଣିଆ ବ୍ଲକର ୨୭ ଗାଁ ପାଣି ଘେରରେ ରହିଛି। ମହାନଦୀର ବଡ଼ମୂଳ ମାଳିସାହି ଗେଜ ସେଣ୍ଟରରେ ୪୧ ଫୁଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?