ସାଳନ୍ଦୀ କୂଳରେ ଭୂସ୍ଖଳନ

ଆରଡ଼ି, ୨୧।୯( ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ମଙ୍ଗଳବାର ସକାଳେ ପୁଣି ଭୁସ୍ଖଳନ ହୋଇଛି। ଫଳରେ ନଦୀକୂଳବର୍ତ୍ତୀ ଜଣେ ବ୍ୟକ୍ତିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଓ ନଦୀ ଜୁଆରିଆ ଯୋଗୁ ଏହି ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ପୂର୍ବରୁ ଗତ ଫେବୃୟାରୀରେ ଏଠାରେ ଭୁସ୍ଖଳନ ଯୋଗୁ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏଥିରେ କେତୋଟି ତାଳଗଛ ଉପୁଡ଼ି ପଡ଼ିବା ସହ ଘର ଦବି ଯାଇଥିଲା। ତତ୍କାଳୀନ ଜିଲାପାଳ ତ୍ରିଲୋଚନ ମାଝି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରି ସ୍ଥାୟୀ ପଥରବନ୍ଧ ନିର୍ମାଣ ନିମନ୍ତେ ଯାଜପୁର ଜଳସେଚନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନଦୀକୂଳିଆ ୫ ପରିବାରକୁ ଅନ୍ୟତ୍ର ବସବାସ କରିବାକୁ ସେ ପରାମର୍ଶ ଦେଇଥିଲେ। ଜଣେ ଠିକାଦାର କେଇ ଟ୍ରିପ୍‌ ପଥର ପକାଇ ଚୁପ୍‌ ହୋଇ ବସିଥିବା ଗ୍ରାମବାସୀ କହିଛନ୍ତି। କିଛିଦିନ ତଳେ ବିଭାଗୀୟ ଅଧିକାରୀମାନେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଭୁସ୍ଖଳନ ଯୋଗୁ ବାସଗୃହ ହରାଇଥିବା ପରିବାରକୁ ଆବଶ୍ୟକ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବା କଥା ମଧ୍ୟ ଆଲୋଚନା କରାଯାଇଥିଲା। ଆସନ୍ତା ନଭେମ୍ବରରେ ବନ୍ଧ ନିର୍ମାଣ କାର୍ଯ୍ୟ ହେବ ବୋଲି ଅଧିକାରୀମାନେ କହିଥିଲେ। ହେଲେ ତା’ ପୂର୍ବରୁ ବାସଗୃହ ଭୁଶୁଡ଼ିବା ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏ ସମ୍ପର୍କରେ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଦାସ କହିଛନ୍ତି, ମଙ୍ଗଳବାର ଭୁସ୍ଖଳନ ବିଷୟରେ ସେ ଜାଣିନାହାନ୍ତି। ତେବେ ସେଠାରେ ଥିବା ବାସ ଅନୁପଯୋଗୀ ଗୃହ ଭୁଶୁଡ଼ି ପଡ଼ିବାର ସମ୍ଭାବନା ଥିଲା। ୮ ଦିନ ତଳେ ସେହି ଘରର ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଆସନ୍ତା ଦୁଇମାସ ମଧ୍ୟରେ ନଦୀକୂଳରେ ସ୍ଥାୟୀ ବନ୍ଧ ନିର୍ମାଣ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri