୮କି.ମି. ଚାଲିଲେ ଛାତ୍ରୀଛାତ୍ର

ଠାକୁରମୁଣ୍ଡା,୨୧।୯(ଡି.ଏନ୍‌.ଏ):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ଫଳରେ ୮ କି.ମି ଦୂର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲିଚାଲି ଅଭିଯୋଗ କରିବାକୁ ଗଲେ ଛାତ୍ରୀଛାତ୍ର। ସେମାନଙ୍କୁ ଅଧା ବାଟରେ ପୋଲିସ ଓ ବ୍ଲକ୍‌ ପ୍ରଶାସନ ଅଟକାଇଥିଲା। ମଙ୍ଗଳବାର ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍‌ କେଶଡ଼ିହା ଆଶ୍ରମ ସ୍କୁଲରେ। ଖବର ପାଇ କରଞ୍ଜିଆ ଆଇଟିଡିଏ ପିଏ ଦେବଦତ୍ତ ମହାନ୍ତ, ଜିଲା ଅତିରିକ୍ତ ସମାଜମଙ୍ଗଳ ଅଧିକାରୀ ସୁନାରାମ ସିଂ, ବିିଡିଓ ଶ୍ୟାମସୁନ୍ଦର ଟୁଡୁ, ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚତ୍ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।
ପ୍ରକାଶ ଯେ, ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ କେଶଡ଼ିହା ଆଶ୍ରମ ସ୍କୁଲ୍‌ର ୧ମରୁ ୧୦ମ ଶ୍ରେଣୀରେ ମୋଟ ୪୨୦ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ୩୨୦ଜଣ ହଷ୍ଟେଲରେ ରୁହନ୍ତି। ହଷ୍ଟେଲ ଗୃହରୁ ପାଣି ଗଳିବା, ଶ୍ରେଣୀ ଗୃହ ଖରାପ, ଗୋଟିଏ ଶ୍ରେଣୀ କୋଠରୀରେ ୧ମରୁ ୪ର୍ଥ ଶ୍ରେଣୀ ପିଲାଙ୍କୁ ପଢ଼ାଇବା, ପାନୀୟ ଜଳ ସମସ୍ୟା, ଖାଦ୍ୟ ତାଲିକା ଅନୁଯାୟୀ ଖାଦ୍ୟ ନ ଦେବା, ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଦଳି ଆଦି ଦାବି କରି ଗତ ଅଗଷ୍ଟ ୩୧ରେ ଛାତ୍ରୀଛାତ୍ର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ସେ ସମୟରେ ବ୍ଲକ୍‌ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ ସାହୁ, ଆଇଟିଡିଏର ପ୍ରତିନିଧି, ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ୧୫ ଦିନ ମଧ୍ୟରେ ଦାବି ସମାଧାନ ପ୍ରତିଶ୍ରୁତି ଦେଇଥିଲେ। ୧୫ ଦିନ ପରେ ସମାଧାନ ନ ହେବାରୁ ମଙ୍ଗଳବାର ଛାତ୍ରୀଛାତ୍ର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲି ଚାଲି ଯାଉଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣାଯିବା ପରେ ଅଧିକାରୀମାନେ ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ସହ ନୂତନ ହଷ୍ଟେଲରେ ପିଲାଙ୍କୁ ରଖାଯିବ ବୋଲି ବ୍ଲକ୍‌ ସମାଜ ମଙ୍ଗଳ ଅଧିକରୀ ସୁଶାନ୍ତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri