୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଗଞ୍ଜାମ

ଛତ୍ରପୁର,୨୧।୯:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିଥିଲେ। ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବର ୯ ତାରିଖରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ଗଞ୍ଜାମ ଜିଲା ସାମିଲ ହୋଇଛି। ଯକ୍ଷ୍ମାରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା ପାଇଁ ଜିଲାର ସମସ୍ତ ସରକାରୀ, ବେସରକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ ସେକ୍ଟର, ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନକୁ ଆହ୍ବାନ ଦିଆଯାଇଥିଲା। ଏ ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅପପୁଷ୍ଟି ଦ୍ବାରା ଯକ୍ଷ୍ମାରୋଗ ପ୍ରାୟତଃ ହୋଇଥାଏ । ତେଣୁ ଜିଲା ଓ ବ୍ଲକସ୍ତରରେ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ସୁଷମ ଖାଦ୍ୟ ଓ ଚିକିତ୍ସା ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଚଳିତବର୍ଷ ଜିଲାର ୧୦୮ ଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟକୁ ଆଗାମୀ ଦିନରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରାଯିବାଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ତମାଖୁ ବିକ୍ରୟ କରାଯାଇ ପାରିବନାହିଁ। ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ତମାଖୁମୁକ୍ତ ସ୍ବାସ୍ଥ୍ୟକେନ୍ଦ୍ର ରୂପେ ଘୋଷଣା କରାଯିବ। ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଏବଂ ସୁଷମ ଖାଦ୍ୟ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ସଚେତନତା ଶିବିର ଓ ପଞ୍ଜିକରଣ ମେଳା ସଂପୃକ୍ତ ବିଭାଗ ଦ୍ବାରା କରିବାପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ବ୍ୟବସାୟୀ ମାନଙ୍କୁ ମାଗଣାରେ ଖାଦ୍ୟ ନିରାପତ୍ତା ଉପରେ ତାଲିମ ଦିଆଯିବ । ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଧାରା ୬୯ ପ୍ରକାରେ ନିରୀକ୍ଷଣ ଓ ଜୋରିମାନା ଆଦାୟ କରାଯିବ। ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ସଚେତନ କରାଯିବ। ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ସହର ଉନ୍ନୟନ ସଂସ୍ଥା ସଚ୍ଚିଦାନନ୍ଦ ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡା. ଉମା ଶଙ୍କର ମିଶ୍ର, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ, ସହକାରୀ ଜନ ସ୍ବାସ୍ଥ୍ୟ ଅଧିକାରୀ( ଯକ୍ଷ୍ମା), ଡା. ଅବନୀ କୁମାର ପାତ୍ର, ଜିଲା ପ୍ରକଳ୍ପ ମ୍ୟାନେଜର, ଜାତୀୟ ସ୍ବାସ୍ଥ୍ୟ ମିଶନ ଶ୍ୟାମ ସୁନ୍ଦର ତ୍ରିପାଠୀ, ପିପିଏମ ସଂଯୋଜକ ସୁଧୀରକାନ୍ତ ବେହେରା, ଡି.ପି.ସି(ଏନ.ଟି.ଇ.ପି) ବିଦେଶୀ ଜେନା, ଏସ.ଟି.ଏସ, ଛତ୍ରପୁର ପ୍ରଭାତ କୁମାର ସାହୁ, ଏ.ଡି. ପି.ଏଚ.ଓ.. (ରୋଗ ନିୟନ୍ତ୍ରଣ) ଡଃ ହରମୋହନ ପଣ୍ଡା, ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?