୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଗଞ୍ଜାମ

ଛତ୍ରପୁର,୨୧।୯:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିଥିଲେ। ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବର ୯ ତାରିଖରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ଗଞ୍ଜାମ ଜିଲା ସାମିଲ ହୋଇଛି। ଯକ୍ଷ୍ମାରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା ପାଇଁ ଜିଲାର ସମସ୍ତ ସରକାରୀ, ବେସରକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ ସେକ୍ଟର, ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନକୁ ଆହ୍ବାନ ଦିଆଯାଇଥିଲା। ଏ ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅପପୁଷ୍ଟି ଦ୍ବାରା ଯକ୍ଷ୍ମାରୋଗ ପ୍ରାୟତଃ ହୋଇଥାଏ । ତେଣୁ ଜିଲା ଓ ବ୍ଲକସ୍ତରରେ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ସୁଷମ ଖାଦ୍ୟ ଓ ଚିକିତ୍ସା ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଚଳିତବର୍ଷ ଜିଲାର ୧୦୮ ଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟକୁ ଆଗାମୀ ଦିନରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରାଯିବାଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ତମାଖୁ ବିକ୍ରୟ କରାଯାଇ ପାରିବନାହିଁ। ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ତମାଖୁମୁକ୍ତ ସ୍ବାସ୍ଥ୍ୟକେନ୍ଦ୍ର ରୂପେ ଘୋଷଣା କରାଯିବ। ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଏବଂ ସୁଷମ ଖାଦ୍ୟ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ସଚେତନତା ଶିବିର ଓ ପଞ୍ଜିକରଣ ମେଳା ସଂପୃକ୍ତ ବିଭାଗ ଦ୍ବାରା କରିବାପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ବ୍ୟବସାୟୀ ମାନଙ୍କୁ ମାଗଣାରେ ଖାଦ୍ୟ ନିରାପତ୍ତା ଉପରେ ତାଲିମ ଦିଆଯିବ । ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଧାରା ୬୯ ପ୍ରକାରେ ନିରୀକ୍ଷଣ ଓ ଜୋରିମାନା ଆଦାୟ କରାଯିବ। ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ସଚେତନ କରାଯିବ। ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ସହର ଉନ୍ନୟନ ସଂସ୍ଥା ସଚ୍ଚିଦାନନ୍ଦ ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡା. ଉମା ଶଙ୍କର ମିଶ୍ର, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦୀଶ ପଟ୍ଟନାୟକ, ସହକାରୀ ଜନ ସ୍ବାସ୍ଥ୍ୟ ଅଧିକାରୀ( ଯକ୍ଷ୍ମା), ଡା. ଅବନୀ କୁମାର ପାତ୍ର, ଜିଲା ପ୍ରକଳ୍ପ ମ୍ୟାନେଜର, ଜାତୀୟ ସ୍ବାସ୍ଥ୍ୟ ମିଶନ ଶ୍ୟାମ ସୁନ୍ଦର ତ୍ରିପାଠୀ, ପିପିଏମ ସଂଯୋଜକ ସୁଧୀରକାନ୍ତ ବେହେରା, ଡି.ପି.ସି(ଏନ.ଟି.ଇ.ପି) ବିଦେଶୀ ଜେନା, ଏସ.ଟି.ଏସ, ଛତ୍ରପୁର ପ୍ରଭାତ କୁମାର ସାହୁ, ଏ.ଡି. ପି.ଏଚ.ଓ.. (ରୋଗ ନିୟନ୍ତ୍ରଣ) ଡଃ ହରମୋହନ ପଣ୍ଡା, ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ୪ ନକଲି ପରୀକ୍ଷାର୍ଥୀ

ରାଉରକେଲା,୨୦।୮(ସଙ୍ଗୀତା ଜେନା): ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ୪ଜଣ ନକଲି ପରୀକ୍ଷାର୍ଥୀ...

ଏମ୍‌ସିସି ସେଣ୍ଟର ଦେଖିଲେ ଯୁଗ୍ମ ସଚିବ: ଆହାର କେନ୍ଦ୍ର ପରିମଳ ଅବ୍ୟବସ୍ଥା ଦେଖି ଖପ୍ପା

ଅନୁଗୋଳ ଅଫିସ, ୧୪।୯ – ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଶୁକ୍ରବାର ଅନୁଗୋଳ ଗସ୍ତରେ...

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ ଅଫିସ, ୧୦ା୩: ମରୀଚିକୋଟ ଛକ ନିକଟସ୍ଥ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କିପରି ଓ କାହିଁକି...

କମିଶନର-କର୍ପୋରେଟର ବିବାଦ ସମାଧାନ ହେବ

କଟକ ଅଫିସ,୩୦ା୧୨: କଟକର ଏକ ଘରୋଇ ହୋଟେଲରେ ସିଏମ୍‌ସିର ବିଜେଡି କର୍ପୋରେଟରମାନଙ୍କୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୧୧ରେ...

କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଡ. ନୃପରାଜ ସାହୁ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବରିଷ୍ଠ ଓଏଏସ୍‌ ଅଧିକାରୀ ଡ. ନୃପରାଜ ସାହୁଙ୍କୁ ରାଜ୍ୟ ସରକାର କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କୋରାପୁଟଠାରେ ଥିବା...

ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା

ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ...

ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଦନ୍ତାହାତୀ

ବାରିପଦା ଅଫିସ,୯ା୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଆସିଥିବା ଦନ୍ତାହାତୀଟି...

ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ

କଟକ ଅଫିସ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର...

Advertisement
Archives

Model This Week