ଦୁଲୁକାଇବ ରାବଣ ଦରବାର

 

ଅନୁଗୋଳ ଅଫିସ, ୨୧।୯: ସରିଆସୁଛି ସାଜସଜ୍ଜା। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ପ୍ରସ୍ତୁତ ହେଉଛି ଅନୁଗୋଳ ସହରର ପୁରାତନ ପୂଜା ଅନୁଷ୍ଠାନ ହେମସୁରପଡ଼ା ଦୁର୍ଗାପୂଜା କମିଟି। ଚଳିତବର୍ଷ ୫୮ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି କମିଟି ପକ୍ଷରୁ ପ୍ରଥମେ ୧୯୬୪ ମସିହାରେ ପୂଜା ଆୟୋଜନ କରାଯାଇଥିଲା। ୧୨ ବର୍ଷ ଧରି ମଣ୍ଡପରେ ଶିବ ପାର୍ବତୀଙ୍କ ମୂର୍ତ୍ତି କରାଯାଇଥିଲା। ହେଲେ ଏହାପରଠାରୁ ୪୬ ବର୍ଷ ହେବ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। କରୋନା ପାଇଁ ଗତ ୨ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଉସତ୍ାହିତ ଅଛନ୍ତି।
ଚଳିତବର୍ଷ ପୂଜାକୁ ଆକର୍ଷଣୀୟ କରିବାକୁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧ ତାରିଖରେ ମା’ଙ୍କ ବେଲବରଣ ସହ କଳସଯାତ୍ରା କରାଯିବ। ୨ ତାରିଖ ସପ୍ତମୀ ପୂଜାରେ ସକାଳେ ଚକ୍ଷୁଦାନ ସହ ସୂର୍ଯ୍ୟପୂଜା, ଚଣ୍ଡିପୂଜା ଅନୁଷ୍ଠିତ ହେବ ହେବ। ଅଷ୍ଟମୀରେ ଅଷ୍ଟମୀ ବ୍ରତ ସହ ସନ୍ଧିପୂଜା କରାଯିବ। ନବମୀରେ କୁମାରୀ ପୂଜା ସହ ମା’ଙ୍କ ନିକଟରେ ମାଛ ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବ। ଦଶମୀରେ ରାବଣପୋଡ଼ି କରାଯାଇ ଲୋକଙ୍କ ମନରେ ଥିବା ଗର୍ବ ଓ ଅହଂକାରକୁ ଶେଷ କରାଯିବାର କାର୍ଯ୍ୟସୂଚୀ ରହିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବିଶେଷକରି ବୌଦ୍ଧରୁ ଆସିଥିବା କଳାକାରମାନେ ରାବଣ ଦରବାର ପ୍ରଦର୍ଶନ କରିବେ। ଏହା ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ। ସେହିପରି ଭସାଣି ଉତ୍ସବରେ ଗଞ୍ଜାମର ଶଙ୍ଖ ସାଙ୍ଗକୁ ରଣପା, ରାୟଗଡ଼ାର ଆଦିବାସୀ ଢେମସା ନାଚ, ଘୁମୁରା, ପୁରୀର ନାଗାନାଚ, ଯୋଡ଼ି ଘୋଡ଼ା, ଜଗତସିଂହପୁର ଝଙ୍କଡ଼ମାଟିର ଘଣ୍ଟ ବାଦ୍ୟ ଓ ସାହିର ପାରମ୍ପରିକ ବାଘ ନୃତ୍ୟକୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି।

 

ସାଜସଜ୍ଜାରେ ପରିବର୍ତ୍ତନ ଆସିଛି
ପୂର୍ବଭଳି ପୂଜା ମଣ୍ଡପରେ ଆଉ ପାରମ୍ପରିକ ସାଜସଜ୍ଜା ଦେଖିବାକୁ ମିଳୁନାହିଁ। ପୂର୍ବରୁ ପଟିଲି ଓ ଡାଳପତ୍ରରେ ତୋରଣ କରାଯାଉଥିଲା। ହେଲେ ସମୟ ସହ ଖାପଖୁଆଇ ତାହାକୁ ପରିବର୍ତ୍ତନ କରାଯାଇଛି। ଡିଜିଟାଲ୍‌ ଯୁଗରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଖି ଖୋସି ହୋଇଗଲା ଭଳି ନିର୍ମାଣ କାର୍ଯ୍ୟ କରାଯାଉଛି।
-ସତ୍ୟାନନ୍ଦ ଦଳବେହେରା, ପୂଜା କମିଟି ସଭାପତି
ଭାଇଚାରା ରକ୍ଷା କରାଯାଉଛି
ହେମସୁରପଡ଼ା ପୂଜାରେ ପ୍ରତିବର୍ଷ ଭାଇଚାରା ଦେଖିବାକୁ ମିଳେ। ଏଠାରେ ହିନ୍ଦୁ ଓ ମୁସଲମାନ ଭାଇମାନେ ପୂଜାରେ ସାମିଲ ହୋଇଥାନ୍ତି। ଏହି ପରମ୍ପରା ଅତୁଟ ରହିଛି। ୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ହେଉଥିବାରୁ ଏହାକୁ ଆକର୍ଷଣୀୟ କରାଯିବାକୁ ସମସ୍ତ ପ୍ରୟାସ କରାଯାଉଛି।
-ବଳରାମ ଜେନା, ପୂଜା କମିଟି ସମ୍ପାଦକ
ଖର୍ଚ୍ଚ ୧୧ ଲକ୍ଷରେ ପହଞ୍ଚତ୍ଲାଣି
ପୂଜାକୁ ନେଇ ଉତ୍ସାହ ରହୁଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ଏତେ ହେଉ ନ ଥିଲା। ଏବେ ପୂଜା ବଜେଟ୍‌ ୧୧ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ୫୮ ବର୍ଷ ପୁରୁଣା କମିଟି ହୋଇଥିଲେ ବି ହେମସୁରପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି। ଚଳିତବର୍ଷ ମଧ୍ୟ ତାହାକୁ ବଜାୟ ରଖାଯିବ।
-ରବୀନ୍ଦ୍ର କୁମାର ଜେନା, ବରିଷ୍ଠ ସଦସ୍ୟ
ଟିଣ ଛପର ମଣ୍ଡପରେ ପୂଜା ଆୟୋଜନ ହେଉଥିଲା
ପୂର୍ବରୁ କେବଳ ମୂର୍ତ୍ତିକୁ ଛାଡ଼ିଦେଲେ ବାକି ସାଜସଜ୍ଜା ସାହିବାସୀଙ୍କୁ କରିବାକୁ ପଡ଼ୁଥିଲା। ଟିଣ ଛପର ମଣ୍ଡପରେ ପୂଜା ଆରମ୍ଭ କରାଯାଇଥିଲା। ଏବେ କିନ୍ତୁ ସେଭଳି ପରିସ୍ଥିତି ନାହିଁ। ଧୁମ୍‌ଧାମରେ ପୂଜା ପାଳନ ହେଉଛି। ଆକର୍ଷଣୀୟ କରିବାକୁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି।
-ବ୍ରହ୍ମାନନ୍ଦ ସ୍ବାଇଁ, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri