ଚାନ୍ଦି ମୁକୁଟରେ ଶୋଭା ପାଇବେ ମା’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ନୂଆ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗା ପୂଜା ଚଳିତବର୍ଷ ୮୭ବର୍ଷରେ ପହଞ୍ଚତ୍ଛି। ଚଳିତବର୍ଷ ସଂଘ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ମା’ ଦୁର୍ଗାଙ୍କ ସହିତ ଗଣେଶ, କାର୍ତ୍ତିକ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ପାଇଁ ୧୨କେଜି ଓଜନର ଚାନ୍ଦିର ମୁକୁଟ ପ୍ରସ୍ତୁତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଅଧିକ ହେବ। ଚଳିତବର୍ଷ ପ୍ରଥମ କରି ଚାନ୍ଦି ମୁକୁଟରେ ଶୋଭା ପାଇବେ।
ନୂଆବଜାର ଅଞ୍ଚଳରେ ବସବାସ କରୁଥିବା ୩ ବଙ୍ଗୀୟ ଯୁବକ ମଧୁସୂଦନ ରାୟ, ଚାରୁଚନ୍ଦ୍ର ରାୟମହାଶୟ ଏବଂ ଡ. ମନମୋହନ ଚାଟାର୍ଜୀଙ୍କ ମିଳିତ ଉଦ୍ୟମରେ ୧୯୩୫ ମସିହାରେ ଆରମ୍ଭ ହୋଇଥିଲା ଏହି ପୂଜା। ପ୍ରଥମ କିଛିବର୍ଷ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ହେବା ପରେ ବଜାର ମଧ୍ୟରେ ଏକ ସ୍ଥାୟୀ ପକ୍କା ପୂଜାମଣ୍ଡପ ତିଆରି କରାଯାଇ ପୂଜା ହୋଇଆସୁଛି। ଅଦ୍ୟାବଧି ଏହି ସଂଘର ୭ଶହରୁ ଅଧିକ ସଦସ୍ୟ ଥିବାବେଳେ ୫୦ଜଣିଆ କାର୍ଯ୍ୟକାରୀ କମିଟି ପୂଜା ଆୟୋଜନ ବିଶେଷ ଦାୟିତ୍ୱ ନେଇଥାନ୍ତି। ନୂଆ ବଜାରରେ ହୋଇଆସୁଥିବା ସାର୍ବଜନୀନ ଦୁର୍ଗାପୂଜା ସହରର ଦ୍ୱିତୀୟ ପୁରାତନ ମଣ୍ଡପ ଭାବେ ପରିଚିତ। ମହାମାରୀ କରୋନା ପାଇଁ ପୂଜାର ବ୍ୟୟ ଅଟକଳ ହ୍ରାସ କରାଯାଇଥିଲା। ମାତ୍ର କୋଭିଡ୍‌ କଟକଣା ହଟିଯାଇଥିବା ବେଳେ ଚଳିତବର୍ଷ ମା’ଙ୍କ ପୂଜାରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରଚେଷ୍ଟା ଜାରି ରଖାଯାଇ ଚଳିତବର୍ଷ ପାଖାପାଖି ୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ମଣ୍ଡପରେ ନୂଆ ଡିଜାଇନର ସାଜସଜ୍ଜା, ତୋରଣ ନିର୍ମାଣ ଓ ଲାଇଟ ଡେକୋରସନ ସାଙ୍ଗକୁ ପାରମ୍ପରିକ ଭସାଣି ଯାତ୍ରା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥାଏ। ଚଳିତବର୍ଷ ଆକର୍ଷଣୀୟ ତୋରଣ, ସାଜସଜ୍ଜା, ପ୍ରସାଦସେବନ ସାଙ୍ଗକୁ ଭସାଣି ଯାତ୍ରାରେ ପାରମ୍ପରିକ ବାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।
ପ୍ରତିବର୍ଷ ଜିଲା ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ବ୍ରତଧାରୀ ମହାଷ୍ଟମୀ ଓ ସନ୍ଧି ପୂଜାରେ ଡାଲା ଭୋଗ ଲଗାଇଥାନ୍ତି। ତେବେ ମା’ଙ୍କ ପୂଜାର ପ୍ରଥମ ବର୍ଷରୁ ଦେବୀଙ୍କ ସହିତ ରଘୁନାଥଜୀଉ ଏହି ମଣ୍ଡପରେ ପୂଜା ପାଇଆସୁଛନ୍ତି। ପ୍ରତିବର୍ଷ ନବମୀ ପୂଜାରେ ପାଖାପାଖି ୩ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକ ବର୍ଷ ଭସାଣି ଉତ୍ସବରେ ଡିଜେ ସାଉଣ୍ଡ ଭଳି ଶବ୍ଦ ପ୍ରଦୂଷଣ କରୁଥିବା ଯନ୍ତ୍ରକୁ ବାଦ୍‌ ଦିଆଯାଇ ପାରମ୍ପରିକ ବାଦ୍ୟ ପୁରୀର ଘଣ୍ଟୁଆ ଦଳ, ପଶ୍ଚିମବଙ୍ଗର ଢ଼ାକିବାଜା, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥାନ୍ତି ବୋଲି ସଂଘ ସଭାପତି ଡା. ଶାନ୍ତନୁ ଦାସ ଓ ସମ୍ପାଦକ ଶୁଭେନ୍ଦୁ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?