ଆମ ଜିଲା ଖବର

‘ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କର’

କେନ୍ଦୁଝର/ଯୋଡ଼ା,୧୫।୧(ଡି.ଏନ୍‌.ଏ./ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ…

ଭୀମକୁଣ୍ଡରେ ୪୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ

ପାଟଣା,୧୫।୧ (ସ୍ବ.ପ୍ର.): ଗଣପର୍ବ ମକର ମେଳା ପାଇଁ କେନ୍ଦୁଝର ଜିଲାର ପାଟଣା ଓ ସାହାରପଡା ବ୍ଲକ ଉତ୍ସମୁଖର ହୋଇଉଠିଛି। ଏହା କୁଡୁମୀ ସମ୍ପ୍ରଦାୟର ଏକ ସ୍ବତନ୍ତ୍ର ପର୍ବ। ଏହି ସମ୍ପ୍ରଦାୟର ଝିଅ ଓ ବୋହୂମାନେ ସକାଳୁ ଗାଧୋଇ ସାରି ଟୁସୁମୁନିଙ୍କୁ ପୂଜା…

ସ୍ବାବଲମ୍ବୀ କଲା ଥାଇଲାଣ୍ଡ ବରକୋଳି ଚାଷ

ଡେରାବିଶ,୧୫।୧(ସ୍ବ.ପ୍ର.): ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ ଏବେ ମନ ବଳାଇଛନ୍ତି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ…

ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୫।୧: ସରକାର ଧାନ କିଣିବା ପାଇଁ ମଣ୍ଡି ଖୋଲୁଛନ୍ତି। ୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ଭିତରେ ଏହି ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ବିଳମ୍ବରେ ଅର୍ଥାତ୍‌ ଜାନୁୟାରୀ ୬ରୁ ମଣ୍ଡି ଖୋଲିଛି।…

ବାଣପୁର ଘଟଣା ପାଇଁ ଅନୁତପ୍ତ ନୁହେଁ: ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୧୫।୧: ଚିଲିକା ବିକାଶରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଧକ ସାଜିବା ସହ ଦୁର୍ନୀତିରେ ବୁଡିଛନ୍ତି ବୋଲି କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଅଭିଯୋଗ ଆଣିଥିଲେ। ଏପରି କି ଦଳୀୟ ନେତାଙ୍କ ବିରୋଧରେ ମଧ୍ୟ ଗଣମାଧ୍ୟମରେ କହିଥିଲେ। ଶନିବାର…

ଢାବାରେ ଫୁଟିଲା ଗୁଳି, ଜଣେ ଗୁରୁତର

ସାରସକଣା,୧୫।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ଜାମଶୋଳା ନିକଟ ଏକ ଢାବାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ଅଞ୍ଚଳର ୪ରୁ ୫ଜଣ…

ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ ଦେଖୁଛନ୍ତି। ଓ୍ବାର୍ଡ ଦୁଆର ମୁହଁରେ ରହି ସେମାନେ ଶଯ୍ୟାକୁ ଖାଦ୍ୟ ଫୋପାଡୁଛନ୍ତି। ନିମ୍ନମାନର…

ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଭାଜପାର ବିକ୍ଷୋଭ

କଟକ ଅଫିସ,୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ମଧ୍ୟାହ୍ନ ୧୨ଟାରେ ବିକ୍ଷୋଭ ପ୍ରଦର୍ଶନ…

ମିଳୁନି ବାଙ୍ଗରା ନଡ଼ିଆ ଚାରା

ଜଗତ୍‌ସିଂହପୁର ଅଫିସ,,୧୫।୧: ଦେଶର ପ୍ରମୁଖ ୬ଟି ନଡ଼ିଆ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ଅଧିକ ହୁଏ। ସେ ଦୃଷ୍ଟିରୁ ଏକଦା ଜଗତ୍‌ସିଂହପୁର ନଡିଆ ଉତ୍ପାଦନରେ ସୁନାମ ଅର୍ଜନ କରୁଥିଲା। ୧୯୯୯ ମହାବାତ୍ୟା ଓ ଫନୀ ବାତ୍ୟାରେ…

ସିଂହନାଥ ପୀଠରେ ୧୪୪ ଧାରା ଜାରି

ବଡ଼ମ୍ବା,୧୫ା୧(ଡି.ଏନ୍‌.ଏ.): ମକରମେଳା ଅବସରରେ କଟକ ଜିଲା ବଡ଼ମ୍ବାର ସିଂହନାଥ ପୀଠ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟାରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସିଂହନାଥ ପୀଠରେ ୧୪୪ ଧାରା ଜାରି ହୋଇଛି।…

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ଘଟଣା

କଟକ ଅଫିସ୍‌/ ପୁରୀ ଅଫିସ୍‌ ୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଶନିବାର ମାମଲା ରୁଜୁ ହୋଇଛି। ଆୟୋଗଙ୍କ ଏକ ଟିମ୍‌ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ ରାଜଶ୍ରୀଙ୍କ ପରିବାରକୁ…

ଆଇଇଡି ବୋମା ବିସ୍ଫୋରଣରେ ଏଏସ୍‌ଆଇ ଗୁରୁତର

ମାଲକାନଗିରି, ୧୫।୧(ଡି.ଏନ.ଏ.): ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍‌ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ପେଗଡାପଲ୍ଲି ସ୍ଥିତ ସିଆର୍‌ପିଏଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?