‘ଯାଯାବର’ଙ୍କ ପାଇଁ ସ୍ଥିତି ଜଟିଳ

ଢେଙ୍କାନାଳ ଅଫିସ, ୧୦।୨: ଓଡ଼ିଶାର ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ। ଏଠାରେ ହାତୀ-ମଣିଷ ସଂଘର୍ଷ ମଧ୍ୟ କିଛି କମ୍‌ ନୁହେଁ। ଗଜ ଉପଦ୍ରବ ରୋକିବା ଲାଗି ଅଧ ଡଜନରୁ ଊର୍ଦ୍ଧ୍ୱ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ପଡ଼ୋଶୀ ଜିଲାର ‘ଯାଯାବର’ ହାତୀଙ୍କ ପାଇଁ ଚିନ୍ତା ବଢ଼ିଛି।
ଢେଙ୍କାନାଳ ଜିଲାରେ ଏବେ ୩୦୦ ହାତୀ ଅଛନ୍ତି। ତନ୍ମଧ୍ୟରୁ ସୀମାନ୍ତ କଟକ ଜିଲାର ଆଠଗଡ଼ ବନଖଣ୍ଡ, ଯାଜପୁର, କେନ୍ଦୁଝର, ଅନୁଗୋଳ ଏବଂ ଖୋର୍ଦ୍ଧାର ଚନ୍ଦକାରୁ ଆସିଥିବା ହାତୀସଂଖ୍ୟା ୧୫୦। ଏବେ ଧାନ ଅମଳ ସରିଯାଇଥିବାରୁ ପ୍ରବାସୀ ହାତୀପଲ ଖାଦ୍ୟ ଅନ୍ବେଷଣରେ ଅତ୍ୟଧିକ ହିଂସ୍ର ହୋଇ ଉଠିଛନ୍ତି। ଜଙ୍ଗଲାଭିମୁଖୀ ହେବା ବଦଳରେ ସେମାନେ ଜନବସତି ସମେତ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି। ନଦୀରୁ ପାଣି ପିଇ ୫୫ନଂ. ଜାତୀୟ ରାଜପଥ ନିକଟବର୍ତ୍ତୀ ସ୍ଥାନରେ ବିଚରଣ କରୁଛନ୍ତି। ସଞ୍ଜ ଗଡ଼ିଲେ ବାଡ଼ିବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ପ୍ରତିରୋଧ କଲେ ଆକ୍ରମଣ କରିବାକୁ ଗୋଡ଼ାଉଛନ୍ତି। ଅନ୍ୟପଟେ ରେଳଧାରଣା ନିକଟରେ ଦଳବଦ୍ଧ ହୋଇ ବୁଲୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ମଧ୍ୟ ରହୁଛି।
‘ଯାଯାବର’ ଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୂରି ବୁଲୁଥିବା ଏବଂ ଅତ୍ୟଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଥିବାରୁ ବାହାର ହାତୀଙ୍କ ଉପଦ୍ରବରୁ କିପରି ଧନଜୀବନକୁ ସୁରକ୍ଷା କରାଯିବ ତାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଛି। ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସେମାନଙ୍କୁ ଘଉଡ଼ାଇବା ମଧ୍ୟ ସହଜ ହେଉନାହିଁ। ଅନେକ ସମୟରେ ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଜିଲାରେ ହାତୀ ଉପଦ୍ରବ ରୋକିବା ଲାଗି କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଯୋଜନା କରୁ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗ ମଧ୍ୟ କେବଳ କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରସ୍ତୁତ କରି ହାତ ଟେକି ଦେଉଛି। ତେଣୁ ଜିଲାରେ ହାତୀ-ମଣିଷ ସଂଘର୍ଷ ବଢ଼ିଚାଲିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ସ୍ଥାୟୀ ଭାବେ ରହୁଥିବା ହାତୀଙ୍କ ପାଇଁ ବିଶେଷ ଚିନ୍ତା ନାହିଁ। ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ସେମାନେ ବାହାରକୁ ଖାଦ୍ୟ ଅନ୍ବେଷଣରେ ଆସିଲେ ମଧ୍ୟ ଜଙ୍ଗଲକୁ ପଳାଉଛନ୍ତି। ହେଲେ ଜିଲା ବାହାର ହାତୀଙ୍କୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏହି ହାତୀମାନେ ଜଙ୍ଗଲକୁ ଯାଉନାହାନ୍ତି। ଗୋଟିଏ ଗ୍ରାମରେ ଫସଲ ଖାଇବା ପରେ ଅନ୍ୟ ଗ୍ରାମ ମୁହଁା ହେଉଛନ୍ତି।ପରଜଙ୍ଗ ଓ ମହାବିରୋଡ୍‌ ଅଞ୍ଚଳର ବହୁ ଚାଷୀ ଚାଷଜମି ନିକଟରେ ସୋଲାର ଫ୍ୟାନ୍ସିଂ କରିଥିବାରୁ ବାହାରୁ ଆସିଥିବା ପ୍ରାୟ ୫୦ଟି ହାତୀ ଅନୁଗୋଳ ଜିଲାକୁ ପଳାଇଥିବା ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?