ଆମ ଜିଲା ଖବର

ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ: ପୂର୍ବାହ୍ନ ୨ଟାରୁ ବନ୍ଦ ରହିବ ସ୍କୁଲ, କଲେଜ

କଟକ ଅଫିସ,୧୦।୧: କଟକର ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ କଟକ ସହରରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜଗୁଡିକ ବୁଧବାର ପୂର୍ବାହ୍ନ ୨ଟାରୁ ଛୁଟି କରିଦେବା ପାଇଁ ବୋଲି…

ତେଜିଲା ଉପଜିଲାପାଳଙ୍କ ବଦଳି ଦାବି

ବାରିପଦା ଅଫିସ,୧୦।୧: ମୟୂରଭଞ୍ଜ ଜିଲା କପ୍ତିପଦା ଉପଜିଲାପାଳଙ୍କ ମନମୁଖି କାର୍ଯ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ମଙ୍ଗଳବାର କପ୍ତିପଦା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ବ୍ଳକ ପ୍ରତିନିଧି ଜିଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଉପଜିଲାପାଳ ଭଗବାନ…

ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଲେ ବିଧାୟକଙ୍କ ସମର୍ଥକ

ଦେବଗଡ଼, ୧୦।୧(ଡି.ଏନ୍‌.ଏ.): ଦେବଗଡ଼ର ଭାଜପା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମର୍ଥକମାନେ ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଟାଉନ…

ଝାରସୁଗୁଡ଼ା ଡିଭିଜନର ୪ ସେକ୍ଟରରେ ପକ୍ଷୀ ଗଣନା

ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯାଇଛି। ୧୫ସେକ୍ଟରରେ ବିଭକ୍ତ କରାଯାଇ…

୪ ଶିଶୁଙ୍କ ସମେତ ୧୧ ଶ୍ରମିକ ବନ୍ଧକ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି।…

ଆମ୍ମାକୁଣ୍ଡରୁ ସଂଗ୍ରହ ହେଲା ଜଳ

ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା,୧୦।୧(ଡି.ଏନ.ଏ.): କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ମାଲକାନଗିରି ଜିଲା ଉତ୍ସବ ମୁଖର ହୋଇଉଠିଛି। ସୋମବାର ମାଲ୍ୟବନ୍ତ ମହୋତ୍ସବ ଲାଗି ଖଇରପୁଟ ବ୍ଲକ…

ସରିଲା ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ

ଭବାନୀପାଟଣା,୧୦।୧(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ୩ ଦିନ ଧରି ଚାଲିଥିବା ବ୍ଲକ ଏବଂ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ ହୋଇଯାଇଛି। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ରାଜ୍ୟ ସରକାରଙ୍କ…

ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍‌ସିସି ଖାରଜ

ଗୁଣପୁର,୧୦।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍‌ସିସିକୁ ଏସ୍‌ଡିଜେଏମ୍‌ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ବିଡିଓଙ୍କ…

ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍‌ସିସି ଖାରଜ

ଗୁଣପୁର,୧୦ା୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍‌ସିସିକୁ ଏସ୍‌ଡିଜେଏମ୍‌ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ବିଡିଓଙ୍କ…

କାର୍ଯ୍ୟକ୍ଷମ ହେବ ଘୁଡ଼ିଆନାଳି ଜଳସେଚନ ପ୍ରକଳ୍ପ

ଛେଣ୍ଡିପଦା,୧୦ା୧(ସ୍ବ.ପ୍ର.): ଦୀର୍ଘ ୩୦ବର୍ଷ ହେବ ଅଚଳ ହୋଇପଡିଥିବା ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ଘଡିଆନାଳି ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଚାଷୀମାନଙ୍କ ମନରେ ଆନନ୍ଦ ଦେଖାଦେଇଛି। ମୁଖ୍ୟ ଅତିଥି…

କାଙ୍କଲୁଣ୍ଡାରେ ଦନ୍ତା ଆତଙ୍କ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲା ଯୋରନ୍ଦା ଫରେଷ୍ଟ ସେକ୍ସନ କାଙ୍କଲୁଣ୍ଡା ଗ୍ରାମରେ ଏକ ଦନ୍ତହାତୀ ପଶି ଚାଷୀଙ୍କ ଖଳାରୁ ଧାନ ଖାଇଦେଇଛି। ଗୋଟିକିଆ ଗୋଠଛଡା ଦନ୍ତାକୁ ଦେଖି ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଏହି ଦନ୍ତାହାତୀ ଦିନ ସମୟରେ ଗ୍ରାମ ପାଖ ଜଙ୍ଗଲରେ…

ନରହନ୍ତା ହାତୀ ଦଳରେ ମିଶିଲା

ଢେଙ୍କାନାଳ ଅଫିସ,୧୦ା୧: ଅନୁଗୋଳ ଜିଲାରେ ୪ଟି ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳ ଜିଲାରେ ପ୍ରବେଶ କରି ସୋମବାର ହିନ୍ଦୋଳ ରେଞ୍ଜ ତର୍କାବେଡା ଜଙ୍ଗଲରେ ଏକ ହାତୀ ଦଳରେ ମିଶିଯାଇଥିବା ଜଣାପଡିଛି। ତଥାପି ଉକ୍ତ ନରହନ୍ତା ହାତୀକୁ ନେଇ ବନବିଭାଗର ଚିନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?