ଆମ ଜିଲା ଖବର

ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୪।୧(ଡି.ଏନ୍‌.ଏ.): ନୂତନ ଭାବେ ଯୋଗଦେଇଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ପ୍ରଥମ ଥର ଲାଗି ଛତ୍ରପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ପହଞ୍ଚିଥିଲେ। ସେଠାରେ ସେ ଅପରାଧିକ ସମୀକ୍ଷା ବୈଠକ କରିଥିଲେ । ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି…

ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି

ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ୩୦ ଓକିଲଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ଲୋକ…

ପାରମ୍ପରିକ ପୋଙ୍ଗଲ ପର୍ବ ଆରମ୍ଭ

ପାରଳାଖେମୁଣ୍ଡି:୧୪।୧: ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ତେଲୁଗୁ ସମ୍ପ୍ରଦାୟର ବଡ଼ ପର୍ବ ପୋଙ୍ଗଲ, ଯାହା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଜିଲାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି…

ଘନକୁହୁଡ଼ି ହେଲା କାଳ: ଦୁର୍ଘଟଣାରେ ୨ ମୃତ, ୫ ଆହତ

ରସୁଲପୁର,୧୪।୧: ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦୀପ୍ତପ୍ରଭା…

ମା’ ତାରିଣୀ ପୀଠରେ ମକର ସଂକ୍ରାନ୍ତି: ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଛି। ଏହି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ସକାଳୁ ବିଭିନ୍ନ ଜଳାଶୟରେ ମକର ବୁଡ଼ ପକାଇ…

ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ

ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା…

ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମା’ ଲକ୍ଷ୍ମୀ

ପୁରୀ ଅଫିସ,୧୪।୧: ମା’ ଲକ୍ଷ୍ମୀ ପହିଲି ଭୋଗ ଅବସରରେ ବାପ ଘରକୁ ଯାଇଥିଲେ। ସେ ମକର ସଂକାନ୍ତିରେ ଶ୍ରୀମନ୍ଦିର ଫେରିବାର ପରମ୍ପରା ରହିଛି। ଏ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଚୂନରା ସେବକମାନେ ରଙ୍ଗ ଲେପି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରୁଛନ୍ତି ।…

ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଖ୍ୟାତନାମା ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶନିବାର ଭୋର ସାଢ଼େ ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା।…

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ବହୁ ବରିଷ୍ଠ କର୍ମୀଙ୍କୁ ଆମନ୍ତ୍ରଣ…

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ ଜରୁରୀ କାଗଜପତ୍ର ଜଳିଯାଇଛି। ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଶର୍ଟସର୍କିଟରୁ ଏହି…

ଆଖି ଝଲସାଇଲା ‘ଆଗ୍ନେୟ’

ଢେଙ୍କାନାଳ ଅଫିସ୍‌, ୧୪।୧: ଢେଙ୍କାନାଳର ବଜରଙ୍ଗ କ୍ଲବର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ରୌପ୍ୟଜୟନ୍ତୀ ସମାରୋହ ଆଗ୍ନେୟ-୨୦୨୩। ସ୍ବୟମ୍‌ ପାଢ଼ୀ, ଅସୀମା ପଣ୍ଡାଙ୍କ ମନଛୁଅଁା ଗୀତ, ପପୁ ପମ୍‌ପମ୍‌ଙ୍କ ହାସ୍ୟାଭିନୟ ସାଙ୍ଗକୁ ଆଖି…

ଆକର୍ଷଣ ସାଜିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ, ୧୪।୧(ସ୍ବ.ପ୍ର.): ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ, ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଶୁକ୍ରବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ଆୟୋଜିତ ସଭାରେ ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?