ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ

ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ମା’,ବାପା ଓ ପୁଅଙ୍କୁ ଗିରଫ ପୋଲିସ କରି ସୋମବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ଶିବ ପଧାନ(୫୨), ତାଙ୍କ ସ୍ତ୍ରୀ ଦମୟନ୍ତି ପଧାନ(୪୯) ଓ ପୁଅ ଦୁଃଶାସନ ପଧାନ(୨୯)। ଅଭିଯୋଗମତେ କମିରା ଗ୍ରାମରେ ଏକ ସରକାରୀ ଜମିରେ ଅଭିଯୁକ୍ତ ଶିବ ପଧାନ ଦଖଲ କରିଥିଲେ। ଶନିବାର ସେହି ଜମିରେ ଶିବ ମାଟି କାମ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଶିବ ସେହି ଜମିକୁ ଲାଗି ରହିଥିବା ଉକ୍ତ ଗ୍ରାମର ପ୍ରକାସ ବିଶ୍ବାଳଙ୍କ ରୟତି ଜମିକୁ ମଧ୍ୟ ଦଖଲ କରିବାକୁ ଉଦ୍ୟମ କରୁଥିଲେ। ଏହାରୁ ପ୍ରତିବାଦ କରିବାରୁ ଶିବ, ତାଙ୍କ ସ୍ତ୍ରୀ ଦମୟନ୍ତି ଓ ପୁଅ ଦୁଃଶାନସନ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶଙ୍କ ମୃତ୍ୟୁ ହୋଇ ଯାଇଥିଲା। ହତ୍ୟାର ଶିକାର ପ୍ରକାଶଙ୍କ ମାମୁ ବାବୁଲାଲା ସାହୁଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା(୨୭/୨୩) ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ବାରବାଟୀ କ୍ରେଜ୍‌: ଉପସଭାପତିଙ୍କ ଘରେ ପ୍ରବଳ ଗହଳି

ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍‌ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ...

ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।...

ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ

ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟି, ତାର: ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଓ୍ବେସ୍କୋ

ରାଉରକେଲା ଅଫିସ, ୨୪।୨- ଷ୍ଟିଲ ସିଟି ସ୍ମାର୍ଟ ସିଟି ମାନ୍ୟତା ପାଇଲା। ହେଲେ ରାଉରକେଲାରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଯେମିତିକୁ ସେମିତି ପୁରୁଣାକାଳିଆ ଢଙ୍ଗରେ ଚାଲିଛି।...

ବିଭିନ୍ନ ଦାବିନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବନ୍ତ,୯।୧୦(ଡି.ଏନ୍‌.ଏ): ବିଭିନ୍ନ ଦାବିନେଇ ଭଦ୍ରକ ଜିଲା ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଜୋନ୍‌ କମିଟି ପକ୍ଷରୁ ବୁଧବାର ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ, ବିଜୁ...

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ରଥ ନିର୍ମାଣ, ସାମାଜିକ ଦୂରତ୍ୱ ରକ୍ଷା କରି ଚାଲିଛି କାମ

ପୁରୀ ଅଫିସ,୮ା୫: ରଥ ନିର୍ମାଣକୁ ନେଇ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ରଥଖଳାରେ ଆରମ୍ଭ ହୋଇଛି ତିନିରଥ ନିର୍ମାଣ କାର୍ଯ୍ୟ।...

ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ...

ତହସିଲ, ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା

ଗଞ୍ଜାମ,୨୧ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା...

Advertisement
Archives

Model This Week