ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ହେଲେ ରାଜନୀତିର ପଶାପାଲିେରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଓ ଜିଲା ବହୁ ପଛରେ ପଡ଼ିଛି। ରାଜ୍ୟର ଅନ୍ୟ ଜିଲା ଯେଉଁପରି ବିକାଶ କରି ଚାଲିଛି, ତାହା ଏଠାରେ ପରିଲକ୍ଷିତ ହେଉନାହିଁ। ହେଲେ ସୋସିଆଲ ମିଡିଆରେ ଉନ୍ନତିର ସୁନେଲି ସ୍ବପ୍ନ କେତେଜଣ ରାଜନେତା ବାଣ୍ଟି ଚାଲିଛନ୍ତି। କିନ୍ତୁ ଜିଲାର ଉନ୍ନତି ନାହିଁ। ସତେ ଯେପରି ଦେବଗଡ଼ ଉନ୍ନତି କଥା କାହାରି ଚିନ୍ତା ନାହିଁ।
ଦେବଗଡ଼ ରାଜନୀତିରେ ପଞ୍ଚାୟତଠାରୁ ପୌରପାଳିକା ଅବା ଜିଲା ପରିଷଦଠାରୁ ବିଧାନସଭା ନିର୍ବାଚନ ସବୁଥିରେ ଜିତିଲା ପରେ ନେତା, ନେତ୍ରୀମାନେ ଜିତିବା ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେହି ଖର୍ଚ୍ଚକୁ କେମିତି ଶୀଘ୍ର ଭରଣା କରିବେ ରାତିଦିନ ଚିନ୍ତା କରୁଛନ୍ତି। ଜିଲାର ଉନ୍ନତି କଥା ଚିନ୍ତା କରିବାକୁ ସମୟ ନାହିଁ। ଯେଉଁଟା ବି ଉନ୍ନତିକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ହିଁ ହେଉଛି। ସେତିକିରେ ହିଁ ନେତାମାନେ ସନ୍ତୁଷ୍ଟ। ଅନ୍ୟପକ୍ଷରେ ଜିତିଥିବା ନେତାମାନଙ୍କର ଜିଲାର ଉନ୍ନତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା କାହାରି ଚିନ୍ତାରେ ନାହିଁ। କେବଳ ଆରୋପ, ପ୍ରତ୍ୟାରୋପରେ ନେତାମାନେ ବ୍ୟସ୍ତ। ସେଇଟା ବି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ଫଳରେ ଅନ୍ୟ ଜିଲା, ଓଡ଼ିଶାର ଲୋକ ଦେବଗଡ଼ ରାଜନୀତିର ଭିତିରି କଥା ଦେଖି ଚର୍ଚ୍ଚା କରୁଥିବା ଜଣାପଡ଼ିଛି। ଜିଲାର କଥା ପଦାରେ ପଡିଲେ ବି ଦେବଗଡ଼ର ନେତାମାନଙ୍କୁ କିଛି ଫରକ ପଡେ ନାହିଁ। ନିର୍ବାଚନ ଖର୍ଚ୍ଚ କେମିତି ଉଠାଇବେ ସେଥିପାଇଁ ବାଟ ଖୋଜନ୍ତି। ନିଜେ ଠିକାଦାର ସାଜନ୍ତି କିମ୍ବା ନିଜ ଲୋକଙ୍କୁ ଠିକାଦାରୀ କାମ ଦିଅନ୍ତି। ଖାଲି ଏତିକି ନୁହେଁ, ନେତାଙ୍କ ନିଜସ୍ବ ଫଣ୍ଡକୁ କିଛି ଶତକଡାରେ ପିସି ନେଇ ଚୁପ ହୋଇ ରହିଯାଆନ୍ତି। ଏପରିକି କିଛି କର୍ମୀ ଠିକା କାମ ପାଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ଆଉ କେତେକ କାମକୁ ନିଜର ପଦବୀର ପାୱାର ବଳରେ ବିନା କାମରେ ମିଥ୍ୟା ବିଲ୍‌ କରିଦେବା, କିଛି ସରକାରୀ, ବେସରକାରୀ ଅନୁଷ୍ଠାନରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ମଧ୍ୟ ସୂଚନା ମିଳିଛି। ଯଦି ଶାସକ ଦଳ କିମ୍ବା ବିରୋଧୀ ଦଳ କୌଣସି ଘଟଣାକୁ ନେଇ ସୋସିଆଲ ମିଡିଆ, ଫେସ ବୁକ୍‌ରେ ପୋଷ୍ଟ କରୁଛନ୍ତି ତାହା ହେଲେ ଦୁଇ ଦଳ ମଧ୍ୟରେ ସୋସିଆଲ ମିଡ଼ିଆରେ ଆରମ୍ଭ ହେଉଛି କମେଣ୍ଟ ଯୁଦ୍ଧ। କିଛି ନେତା ଫେକ୍‌ ଫେଶବୁକ୍‌ ଖୋଲି ଏମିତି କମେଣ୍ଟ ଦେଉଛନ୍ତି ଯାହା କହିହେବ ନାହିଁ କି ପଢି ହେବ ନାହିଁ। ତେଣୁ ଏଭଳି କମେଣ୍ଟରୁ ନିବୃତ୍ତ ରହି ସମସ୍ତେ ଦେବଗଡ଼ର ଉନ୍ନତି କଥା ଚିନ୍ତା କରିବାର ବେଳ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଉ କିଛି ନେତା କର୍ମୀ ଅଛନ୍ତି ସେମାନେ ସୋସିଆଲ ମିଡିଆରେ ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ। ଯେଉଁ ଜ୍ଞାନ ବାଣ୍ଟୁଛନ୍ତି ସେଇଟା ଯଦି ନିଜ କାମରେ ଲଗାଇବେ କିଛିଟା ହେଲେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ଜିଲାର ଜନସାଧାରଣ ଏବେ ଚା, ପାନ ଦୋକାନ, ମାର୍କେଟରେ ଚର୍ଚ୍ଚା କରୁଛନ୍ତି ଏମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲୁ କିନ୍ତୁ କିଛି ଫଳପ୍ରଦ ହେଉ ନାହିଁ। ଆଗକୁ ପୁଣି ଆସୁଛି ବିଧାନସଭା ନିର୍ବାଚନ। ବର୍ତ୍ତମାନ ଠାରୁ ନେତା, ନେତ୍ରୀ କର୍ମୀମାନେ ଲବି କରିବାରେ ଲାଗି ପଡ଼ିଲେନି। କିନ୍ତୁ ଆସନ୍ତା ନିର୍ବାଚନରେ ଜିଲାର ସଚେତନ ଭୋଟର ଠିକ ନେତା ବାଛିବେ ଏବଂ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri