ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ହେଲେ ରାଜନୀତିର ପଶାପାଲିେରେ ଆଜି ଏହି ନିର୍ବାଚନ ମଣ୍ଡଳୀ ଓ ଜିଲା ବହୁ ପଛରେ ପଡ଼ିଛି। ରାଜ୍ୟର ଅନ୍ୟ ଜିଲା ଯେଉଁପରି ବିକାଶ କରି ଚାଲିଛି, ତାହା ଏଠାରେ ପରିଲକ୍ଷିତ ହେଉନାହିଁ। ହେଲେ ସୋସିଆଲ ମିଡିଆରେ ଉନ୍ନତିର ସୁନେଲି ସ୍ବପ୍ନ କେତେଜଣ ରାଜନେତା ବାଣ୍ଟି ଚାଲିଛନ୍ତି। କିନ୍ତୁ ଜିଲାର ଉନ୍ନତି ନାହିଁ। ସତେ ଯେପରି ଦେବଗଡ଼ ଉନ୍ନତି କଥା କାହାରି ଚିନ୍ତା ନାହିଁ।
ଦେବଗଡ଼ ରାଜନୀତିରେ ପଞ୍ଚାୟତଠାରୁ ପୌରପାଳିକା ଅବା ଜିଲା ପରିଷଦଠାରୁ ବିଧାନସଭା ନିର୍ବାଚନ ସବୁଥିରେ ଜିତିଲା ପରେ ନେତା, ନେତ୍ରୀମାନେ ଜିତିବା ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେହି ଖର୍ଚ୍ଚକୁ କେମିତି ଶୀଘ୍ର ଭରଣା କରିବେ ରାତିଦିନ ଚିନ୍ତା କରୁଛନ୍ତି। ଜିଲାର ଉନ୍ନତି କଥା ଚିନ୍ତା କରିବାକୁ ସମୟ ନାହିଁ। ଯେଉଁଟା ବି ଉନ୍ନତିକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ହିଁ ହେଉଛି। ସେତିକିରେ ହିଁ ନେତାମାନେ ସନ୍ତୁଷ୍ଟ। ଅନ୍ୟପକ୍ଷରେ ଜିତିଥିବା ନେତାମାନଙ୍କର ଜିଲାର ଉନ୍ନତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା କାହାରି ଚିନ୍ତାରେ ନାହିଁ। କେବଳ ଆରୋପ, ପ୍ରତ୍ୟାରୋପରେ ନେତାମାନେ ବ୍ୟସ୍ତ। ସେଇଟା ବି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ଫଳରେ ଅନ୍ୟ ଜିଲା, ଓଡ଼ିଶାର ଲୋକ ଦେବଗଡ଼ ରାଜନୀତିର ଭିତିରି କଥା ଦେଖି ଚର୍ଚ୍ଚା କରୁଥିବା ଜଣାପଡ଼ିଛି। ଜିଲାର କଥା ପଦାରେ ପଡିଲେ ବି ଦେବଗଡ଼ର ନେତାମାନଙ୍କୁ କିଛି ଫରକ ପଡେ ନାହିଁ। ନିର୍ବାଚନ ଖର୍ଚ୍ଚ କେମିତି ଉଠାଇବେ ସେଥିପାଇଁ ବାଟ ଖୋଜନ୍ତି। ନିଜେ ଠିକାଦାର ସାଜନ୍ତି କିମ୍ବା ନିଜ ଲୋକଙ୍କୁ ଠିକାଦାରୀ କାମ ଦିଅନ୍ତି। ଖାଲି ଏତିକି ନୁହେଁ, ନେତାଙ୍କ ନିଜସ୍ବ ଫଣ୍ଡକୁ କିଛି ଶତକଡାରେ ପିସି ନେଇ ଚୁପ ହୋଇ ରହିଯାଆନ୍ତି। ଏପରିକି କିଛି କର୍ମୀ ଠିକା କାମ ପାଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ଆଉ କେତେକ କାମକୁ ନିଜର ପଦବୀର ପାୱାର ବଳରେ ବିନା କାମରେ ମିଥ୍ୟା ବିଲ୍‌ କରିଦେବା, କିଛି ସରକାରୀ, ବେସରକାରୀ ଅନୁଷ୍ଠାନରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ମଧ୍ୟ ସୂଚନା ମିଳିଛି। ଯଦି ଶାସକ ଦଳ କିମ୍ବା ବିରୋଧୀ ଦଳ କୌଣସି ଘଟଣାକୁ ନେଇ ସୋସିଆଲ ମିଡିଆ, ଫେସ ବୁକ୍‌ରେ ପୋଷ୍ଟ କରୁଛନ୍ତି ତାହା ହେଲେ ଦୁଇ ଦଳ ମଧ୍ୟରେ ସୋସିଆଲ ମିଡ଼ିଆରେ ଆରମ୍ଭ ହେଉଛି କମେଣ୍ଟ ଯୁଦ୍ଧ। କିଛି ନେତା ଫେକ୍‌ ଫେଶବୁକ୍‌ ଖୋଲି ଏମିତି କମେଣ୍ଟ ଦେଉଛନ୍ତି ଯାହା କହିହେବ ନାହିଁ କି ପଢି ହେବ ନାହିଁ। ତେଣୁ ଏଭଳି କମେଣ୍ଟରୁ ନିବୃତ୍ତ ରହି ସମସ୍ତେ ଦେବଗଡ଼ର ଉନ୍ନତି କଥା ଚିନ୍ତା କରିବାର ବେଳ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଉ କିଛି ନେତା କର୍ମୀ ଅଛନ୍ତି ସେମାନେ ସୋସିଆଲ ମିଡିଆରେ ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ। ଯେଉଁ ଜ୍ଞାନ ବାଣ୍ଟୁଛନ୍ତି ସେଇଟା ଯଦି ନିଜ କାମରେ ଲଗାଇବେ କିଛିଟା ହେଲେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ଜିଲାର ଜନସାଧାରଣ ଏବେ ଚା, ପାନ ଦୋକାନ, ମାର୍କେଟରେ ଚର୍ଚ୍ଚା କରୁଛନ୍ତି ଏମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲୁ କିନ୍ତୁ କିଛି ଫଳପ୍ରଦ ହେଉ ନାହିଁ। ଆଗକୁ ପୁଣି ଆସୁଛି ବିଧାନସଭା ନିର୍ବାଚନ। ବର୍ତ୍ତମାନ ଠାରୁ ନେତା, ନେତ୍ରୀ କର୍ମୀମାନେ ଲବି କରିବାରେ ଲାଗି ପଡ଼ିଲେନି। କିନ୍ତୁ ଆସନ୍ତା ନିର୍ବାଚନରେ ଜିଲାର ସଚେତନ ଭୋଟର ଠିକ ନେତା ବାଛିବେ ଏବଂ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri