ଆମ ଜିଲା ଖବର

କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ଢେଙ୍କାନାଳ ପୋଲିସ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୩ା୧: ବ୍ରହ୍ମପୁର ସହରର କ୍ଷୀର ବ୍ୟବସାୟୀ ଲମ୍ବୋଧର ମୁନୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁ ଢେଙ୍କାନାଳ ପୋଲିସ ହାତରେ ଧରାପଡିଛନ୍ତି। ହତ୍ୟାକାଣ୍ଡ ପରଠାରୁ ଶଙ୍କର ଫେରାର ଥାଇ ଢେଙ୍କାନାଳରେ ଏକ ଡକାୟତି ଗ୍ୟାଙ୍ଗ ଚଳାଇଥିଲେ। ତାଙ୍କ ସମେତ…

ଚୋରି କରି ଦୋକାନୀଙ୍କୁ ହତ୍ୟା ଧମକ

ବ୍ରହ୍ମପୁର ଅଫିସ,୧୩ା୧: ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ହାର୍ଡୱେର ଦୋକାନରୁ ଚୋରି କରି ଧରାପଡିବା ଭୟରେ ଦୋକାନୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା ଧମକ ଦେଇଛନ୍ତି। ଏ ନେଇ ଦୋକାନୀ ବି. ତ୍ରିମୁଲା ରାଓଙ୍କ ସ୍ତ୍ରୀ ବବିରାଣୀ ସୁବୁଦ୍ଧି ଥାନାରେ…

ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ଯୁବତୀ

ଭଦ୍ରକ ଅଫିସ, ୧୩ା୧: ୧୨ବର୍ଷ ପ୍ରେମ ପରେ ପ୍ରେମିକଙ୍କ ଦ୍ୱାରା ପ୍ରତାରିତ ତିହିଡ଼ି ଥାନା ଅଞ୍ଚଳର ଜଣେ ଯୁବତୀ ନ୍ୟାୟ ପାଇଁ ଶୁକ୍ରବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୧ରେ ପରିବାର ଲୋକ ପୁରୀ ଯାଇଥିବା ବେଳେ…

ଧକ୍କା ଦେଲା ପିକ୍‌ଅପ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୧୩ା୧- ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ନୂଆବର୍ଷର ପ୍ରଥମ ଦିନ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ରାସ୍ତାରେ ଟ୍ରକ ଧକ୍କାରେ କେଦାର ଚନ୍ଦ୍ର ପୋଲାଇଙ୍କ…

ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ: ଜିଲାପାଳ

ବଲାଙ୍ଗୀର ଅଫିସ,୧୩।୧: ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ୯, ୧୧, ୧୫ ଓ ୧୭…

ବିଦେଶୀ ଖେଳାଳି ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ରାଉରକେଲା,୧୩।୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ଅନେକ ବିଦେଶୀ ଖେଳାଳି ଓଡ଼ିଶା ଆସିଛନ୍ତି। ଏ ନେଇ ରାଉରକେଲା ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ତେବେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ବରୂପ ଖାଇବାକୁ…

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଖବରଦାତା ସମ୍ମିଳନୀରେ ଆୟୋଜକ ସମ୍ବଲପୁର ୟୁଥ୍‌ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଅନୁଷ୍ଠାନ…

ଅବକାରୀ ବିଭାଗର ଚଢ଼ାଉ: ଫେରାର ମାରିଲେ ମଦ ବ୍ୟବସାୟୀ

ଜୟପୁର,୧୩ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ କଳାଗୁଡାରେ ଅବକାରୀ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପୂର୍ବରୁ ଖବର ପାଇ ମଦ ବ୍ୟବସାୟୀମାନେ ଫେରାର ହେଇଯାଇଥିଲେ। ହେଲେ ଘଟଣାସ୍ଥଳରୁ ୧ ହଜାର ଲିଟର ପୋଚ, ଶହେ ଲିଟର…

ଯାତ୍ରା ଦେଖିବାକୁ ଯାଇଥିଲେ ଦମ୍ପତି: ତାଲା ଭାଙ୍ଗି ଘରେ ପଶିଲେ ଚୋର

ଗୋପବନ୍ଧୁନଗର,୧୩।୧(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତ ତଳକଡ଼ଦା ଗ୍ରାମର ସୁମନ୍ତ କୁମାର ଦାଶଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଟଙ୍କା ଓ ଗହଣା ଚୋରି କରିନେଇଛନ୍ତି। ସୁମନ୍ତ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ କଲେଜ ପଡ଼ିଆକୁ ଯାତ୍ରା ଦେଖିବାକୁ…

ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ମହିଳାଙ୍କୁ…

ସେଲ୍ଫି ପଏଣ୍ଟ ନିର୍ମାଣସ୍ଥଳ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୧୩।୧(ଡି.ଏନ.ଏ. ): ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍‌ଏସି ଇଓ ଅବିନାଶ ମିଶ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା…

ଉତ୍କଳ ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ୧୨୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?