୭୫ ବର୍ଷ ଭିତରେ କେହି ଶିକ୍ଷିତ ହୋଇ ନ ଥିବା ଗାଁ

ପଟ୍ଟାଙ୍ଗି,୨୧ା୨(ଡି.ଏନ୍‌.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲି ୩ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କ ପାଇଁ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ କରୁଛନ୍ତି। ୬ବର୍ଷରୁ ୧୪ବର୍ଷ ଶିଶୁମାନଙ୍କ ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଇ ବିଦ୍ୟାଳୟ ପାଠପଢ଼ା ପ୍ରତି କିପରି ଛାତ୍ରୀଛାତ୍ରମାନେ ଆକୃଷ୍ଟ ହେବେ ସେନେଇ ୫-ଟି ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି କେତେକ ଅଞ୍ଚଳ ରହିଛି ଯେଉଁଠି ଗ୍ରାମର ଶିଶୁମାନେ ଶିଶୁ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ରାଲେଗଡ଼ା ପଞ୍ଚାୟତର ସିଡ଼ିବାଲାସା ଗ୍ରାମରେ ଏପରି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ୧୨ ପରିବାର ବସବାସ କରୁଥିବା ବେଳେ ସମସ୍ତେ ପଛୁଆବର୍ଗର। ନିଜ ମାତୃଭାଷା କହିଲେ ସେମାନେ ତେଲୁଗୁକୁ ବୁଝନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରୁ ଦୂରରେ ରହିଥିବା ଏହି ଗ୍ରାମ ଓଡ଼ିଶା ଭିତରେ ରହିଥିଲେ ମଧ୍ୟ ଗ୍ରାମର ପିଲାମାନେ ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ କି କହିପାରନ୍ତି ନାହିଁ। ଗ୍ରାମର ସମସ୍ତ ପରିବାର ପାହାଡ଼ିଆ ଜମି ଉପରେ ନିର୍ଭରକରି ଚାଷବାସ କରି ଚଳନ୍ତି। ସେମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନକୁ ଋତୁ ଅନୁଯାୟୀ ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରିଥାନ୍ତି ସେଥିରେ ପରିବାର ଚଳାଇଥାନ୍ତି। ଏଭଳି ସ୍ଥିତିରେ ନିଜ ପିଲାଙ୍କୁ ପାଠ ପଢ଼ାଇବା ସେମାନଙ୍କ ପାଇଁ ସ୍ବପ୍ନ ସଦୃଶ। ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏ ଗ୍ରାମର ଜଣେ ହେଲେ ପିଲା ଶିକ୍ଷିତ ହୋଇପାରିନାହାନ୍ତି। ଗ୍ରାମଠାରୁ ୨ କି.ମି. ଦୂରରେ ଇତାବଲାସା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିବାରୁ ସେଠାକୁ ଯାଇ ପ୍ରାକ୍‌ ଶିକ୍ଷା ଗ୍ରହଣ କରିବା କୁନି କୁନି ଶିଶୁଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ। ୬ରୁ ୧୪ ବର୍ଷର ଶିଶୁମାନେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ନ ଯାଇ ଛେଳି, ଗୋରୁ ଚରାଇବା କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ସ୍ଥିତି ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଶିଶୁ ସୁରକ୍ଷା ବିଭାଗ ଅବଗତ ଥିଲେ ସୁଦ୍ଧା ସିଡିବାଲସା ଗ୍ରାମ ପିଲାମାନେ କିପରି ଶିକ୍ଷା ସହ ଜଡ଼ିତ ହେବେ ସେଥିପ୍ରତି ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରେ ନାହିଁ। ଇତାବାଲସା ଗ୍ରାମର ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବାକୁ ଇଚ୍ଛା କରୁନାହାନ୍ତି ବୋଲି ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ କଟା କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଟି.ମିନତିଙ୍କୁ ପଚାରିବାରୁ ସିଡିବାଲସା ଗ୍ରାମର ପିଲାମାନେ କିପରି ଇତାବାଲସା ବିଦ୍ୟାଳୟକୁ ନିୟମିତ ପାଠ ପଢ଼ିବାକୁ ଆସିବେ ସେନେଇ ଇତାବାଲସା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ରାଲେଗଡ଼ା କ୍ଲଷ୍ଟର ସିଆର୍‌ସିସିଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?