୭୫ ବର୍ଷ ଭିତରେ କେହି ଶିକ୍ଷିତ ହୋଇ ନ ଥିବା ଗାଁ

ପଟ୍ଟାଙ୍ଗି,୨୧ା୨(ଡି.ଏନ୍‌.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲି ୩ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କ ପାଇଁ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ କରୁଛନ୍ତି। ୬ବର୍ଷରୁ ୧୪ବର୍ଷ ଶିଶୁମାନଙ୍କ ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଇ ବିଦ୍ୟାଳୟ ପାଠପଢ଼ା ପ୍ରତି କିପରି ଛାତ୍ରୀଛାତ୍ରମାନେ ଆକୃଷ୍ଟ ହେବେ ସେନେଇ ୫-ଟି ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି କେତେକ ଅଞ୍ଚଳ ରହିଛି ଯେଉଁଠି ଗ୍ରାମର ଶିଶୁମାନେ ଶିଶୁ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ରାଲେଗଡ଼ା ପଞ୍ଚାୟତର ସିଡ଼ିବାଲାସା ଗ୍ରାମରେ ଏପରି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ୧୨ ପରିବାର ବସବାସ କରୁଥିବା ବେଳେ ସମସ୍ତେ ପଛୁଆବର୍ଗର। ନିଜ ମାତୃଭାଷା କହିଲେ ସେମାନେ ତେଲୁଗୁକୁ ବୁଝନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରୁ ଦୂରରେ ରହିଥିବା ଏହି ଗ୍ରାମ ଓଡ଼ିଶା ଭିତରେ ରହିଥିଲେ ମଧ୍ୟ ଗ୍ରାମର ପିଲାମାନେ ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ କି କହିପାରନ୍ତି ନାହିଁ। ଗ୍ରାମର ସମସ୍ତ ପରିବାର ପାହାଡ଼ିଆ ଜମି ଉପରେ ନିର୍ଭରକରି ଚାଷବାସ କରି ଚଳନ୍ତି। ସେମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନକୁ ଋତୁ ଅନୁଯାୟୀ ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରିଥାନ୍ତି ସେଥିରେ ପରିବାର ଚଳାଇଥାନ୍ତି। ଏଭଳି ସ୍ଥିତିରେ ନିଜ ପିଲାଙ୍କୁ ପାଠ ପଢ଼ାଇବା ସେମାନଙ୍କ ପାଇଁ ସ୍ବପ୍ନ ସଦୃଶ। ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏ ଗ୍ରାମର ଜଣେ ହେଲେ ପିଲା ଶିକ୍ଷିତ ହୋଇପାରିନାହାନ୍ତି। ଗ୍ରାମଠାରୁ ୨ କି.ମି. ଦୂରରେ ଇତାବଲାସା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିବାରୁ ସେଠାକୁ ଯାଇ ପ୍ରାକ୍‌ ଶିକ୍ଷା ଗ୍ରହଣ କରିବା କୁନି କୁନି ଶିଶୁଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ। ୬ରୁ ୧୪ ବର୍ଷର ଶିଶୁମାନେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ନ ଯାଇ ଛେଳି, ଗୋରୁ ଚରାଇବା କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ସ୍ଥିତି ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଶିଶୁ ସୁରକ୍ଷା ବିଭାଗ ଅବଗତ ଥିଲେ ସୁଦ୍ଧା ସିଡିବାଲସା ଗ୍ରାମ ପିଲାମାନେ କିପରି ଶିକ୍ଷା ସହ ଜଡ଼ିତ ହେବେ ସେଥିପ୍ରତି ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରେ ନାହିଁ। ଇତାବାଲସା ଗ୍ରାମର ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବାକୁ ଇଚ୍ଛା କରୁନାହାନ୍ତି ବୋଲି ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ କଟା କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଟି.ମିନତିଙ୍କୁ ପଚାରିବାରୁ ସିଡିବାଲସା ଗ୍ରାମର ପିଲାମାନେ କିପରି ଇତାବାଲସା ବିଦ୍ୟାଳୟକୁ ନିୟମିତ ପାଠ ପଢ଼ିବାକୁ ଆସିବେ ସେନେଇ ଇତାବାଲସା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ରାଲେଗଡ଼ା କ୍ଲଷ୍ଟର ସିଆର୍‌ସିସିଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri