ଆମ ଜିଲା ଖବର

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୮।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ…

ଯେଉଁ ବସ୍‌ରେ ଆସିଲେ ସେଇ ମାଡ଼ିଗଲା

ପାପଡାହାଣ୍ଡି,୧୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ଚକତଳେ ଚାପିହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୌଶଲ୍ୟା ହରିଜନ। ସୂଚନାଯୋଗ୍ୟ, କୌଶଲ୍ୟା ମାଲକାନଗିରି ଜିଲା ଏମ୍‌ଭି ୭୯ରୁ…

ଓଟିଏମ୍‌ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ

କଟକ ଅଫିସ,୧୮।୧୦: ଓଟିଏମ୍‌ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍‌ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଏହି ରିପୋର୍ଟ ଦାଖଲ କରାଯାଇଛି। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର…

ବଲାଙ୍ଗୀରରେ ତେଜୁଛି ରୋପ୍‌ଓ୍ବେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୧୮।୧୦: ବଲାଙ୍ଗୀର ଜିଲାରେ ବଢ଼ିବାରେ ଲାଗିଛି ରୋପ୍‌ୱେ ଟେନ୍‌ସନ। ହରିଶଙ୍କରରୁ ନୃସିଂହନାଥ ପ୍ରସ୍ତାବିତ ରୋପ୍‌ୱେ ଯୋଜନା ବାତିଲ ହେବା ଜଣାପଡ଼ିବା ପରେ ସପ୍ତାହେ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଗତ ୧୦ ତାରିଖରେ କୋଶସଲ ରାଜ୍ୟ…

ନବରଙ୍ଗପୁରରେ ବ୍ୟାପୁଛି ଝାଡାବାନ୍ତି: ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ପାପଡାହାଣ୍ଡି,୧୮।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି। ଗତ ଅଗଷ୍ଟ ମାସରେ ତୁଳସିପଦର ଓ ଗତ ସପ୍ତାହରେ ସୋରିଷପଦରରେ ଝାଡାବାନ୍ତି ଦେଖାଦେଇଥିଲା। ବର୍ତ୍ତମାନ ବ୍ଲକର ମାଝୀଗୁଡା ପଞ୍ଚାୟତ ଖଡ଼କାପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଏହାର ପ୍ରକୃତ କାରଣ…

ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମହୋତ୍ସବର ଏକ ସ୍ମାରକୀ ତୋରଣ ନିର୍ମାଣ ନେଇ ନିଷ୍ପତ୍ତି ହୋଇଛି। ଜିଲାପାଳ ମୋନିଷା…

ନାବାଳିକାଙ୍କୁ ପ୍ରେମ ପ୍ରତାରଣା: ବନ୍ଧାହେଲେ ଯୁବକ

ବେତନଟୀ,୧୮।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ…

ଉନ୍ନୟନ ନାଁରେ ଚାଲିଛି ଦୁର୍ନୀତି: ଜୟରାମ ପାଙ୍ଗୀ

ପଟ୍ଟାଙ୍ଗୀ, ୧୮।୧୦(ଡି.ଏନ୍‌.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗ୍ରାମାଞ୍ଚଳରେ ଠିକ୍‌ଭାବେ ପହଞ୍ଚତ୍ପାରୁ ନ ଥିବାବେଳେ ଏହାର ଫାଇଦା ଉଠାଇ ଚାଲିଛନ୍ତି ସରକାରୀ ଅଧିକାରୀ ତଥା କେତେଜଣ ହାତଗଣତି ଠିକାଦାର। ଏପରି ଅଭିଯୋଗ କରିଛି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ।…

କାମ ଅନ୍ବେଷଣରେ ଗାଁ ଛାଡୁଛନ୍ତି ଶ୍ରମିକ

ନୂଆପଡ଼ା ଅଫିସ,୧୮।୧୦: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବର୍ଷର ୬ ମାସ ଚାଷ କରି ଅମଳ ପରେ ଅଧା ୬ ମାସ କାମ ଅନ୍ନେଷଣରେ ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ନୂଆପଡା ଏକ ଦାଦନ…

ସତ୍ୟସାଇ ଟ୍ରଷ୍ଟର କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଏକ ହାର୍ଟ ହସ୍ପିଟାଲ୍‌ ବହୁଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାକୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର କେତେକ ଘରୋଇ ସଂସ୍ଥାକୁ ଆମନ୍ତ୍ରଣ କରିଛନ୍ତି। ଏହାକୁ ରକ୍ଷାକରି ସତ୍ୟସାଇ ହେଲ୍‌ଥ…

ଗଛକଟା ବିରୋଧରେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସମ୍ବଲପୁର,୧୮ା୧୦(ବ୍ୟୁରୋ): ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ବେଆଇନ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଛି। ଯୁଯୁମୁରା ବ୍ଲକର ଫଟାବାହାଲ ଅଞ୍ଚଳବାସୀ ଏହା ବିରୋଧରେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ…

ଶେଷହେଲା କଂସ ଦରବାର

ମାଧପୁର,୧୮।୧୦: ଆଠମଲ୍ଲିକ ବ୍ଲକ ମାଧପୁରଠାରେ ଚାଲିଥିବା ଚୌରାଶି ମହାଲକ୍ଷ୍ମୀ ପୂଜା ଅବସରରେ ମହାରାଜ କଂସଙ୍କ ଦରବାର କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି। ଏହି ଅବସରରେ ଷଷ୍ଠ ଦିନରେ ଦରବାରରେ ରାଜ ଅତିଥି ଭାବେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ପୀତାମ୍ବର ବିଶ୍ବାଳ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri