୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ଛାତ୍ରାବାସ

ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ ୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି। ଏଥିରୁ ଜିଲା ମଙ୍ଗଳ ବିଭାଗ କେତେ ତତ୍ପର ତାହା ବାରି ହୋଇପଡୁଛି। ଜିଲାର ବିଷମକଟକ ବିଧାୟକ ଜଗନ୍ନାଥ ସାରକା ବିଭାଗୀୟ ମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମାଣଧୀନ ହଷ୍ଟେଲ କାର୍ଯ୍ୟ ଶେଷ ହୋଇପାରୁନି କି ଏହା ପିଲାଙ୍କ କାର୍ଯ୍ୟରେ ଲାଗିପାରୁନି ା ଏନେଇ ସ୍ଥାନୀୟ ବାସିନ୍ଦା ତଥା ପିଲାଙ୍କ ଅଭିଭାବକ ଯେତେ ଗୁହାରି କଲେ ବି କିଛି ଫରକ ପଡ଼ୁନାହିଁ ା
କାଶୀପୁର ବ୍ଲକ ଅନ୍ତର୍ଗତ କାଶୀପୁର ସଦର ହାଇସ୍କୁଲ ଏବଂ ଶଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚାଳି ହାଇସ୍କୁଲ ଠାରେ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଲେଖାଏ ଟଙ୍କା ବ୍ୟ ଅଟକଳ କରାଯାଇ ୨୦୧୯ରେ ଟେଣ୍ଡର ହୋଇଥିଲା। ଉକ୍ତ ଟେଣ୍ଡର ଏଚ୍‌ଏସ୍‌ସିଏଲ ନାମକ ଏକ ସଂସ୍ଥାକୁ ମିଳିଥିଲା ା ସେହିବର୍ଷ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା କେବଳ ପିଲାର ନିର୍ମାଣ ଚାଲିଛି ା ଉକ୍ତ କାର୍ଯ୍ୟ ୨ ବର୍ଷ ମଧ୍ୟରେ ସାରିବାକୁ ନିୟମାବଳୀ ରହିଥିଲେ ମଧ୍ୟ ଏ ଯାଏ ପିଲାର ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ଉକ୍ତ ବିଦ୍ୟାଳୟରେ ହଷ୍ଟେଲର ଅସୁବିଧା ରହୁଥିବାରୁ ବହୁ ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏନେଇ ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀଙ୍କୁ ପଚାରିବାରୁ, ଟେଣ୍ଡର ପାଇଥିବା କମ୍ପାନୀ ଅଞ୍ଚଳର କେତେଜଣ ଠିକାଦାରଙ୍କୁ ସବ୍‌ରେ କାମ ଦେଇ ଚୁପ ବସିଛି ବୋଲି କହିଛନ୍ତି ା ତେବେ ଉକ୍ତ ନିର୍ମାଣ କାର୍ଯ୍ୟ ଅବଧି ମଧ୍ୟରେ ଶେଷ ହୋଇ ନ ଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ା ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଉକ୍ତ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ କାଶୀପୁର ବ୍ଲକ ବାସିନ୍ଦା ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri