ପ୍ରକଳ୍ପ ଅଛି, କିନ୍ତୁ ସବୁ ଅଞ୍ଚଳକୁ ମିଳୁନି ପାଣି

ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଏସ୍‌ପି ଏସ୍‌.ସୁଶ୍ରୀ, ଡିଏଫ୍‌ଓ ଜି.ଜଗଦୀଶ ରାଓ, ଜିଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ, ସହକାରୀ ଜିଲା ପଶୁ ଚିକିତ୍ସାଧିକାରୀ ଦିଲୀପ କୁମାର କବିରାଜ, ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢ଼ୀ, ବିଡିଓ ଦୁର୍ଯ୍ୟୋଧନ ଭୋଇ, ବ୍ଲକ ଅଧ୍ୟକ୍ଷା ନୀଳେନ୍ଦ୍ରୀ ନାୟକ ଓ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇଙ୍କ ସମେତ ବ୍ଲକସ୍ତରୀୟ ଓ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅଧିକାରୀମାନେ ୫୧ଟି ଅଭିଯୋଗର ଶୁଣାଣି କରିଥିଲେ।
ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମ ପାଇଁ ବସୁଧା ଯୋଜନାରେ ଜଳଯୋଗାଣ ପ୍ରକଳ୍ପ ରହିଛି। ସେଠାରୁ କିନ୍ତୁ ଖାତିଗୁଡ଼ା ଗ୍ରାମର ପାଇକସାହି, କୁମ୍ଭାର ସାହି, ଗୌଡ଼ସାହି ସମେତ ଖାତିଗୁଡା ବଜାର ଅଞ୍ଚଳକୁ ପାଣି ମିଳୁନାହିଁ। ଏହାର ସମାଧାନ କରିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଖାତିଗୁଡାସ୍ଥିତ ଉପର ଶିବିମନ୍ଦିରର ପୂଜାର୍ଚ୍ଚନା ପାଇଁ ଜଳ ସମସ୍ୟା ରହୁଛି ତା’ର ସମାଧାନ କରିବାକୁ ଖବରଦାତା ଚିଦାନନ୍ଦ ସାହୁ ଅନୁରୋଧ କରିଥିଲେ। ବିଜାପଦରରୁ ବରଡ଼ାଝୋଡ଼ି ଦେଇ ଡାଇକ ପର୍ଯ୍ୟନ୍ତ ରାସ୍ତା ପାଇଁ ଭୀମସେନ ପାଣିଗ୍ରାହୀ ଅନୁରୋଧ କରିଥିଲେ। ବରଡ଼ାଝୋଡ଼ିର ବିଦ୍ୟାଳୟ ପୁନଃ ଚାଲୁ କରିବାକୁ ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ଅନୁରୋଧ କରିଥିଲେ। ଝରିଗୁମ୍ମାରୁ ଘୁମରେଶ୍ୱର ପର୍ଯ୍ୟନ୍ତ ରାସ୍ତା ପାଇଁ ଝରିଗୁମ୍ମା ସରପଞ୍ଚ ମଦନ ମୋହନ ଦଳପତି ଦାବି ରଖିଥିଲେ। ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ ଘୁମରେଶ୍ୱର ଶୈବପୀଠରେ ପାନୀୟ ଜଳ ସୁବିଧା କରିବାକୁ ଅନୁରୋଧ କରିଥିଲେ। ଲଦିପଦର ଓ ପାଙ୍ଗଣମରା ଆଦି ଗ୍ରାମକୁ ପାନୀୟ ଜଳ ସୁବିଧା କରିବା ସହ ମୁଣ୍ଡାଗୁଡ଼ାରୁ ମଙ୍ଗର ଦୋରା ରାସ୍ତା ପାଇଁ ମଧ୍ୟ ଦାବି କରାଯାଇଛି। ଜିଲାପାଳ ମିଶ୍ର ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri