୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍
ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍…
ବୋର୍ୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କ ଆଜୀବନ ପାଠପଢ଼ା ଖର୍ଚ୍ଚ ବହନ କରିବେ ଭିମ୍ସାର ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀ
ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ଗ୍ରାମର ଶ୍ରୀରାମବୁଢ଼ା ଜଙ୍ଗଲ ମଧ୍ୟରେ ଥିବା ପରିତ୍ୟକ୍ତ ବୋର୍ୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଙ୍କ ମା’ କଟକ ଏସ୍ସିବିରୁ ଡିସ୍ଚାର୍ଜ ହୋଇଛନ୍ତି। ହେଲେ ଶିଶୁ କନ୍ୟାକୁ ସେ ପାଖରେ ରଖିବା ପାଇଁ ଦାବି…
ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ
ଖଜୁରିପଡ଼ା,୪।୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଜଣା ବ୍ୟକ୍ତି ଜଣକ ଗ୍ରାମରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ…
ଡିଜିଟାଲ ଆର୍ଟ କରି ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି ନିହାର
ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାରର ନିହାର ରଞ୍ଜନ ସାହୁ ନିଜ ମୋବାଇଲରେ ଡିଜିଟାଲ ଆର୍ଟ କରି ଏବେ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରେ ପରିଚୟ ସୃଷ୍ଟି କରିଛନ୍ତି। ପଲିଟେକ୍ନିକାଲରେ ଡିପ୍ଲୋମା କରିବା ପରେ ସେ ରାଜ୍ୟ ବାହାରେ କାର୍ଯ୍ୟ…
କଟ୍ନି ଛଟ୍ନିକୁ ନେଇ ଜାତୀୟ ରାଜପଥ ଅବରୋଧ
କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍ନି ଛଟ୍ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍ ଦରଦାମ ବୃଦ୍ଧି ଆଦି ସମସ୍ୟାକୁ ନେଇ ସହରର ଆମ୍ବେଦକର ଛକ,ବଲାଙ୍ଗୀର ଛକ ସମେତ ବିଭିନ୍ନ ଛକରେ ଜାତୀୟ…
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଖୋର୍ଦ୍ଧା,୪ା୧(ପ୍ରଭାତ ପାଣିଗ୍ରାହୀ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍ ଜଳ ଭାଗରେ, ୨ଟି ଟିମ୍ ସ୍ଥଳଭାଗରେ ପକ୍ଷୀ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍,ବାଲୁଗାଁରେ ୫ଟି…
ପିକ୍ନିକ୍ ବସ୍ ସହ ଟ୍ରେଲର-ହାଇଓ୍ବା ମୁହାଁମୁହିଁ: ୩୫ ଆହତ, ୫ ଗୁରୁତର
ପରଜଙ୍ଗ,୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ୧୪୯ ନଂ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍ନିକ୍ ବସ୍ ସହିତ ଟ୍ରେଲର ଓ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୫…
ତେଲ ଟ୍ୟାଙ୍କର-ଟ୍ରକ୍ ମୁହାଁମୁହିଁ: ଜିଅନ୍ତା ଜଳିଗଲେ ଡ୍ରାଇଭର
ବାରିପଦା,୪ା୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ଏକ ତେଲ ଟ୍ୟାଙ୍କର ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ଟ୍ୟାଙ୍କର ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ଟ୍ରକ୍ ଡ୍ରାଇଭର ଟ୍ରକ୍ ତଳେ ଚାପି ହୋଇରହିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ…
ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ
ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି…
ଠେଙ୍ଗୋ ଡ୍ୟାମରେ ଦୁର୍ବୃତ୍ତଙ୍କ ଦାଦାଗିରି
ଅମରପାଲି,୪ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ)ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାକୁ ପ୍ରତ୍ୟହ ଜିଲା ଓ ଜିଲା ବାହାରର ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହାସହିତ ଅନେକ…
ଅନ୍ତର୍ଜାତୀୟସ୍ତରରେ ପହଞ୍ଚୁଛି ମାଣ୍ଡିଆ, ଆଦିବାସୀଙ୍କ ପାଖରୁ ଯାଇ ହେଲାଣି ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ
ସୁନାବେଡା ୪ା୧(କୃତ୍ତିବାସ ପ୍ରଧାନ): ମାଣ୍ଡିଆ ଏମିତି ଏକ ଶସ୍ୟ ଆଦିବାସୀ ଜନଜାତିଙ୍କୁ ଛାଡିଦେଲେ ବାକି ଅନେକ ଲୋକଙ୍କ କାନକୁ ଏହି ଶବ୍ଦଟି ଖରାପ ଶୁଭୁ ଥିଲା। ଲୋକଙ୍କ ମନରେ ଧାରଣା ଥିଲା ଏହା ଆଦିବାସୀମାନଙ୍କ ଖାଦ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଏହି…
ଅର୍ଥତତ୍ତ୍ୱର ସବୁ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ, ନିଲାମ ଅର୍ଥ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ
କଟକ,୪ା୧ (କାର୍ତ୍ତିକ ସାହୁ): ଚିଟ୍ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରି ସାଧାରଣରେ ନିଲାମ କରିବାକୁ କଟକ ସ୍ବତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତି ସମ୍ପତ୍ତି ନିଲାମ ପରେ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ବୋଲି…

