ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍‌ ଔଷଧ କାରବାର

ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି ବ୍ରାଣ୍ଡ ଔଷଧ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି। ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ନକଲି ଓ ନିମ୍ନମାନର ଔଷଧ ଖାଇ ରୋଗ ଭଲ ହେବା ପରିବର୍ତ୍ତେ ନାନାପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ଜିଲା ଭେଷଜ ବିଭାଗ ଅସାଧୁ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ନିୟମାନୁଯାୟୀ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ଯେପରି ଭାବେ ବିଭିନ୍ନ ଔଷଧ ଦୋକାନ ଯାଞ୍ଚ ହେବା କଥା ତାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହେଉନାହିଁ। ଫଳରେ କେତେଜଣ ମୁନାଫାଖୋର ବ୍ୟବସାୟୀ ନିଜର ଫାଇଦା ପାଇଁ ନିମ୍ନମାନର ଔଷଧ କାରବାର ଚଳାଇ ଆସୁଛନ୍ତି। ବେଆଇନ ଔଷଧ କାରବାର ରୋକିବା ଦିଗରେ ଜିଲା ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ରୋଗୀଟି ରୋଗରୁ ମୁକ୍ତି ପାଇବାକୁ ଡାକ୍ତରଙ୍କ ଦ୍ୱାରା ପ୍ରେସ୍‌ସ୍କ୍ରାଇବ ହୋଇଥିବା ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା, ଡାଇବେଟିସ୍‌, କିଡ୍‌ନୀ, ହାର୍ଟ, ରକ୍ତଚାପ ପରି ଔଷଧ ପରିବର୍ତ୍ତେ ନକଲି ଔଷଧ ଯୋଗାଯାଇ ଜୀବନ ସହ ଖେଳ ଖେଳାଯାଉଛି। କଟକ, ଭୁବନେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସହରରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢ଼ାଉ କରାଯାଇ ଦୋକାନରେ ଥିବା ଔଷଧ ଯାଞ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ଭେଷଜ ବିଭାଗୀୟ ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ନୀରବତା ଅବଲମ୍ବନ କରୁଛନ୍ତି। କୃତ୍ତିବାସ ପ୍ରଧାନ କହିଛନ୍ତି, ଜାନୁଆରୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତର ସମସ୍ତ ଫାର୍ମାସିଷ୍ଟ ଆସୋସିଏଶନକୁ ଚିଠି ଲେଖାଯାଇ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ବିନା ଆଣ୍ଟିବାୟୋଟିକ ନ ଦେବାକୁ ଫାର୍ମାସିଷ୍ଟଙ୍କୁ ନିବେଦନ କରାଯାଇଛି। ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଆଣ୍ଟିବାୟୋଟିକର ଅପବ୍ୟବହାର ଏବଂ ମାତ୍ରାଧିକ ବ୍ୟବହାରକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାହା ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଯାଞ୍ଚ ପାଇଁ ଭେଷଜ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେପରି କିଛି କରାଯାଉନାହିଁ। ତେଣୁ ଯେଉଁ ବ୍ୟବସାୟୀମାନେ ଲୋକଙ୍କ ଜୀବନ ସହ ଖେଳି ନିମ୍ନମାନର ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି, ମହାକାଳପଡ଼ାର ଗ୍ରାମାଞ୍ଚଳକୁ କୋଲକାତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ସିଲ୍‌ରେ ବେନାମୀ ଔଷଧ ସବୁ ଆଣି ଦୋକାନୀମାନଙ୍କୁ ଦେଉଛନ୍ତି। ଫଳରେ ମୂଲ୍ୟବାନ ନାମୀଦାମୀ କମ୍ପାନୀ ଔଷଧ ମୂଲ୍ୟ ସହ ଏହା ସମାନ ରହୁଛି। ବେନାମୀ ଔଷଧ କମ୍ପାନୀଗୁଡ଼ିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉଛି। ଫଳରେ ଅଧିକ ଫାଇଦା ପାଇବା ଆଶାରେ ବ୍ୟବସାୟୀ ହୋଲ୍‌ସେଲ୍‌ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି। ଗଁାରେ ଥିବା ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଛନ୍ତି। ଏଭଳି ଔଷଧ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି। ଜିଲା ଭେଷଜ ନିରୀକ୍ଷକ ହୋଲ୍‌ସେଲ ଔଷଧ ବିକ୍ରି ଉପରେ ନଜର ନ ରଖିବାରୁ କାରବାରକୁ ଏହା ବେଶ୍‌ ପ୍ରୋତ୍ସାହିତ କରୁଛି। ବୃଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲ୍‌ସେଲର ମଧ୍ୟ ରହିଛନ୍ତି। ଏ ନେଇ କେତେଗୋଟି ଦୋକାନକୁ ଛାଡ଼ି ଦେଲେ ଅନ୍ୟମାନେ ଲାଇସେନ୍ସ ମଧ୍ୟ କରିନାହାନ୍ତି। କାହା ଉପରେ ଲୋକେ ଭରସା କରିବେ, ଡାକ୍ତର ନା ଔଷଧ ଉପରେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହେଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ପ୍ରଦୀପ ସାହୁଙ୍କୁ ପଚାରିବାରେ କଟକ, କେନ୍ଦ୍ରାପଡ଼ା ୨ଟି ଜିଲା ଦାୟିତ୍ୱରେ ଅଛି। ଯାଞ୍ଚ ଚାଲିଛି ଆଗକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri