ପରିବାରବାଦ ରାଜନୀତିରୁ ବାହାରିପାରେ ଅନୁଗୋଳ

ଅନୁଗୋଳ, ୭।୩ (ଅମିତ କୁମାର ସାମଲ): ଦୀର୍ଘ ୨୪ ବର୍ଷର ବିଜେଡି ନେତୃତ୍ୱାଧୀନ ସରକାରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ପରିବାରବାଦ ରାଜନୀତି। ୨୦୦୦ ମସିହାରୁ ଏହି ଆସନ ରଜନୀକାନ୍ତ ସିଂହଙ୍କ ପରିବାର ଅକ୍ତିଆରରେ ରହିଆସିଛି। ୨୦୦୦ ନିର୍ବାଚନରେ ରଜନୀକାନ୍ତଙ୍କ ପିତା ଅଦ୍ୱୈତ ପ୍ରସାଦ ସିଂହ ଅନୁଗୋଳରୁ ବିଜେଡି ଟିକେଟ୍‌ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୪ରୁ ରଜନୀକାନ୍ତ ଲଗାତର ୪ଟି ନିର୍ବାଚନରେ ବିଜୟୀ ହୋଇଆସିଛନ୍ତି। ହେଲେ ୨୦୧୯ ନିର୍ବାଚନ ବେଳେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷ ମୁହୂର୍ତ୍ତରେ ସେ ଯେଭଳି ଦଳୀୟ ଟିକେଟ୍‌ ହାସଲ କରି ବିଜୟୀ ହୋଇଥିଲେ, ତାହାକୁ ନେଇ ସେତେବେଳେ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା। ରଜନୀକାନ୍ତଙ୍କ ବିଜୟ ବ୍ୟବଧାନରେ ଘଟିଥିବା ବଡ଼ଧରଣର ହ୍ରାସ ସେହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଥିଲା। ତେଣୁ ସେସବୁକୁ ନଜରରେ ରଖି ଜିଲାର ରାଜନୈତିକ ସମୀକ୍ଷକମାନେ ୨୦୨୪ ନିର୍ବାଚନକୁ ନେଇ ଏକ ଭିନ୍ନ ସଂକେତ ଦେଉଛନ୍ତି। ଏପରି କି ପରିବାରବାଦ ରାଜନୀତିରୁ ଅନୁଗୋଳ ମୁକ୍ତି ପାଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୦୪ରେ ପ୍ରଥମ କରି ନିର୍ବାଚନ ଜିତିଥିବା ରଜନୀକାନ୍ତଙ୍କ ବିଜୟ ବ୍ୟବଧାନ ଥିଲା ୧୮ ହଜାର ୪୪୯। ୨୦୦୯ରେ ବିଜେଡି ତାଙ୍କୁ ପୁନଃ ପ୍ରାର୍ଥୀ କରିଥିଲା ଓ ଗତ ବିଜୟ ବ୍ୟବଧାନ ଅପେକ୍ଷା ରଜନୀକାନ୍ତ ମାତ୍ର ୨ ହଜାରରୁ ଅଧିକ ଭୋଟ ପାଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବାରେ ସଫଳ ହୋଇଥିଲେ। ହେଲେ ଏହା ପରଠାରୁ ଲଗାତର ୨ଟି ନିର୍ବାଚନରେ ରଜନୀକାନ୍ତ ଜୟଯୁକ୍ତ ହୋଇଥିଲେ ମଧ୍ୟ ବିଜୟ ବ୍ୟବଧାନ ହ୍ରାସ ପାଇଚାଲିଛି। ୨୦୧୪ରେ ୨୦ ହଜାର ୩୪୩ ଓ ୨୦୧୯ ନିର୍ବାଚନରେ ବିଜୟ ବ୍ୟବଧାନ ୮ ହଜାର ୮୨୨କୁ ଖସି ଆସିଛି। ରଜନୀକାନ୍ତଙ୍କ ଲୋକପ୍ରିୟତା କ୍ରମେ କମୁଥିବାରୁ ଅନୁଗୋଳକୁ ନେଇ ବିଜେଡି ରାଜ୍ୟ ନେତୃତ୍ୱ ଚିନ୍ତାରେ ପଡ଼ିଥିବା ବିଷୟ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି କରିଛି। ତେବେ ଦୀର୍ଘବର୍ଷ ପରେ ପ୍ରଥମ ଥର ପାଇଁ ଅନୁଗୋଳ ପୌର ପରିଷଦକୁ ବିଜେଡି ନିଜ ହାତମୁଠାରେ ରଖିପାରିବା ଦଳ ପାଇଁ ଏକମାତ୍ର ଆଶ୍ୱାସନା ହୋଇପାରିଛି। ଏହା ସତ୍ତ୍ୱେ ରଜନୀକାନ୍ତଙ୍କ ୨୦୨୪ ଟିକେଟ୍‌ ପାଇବା ପଥ ଏତେ ସହଜ ହୋଇ ନ ପାରେ ବୋଲି କୁହାଯାଉଛି। କାରଣ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସେ ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହାନ୍ତି। ବନ୍ତଳା ଅଞ୍ଚଳରେ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ, ହାତୀ ଉପଦ୍ରବରୁ ସୁରକ୍ଷା ଓ ଦମକଳକେନ୍ଦ୍ର ପ୍ରତିଷ୍ଠା ଦାବି ପୂରଣ ହୋଇପାରି ନାହିଁ। ମହାନଦୀରୁ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଯାଇଛି। ଭାବମୂର୍ତ୍ତି ସୁଧାରିବାକୁ ପୁଅ ଅରୁଣାଭ ସିଂହଙ୍କୁ ସେ ଢାଲ କରିଥିଲେ ମଧ୍ୟ ସେତେଟା ସଫଳତା ମିଳିନାହିଁ। ନିଜ ସ୍ଥାନରେ ପୁଅକୁ ନିର୍ବାଚନ ମଇଦାନକୁ ଆଣିବା ଯୋଜନା ଥିଲେ ମଧ୍ୟ ତାହା ନେତୃବର୍ଗ ଓ କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁ ନ ଥିବା ଦେଖାଯାଉଛି।

ଅନ୍ୟପକ୍ଷରେ ଅନୁଗୋଳ ବିଜୁ ଯୁବ ଜନତା ଦଳର ୨ ଥର ସଭାପତି ପଦ ହାତେଇବା ସହ ବସୁଧାର ଉପଦେଷ୍ଟା ଥିବା ଦୀନେଶ ପ୍ରଧାନଙ୍କ ନାମ ଏବେ ରାଜ୍ୟ ବିଜେଡି କ୍ୟାମ୍ପରେ ଚର୍ଚ୍ଚାରେ ରହିଛି। ଏହି ଯୁବ ନେତା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ପାଖ ଲୋକ ବୋଲି କୁହାଯାଉଥିବା ବେଳେ ଯୁବଗୋଷ୍ଠୀ ମଧ୍ୟ ତାଙ୍କ ହାତରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନେ ତାଙ୍କୁ ଗୁରୁତ୍ୱ ଦେଉଥିବାରୁ ୨୦୨୪ ଟିକେଟ୍‌ ପାଇଁ ସେ ବଡ଼ ଦାବିଦାର ବୋଲି କୁହାଯାଉଛି। ସେହିଭଳି ଆଦର୍ଶ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ମହେଶ ଧଳଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ତାଙ୍କ ପୋଷ୍ଟରରେ ବିଜେଡି ଦଳୀୟ ଚିହ୍ନ ନ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ଫଟୋ ରହୁଥିବା ଦେଖିବାକୁ ମିଳୁଛି। ଯଦି ଅନୁଗୋଳ ଆସନ ପାଇଁ ବିଜେଡି ମହିଳା କାର୍ଡ ଖେଳେ, ତା’ହେଲେ ପ୍ରଥମ ପସନ୍ଦ ଭାବେ ଆସିବେ ପୂର୍ବତନ ଜିଲାପରିଷଦ ସଭାପତି ଗିରିଜା ନନ୍ଦିନୀ। ତେବେ ଅନୁଗୋଳରେ ବିଜେଡି କାହାକୁ ନବୀନଙ୍କ ବଳରେ ବଳିଆନ୍‌ କରିବ ତାହାକୁ ନେଇ ଏବେ ଆଲୋକଚନା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ଆସନ୍ତାକାଲି ଭୁବନେଶ୍ୱରରେ ମୋଦି କରିବେ ରୋଡ ଶୋ’, ଦିନ ୨ଟାରୁ ଏହି ରାସ୍ତାରେ ଗାଡି ଚଳାଚଳ କରିବନି

ଭୁବନେଶ୍ୱର,୯।୫: ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ରୋଡ ଶୋ’ କରିବେ।...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ; ୧୯୦୧ ମସିହା ପରଠାରୁ ଗତ ଏପ୍ରିଲ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୯।୫: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟ ଭାଗରେ ଝଡବର୍ଷା ହୋଇଥିବା...

ବ୍ୟାପୁଛି ରୁବେଲା ଭାଇରସ, ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri