ପରିବାରବାଦ ରାଜନୀତିରୁ ବାହାରିପାରେ ଅନୁଗୋଳ

ଅନୁଗୋଳ, ୭।୩ (ଅମିତ କୁମାର ସାମଲ): ଦୀର୍ଘ ୨୪ ବର୍ଷର ବିଜେଡି ନେତୃତ୍ୱାଧୀନ ସରକାରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ପରିବାରବାଦ ରାଜନୀତି। ୨୦୦୦ ମସିହାରୁ ଏହି ଆସନ ରଜନୀକାନ୍ତ ସିଂହଙ୍କ ପରିବାର ଅକ୍ତିଆରରେ ରହିଆସିଛି। ୨୦୦୦ ନିର୍ବାଚନରେ ରଜନୀକାନ୍ତଙ୍କ ପିତା ଅଦ୍ୱୈତ ପ୍ରସାଦ ସିଂହ ଅନୁଗୋଳରୁ ବିଜେଡି ଟିକେଟ୍‌ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୪ରୁ ରଜନୀକାନ୍ତ ଲଗାତର ୪ଟି ନିର୍ବାଚନରେ ବିଜୟୀ ହୋଇଆସିଛନ୍ତି। ହେଲେ ୨୦୧୯ ନିର୍ବାଚନ ବେଳେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷ ମୁହୂର୍ତ୍ତରେ ସେ ଯେଭଳି ଦଳୀୟ ଟିକେଟ୍‌ ହାସଲ କରି ବିଜୟୀ ହୋଇଥିଲେ, ତାହାକୁ ନେଇ ସେତେବେଳେ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା। ରଜନୀକାନ୍ତଙ୍କ ବିଜୟ ବ୍ୟବଧାନରେ ଘଟିଥିବା ବଡ଼ଧରଣର ହ୍ରାସ ସେହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଥିଲା। ତେଣୁ ସେସବୁକୁ ନଜରରେ ରଖି ଜିଲାର ରାଜନୈତିକ ସମୀକ୍ଷକମାନେ ୨୦୨୪ ନିର୍ବାଚନକୁ ନେଇ ଏକ ଭିନ୍ନ ସଂକେତ ଦେଉଛନ୍ତି। ଏପରି କି ପରିବାରବାଦ ରାଜନୀତିରୁ ଅନୁଗୋଳ ମୁକ୍ତି ପାଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୦୪ରେ ପ୍ରଥମ କରି ନିର୍ବାଚନ ଜିତିଥିବା ରଜନୀକାନ୍ତଙ୍କ ବିଜୟ ବ୍ୟବଧାନ ଥିଲା ୧୮ ହଜାର ୪୪୯। ୨୦୦୯ରେ ବିଜେଡି ତାଙ୍କୁ ପୁନଃ ପ୍ରାର୍ଥୀ କରିଥିଲା ଓ ଗତ ବିଜୟ ବ୍ୟବଧାନ ଅପେକ୍ଷା ରଜନୀକାନ୍ତ ମାତ୍ର ୨ ହଜାରରୁ ଅଧିକ ଭୋଟ ପାଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବାରେ ସଫଳ ହୋଇଥିଲେ। ହେଲେ ଏହା ପରଠାରୁ ଲଗାତର ୨ଟି ନିର୍ବାଚନରେ ରଜନୀକାନ୍ତ ଜୟଯୁକ୍ତ ହୋଇଥିଲେ ମଧ୍ୟ ବିଜୟ ବ୍ୟବଧାନ ହ୍ରାସ ପାଇଚାଲିଛି। ୨୦୧୪ରେ ୨୦ ହଜାର ୩୪୩ ଓ ୨୦୧୯ ନିର୍ବାଚନରେ ବିଜୟ ବ୍ୟବଧାନ ୮ ହଜାର ୮୨୨କୁ ଖସି ଆସିଛି। ରଜନୀକାନ୍ତଙ୍କ ଲୋକପ୍ରିୟତା କ୍ରମେ କମୁଥିବାରୁ ଅନୁଗୋଳକୁ ନେଇ ବିଜେଡି ରାଜ୍ୟ ନେତୃତ୍ୱ ଚିନ୍ତାରେ ପଡ଼ିଥିବା ବିଷୟ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି କରିଛି। ତେବେ ଦୀର୍ଘବର୍ଷ ପରେ ପ୍ରଥମ ଥର ପାଇଁ ଅନୁଗୋଳ ପୌର ପରିଷଦକୁ ବିଜେଡି ନିଜ ହାତମୁଠାରେ ରଖିପାରିବା ଦଳ ପାଇଁ ଏକମାତ୍ର ଆଶ୍ୱାସନା ହୋଇପାରିଛି। ଏହା ସତ୍ତ୍ୱେ ରଜନୀକାନ୍ତଙ୍କ ୨୦୨୪ ଟିକେଟ୍‌ ପାଇବା ପଥ ଏତେ ସହଜ ହୋଇ ନ ପାରେ ବୋଲି କୁହାଯାଉଛି। କାରଣ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସେ ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହାନ୍ତି। ବନ୍ତଳା ଅଞ୍ଚଳରେ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ, ହାତୀ ଉପଦ୍ରବରୁ ସୁରକ୍ଷା ଓ ଦମକଳକେନ୍ଦ୍ର ପ୍ରତିଷ୍ଠା ଦାବି ପୂରଣ ହୋଇପାରି ନାହିଁ। ମହାନଦୀରୁ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଯାଇଛି। ଭାବମୂର୍ତ୍ତି ସୁଧାରିବାକୁ ପୁଅ ଅରୁଣାଭ ସିଂହଙ୍କୁ ସେ ଢାଲ କରିଥିଲେ ମଧ୍ୟ ସେତେଟା ସଫଳତା ମିଳିନାହିଁ। ନିଜ ସ୍ଥାନରେ ପୁଅକୁ ନିର୍ବାଚନ ମଇଦାନକୁ ଆଣିବା ଯୋଜନା ଥିଲେ ମଧ୍ୟ ତାହା ନେତୃବର୍ଗ ଓ କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁ ନ ଥିବା ଦେଖାଯାଉଛି।

ଅନ୍ୟପକ୍ଷରେ ଅନୁଗୋଳ ବିଜୁ ଯୁବ ଜନତା ଦଳର ୨ ଥର ସଭାପତି ପଦ ହାତେଇବା ସହ ବସୁଧାର ଉପଦେଷ୍ଟା ଥିବା ଦୀନେଶ ପ୍ରଧାନଙ୍କ ନାମ ଏବେ ରାଜ୍ୟ ବିଜେଡି କ୍ୟାମ୍ପରେ ଚର୍ଚ୍ଚାରେ ରହିଛି। ଏହି ଯୁବ ନେତା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ପାଖ ଲୋକ ବୋଲି କୁହାଯାଉଥିବା ବେଳେ ଯୁବଗୋଷ୍ଠୀ ମଧ୍ୟ ତାଙ୍କ ହାତରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନେ ତାଙ୍କୁ ଗୁରୁତ୍ୱ ଦେଉଥିବାରୁ ୨୦୨୪ ଟିକେଟ୍‌ ପାଇଁ ସେ ବଡ଼ ଦାବିଦାର ବୋଲି କୁହାଯାଉଛି। ସେହିଭଳି ଆଦର୍ଶ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ମହେଶ ଧଳଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ତାଙ୍କ ପୋଷ୍ଟରରେ ବିଜେଡି ଦଳୀୟ ଚିହ୍ନ ନ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ଫଟୋ ରହୁଥିବା ଦେଖିବାକୁ ମିଳୁଛି। ଯଦି ଅନୁଗୋଳ ଆସନ ପାଇଁ ବିଜେଡି ମହିଳା କାର୍ଡ ଖେଳେ, ତା’ହେଲେ ପ୍ରଥମ ପସନ୍ଦ ଭାବେ ଆସିବେ ପୂର୍ବତନ ଜିଲାପରିଷଦ ସଭାପତି ଗିରିଜା ନନ୍ଦିନୀ। ତେବେ ଅନୁଗୋଳରେ ବିଜେଡି କାହାକୁ ନବୀନଙ୍କ ବଳରେ ବଳିଆନ୍‌ କରିବ ତାହାକୁ ନେଇ ଏବେ ଆଲୋକଚନା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?