ଇରାନୀ, ଲାଲା ଶଙ୍ଖ ଧରିବା ନେଇ ଚର୍ଚ୍ଚା

ନୟାଗଡ଼,୭।୩(ଲୋକନାଥ ମିଶ୍ର): ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ନୟାଗଡ଼ ଜିଲା ସଭାପତି ଲାଲା ମନୋଜ ରାୟ ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ନିର୍ବାଚନ ମଣ୍ଡଳୀସ୍ତରୀୟ ଓ ରାଜ୍ୟସ୍ତରରେ ପ୍ରସ୍ତୁତି ପର୍ବ ଚାଲିଥିବା ତାଙ୍କ ସମର୍ଥକଙ୍କଠାରୁ ଶୁଣିବାକୁ ମିଳୁଛି। ୨୦୧୪ରେ ଲାଲା ମନୋଜ ରାୟ କଂଗ୍ରେସରୁ ନୟାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇ ବିଜେଡିର ଅରୁଣ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୭ ମେ’ ୫ରେ ଲାଲା ସ୍ତ୍ରୀ ଇରାନୀ ରାୟଙ୍କ ସହ ଭାଜପାରେ ଯୋଗଦେଇଥିଲେ। ଏ ଦୁହେଁ ଭାଜପାକୁ ଆସିବା ପରେ ସଙ୍ଗଠନକୁ ବଢ଼ାଇଥିଲେ। ୨୦୧୯ ନିର୍ବାଚନରେ ଲାଲା ପ୍ରାର୍ଥୀ ନ ହୋଇ ସ୍ତ୍ରୀ ଇରାନୀଙ୍କୁ ନୟାଗଡ ନିର୍ବାଚନ ମଣ୍ଡଳୀ ଛାଡିଥିଲେ।

ଇରାନୀ ଭାଜପାରୁ ପ୍ରାର୍ଥୀ ହୋଇ ୬୮ ହଜାର ଭୋଟ ପାଇଥିଲେ। ତେବେ ୨୦୧୯ ନିର୍ବାଚନ ପରେ ପୂୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ନିଜର ସଙ୍ଗଠନକୁ ବୃଦ୍ଧି କରାଇଥିଲେ। ବିଭିନ୍ନ ସମୟରେ ଭାଜପାରେ ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି ଚାଲିଥିଲା। ଉଭୟ ନେତ୍ରୀ ଭାଜପା ଟିକେଟ ପାଇବେ ବୋଲି କହି ନିଜର ସଙ୍ଗଠନ ବଢ଼ାଇ ଚାଲିଥିଲେ। ଇରାନୀଙ୍କ ଉପରେ ଭାଜପାର କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଆଶୀର୍ବାଦ ଥିଲା। ହେଲେ ପ୍ରତ୍ୟୁଷାଙ୍କ ସ୍ବାମୀ ତଥା ପୂର୍ବତନ କନ୍ଧମାଳ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀରେ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ର ଯୋଗ ଦେବା ପରେ ଭାଜପା ରାଜନୀତି ବଦଳି ଯାଇଥିଲା। ଏପରି କି ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଇରାନୀ କ୍ୟାମ୍ପ ଛାଡି ପ୍ରତ୍ୟୁଷାଙ୍କ କ୍ୟାମ୍ପକୁ ଗୁରୁତ୍ୱ ଦେଇଥିଲେ। କିଛି ମାସ ପରେ ଇରାନୀଙ୍କ ସ୍ବାମୀ ଲାଲା ମନୋଜ ରାୟଙ୍କ ହାତରୁ ଜିଲା ସଭାପତି ପଦ କାଢ଼ି ନିଆଗଲା।

ଲାଲା ଓ ଇରାନୀଙ୍କ ସମର୍ଥକଙ୍କ ସୂଚନା ଅନୁଯାୟୀ ଉଭୟଙ୍କୁ ଭାଜପା ଅଣଦେଖା କରିଛି। ଏଣୁ ଆମେ ବିଜେଡିରେ ମିଶିବାକୁ ଉଦ୍ୟମ ଜାରି ରଖିଛୁ। ଆଗାମୀ ୧୫ ତାରିଖ ଭିତରେ ଆମେ ବିଜେଡିରେ ଯୋଗ ଦେବୁ ବୋଲି ସେମାନେ କହିଛନ୍ତି। ଲାଲା ଓ ଇରାନୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ଭାଜପାର ସଙ୍ଗଠନକୁ ଏଠାରେ ଆମେ ମଜଭୁତ କରିଛୁ। ହେଲେ ଦଳ ଆମକୁ ଅଣଦେଖା କରିଛି। ଏପରିସ୍ଥଳେ ଆମେ ଦଳ ଛାଡିବା ସ୍ଥିତିରେ ନାହୁଁ। ଦଳ ପକ୍ଷରୁ ଆମକୁ ବୁଝାଶୁଝା କରାଯାଉଛି। ଯଦି ଆମକୁ ଭାଜପାରୁ ନ୍ୟାୟ ନ ମିଳେ ତେବେ କ’ଣ କରିବୁ ସେ ନେଇ ବିଚାରିବୁ ବୋଲି ଉଭୟେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?