ସେତେବେଳେ କୋରେଇ, ଏବେ ଧର୍ମଶାଳା

ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି ଆପଣାଉଥିବା ଲକ୍ଷ୍ୟ କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯାଜପୁର ଜିଲା ପରିଷଦ ପୂର୍ବତନ ଉପସଭାପତି ଅଶୋକ ବଳଙ୍କୁ ଫେରାଇ ଆଣିବାକୁ ଦଳ ଯେଉଁ ରଣନୀତି ଆପଣେଇ ଥିଲା, ସମାନ ରଣନୀତି ୨୦୨୪ ନିର୍ବାଚନ ପୂର୍ବରୁ ଯାଜପୁର ଜିଲାପରିଷଦ ପୂର୍ବତନ ସଭାପତି ନରେଶ ଚନ୍ଦ୍ର ମହାନ୍ତି(ବୁଲୁ ଭାଇ)ଙ୍କୁ ଫେରାଇ ଆଣିବା ଦିଗରେ ଆପଣାଇଛି। ସେତେବେଳେ ଭାଜପାରୁ ବଳଙ୍କୁ ଦଳରେ ସାମିଲ କରିବା ପରେ ଦଳ କୋରେଇ ବିଧାୟକ ଆସନରେ ବସାଇଛି। ଏବେ ପୂର୍ବତନ ସଭାପତି ମହାନ୍ତିଙ୍କୁ କେଉଁ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ହେଲେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ମହାନ୍ତି ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଜଣାଯାଇଛି।
୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବୁଲୁ ଯାଜପୁର ଜିଲାପରିଷଦ ସଭାପତି ଦାୟିତ୍ୱରେ ଥିଲେ। ସେ ରସୁଲପୁର ବ୍ଲକର ୩୫ନମ୍ବର ଜୋନରୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେଡି ଏହି ପଦରେ ବସାଇଥିଲା। ତାଙ୍କ ଘର ଧର୍ମଶାଳା ନିର୍ବାଚନମଣ୍ଡଳୀରେ। ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସଙ୍କ ନିକଟତମ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ପୁତ୍ର ପ୍ରଣବ ବଳବନ୍ତରାୟ ଧର୍ମଶାଳା ବିଧାୟକ ହେବାପରେ ବୁଲୁଙ୍କ ସହ ତାଙ୍କର ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ପରେ ବୁଲୁ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଅଢ଼େଇ ମାସ ତଳେ ସେ ଭାଜପାରେ ସାମିଲ ହୋଇଥିଲେ। ଏହି ଦଳରେ ସାମିଲ ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଥିଲେ। ଅନୁରୂପ ଭାବରେ ବିଜେଡି ଓ ଧର୍ମଶାଳାର ବିଧାୟକଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ଏବେ ଏମିତି କ’ଣ ଘଟିଲା ଯେ ଦଳ ତାଙ୍କୁ ଫେରାଇ ନେବାକୁ ପ୍ରୟାସ କଲା। ଦଳ ବିରୋଧରେ ବିଷୋଦ୍‌ଗାର କରୁଥିବା ନେତା ପୁଣି ଦଳକୁ ଫେରି ଆସିଲେ। ତାହାକୁ ନେଇ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୂଚନାଥାଉ କି, ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲା ପରିଷଦର ପୂର୍ବତନ ଉପସଭାପତି ବଳ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ। ସେହି ନିର୍ବାଚନରେ ଭାଜପା ଉନ୍ନତ ପ୍ରଦର୍ଶନ କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କୁ ଦଳକୁ ଫେରାଇ ନେଇଥିଲା। ଶେଷ ମୁହୂର୍ତ୍ତରେ ଆକାଶ ଦାସନାୟକଙ୍କୁ ଦଳୀୟ ଟିକେଟରୁ ବାଦ ଦିଆଯାଇ ଅଶୋକଙ୍କୁ ଟିକେଟ ଦିଆଯାଇଥିଲା। ଏଠାରେ ଘର ବାହୁଡ଼ା ନେତା ବୁଲୁଙ୍କ ସହ ଦଳର ସେମିତି କିଛି ଚୁକ୍ତି ଆଲୋଚନା ହୋଇନାହିଁ ତ ତା’କୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି।
ଏ ସମ୍ପର୍କରେ ବୁଲୁଙ୍କୁ ପଚାରିବାରୁ ସେ କହିଛନ୍ତି, ଧର୍ମଶାଳା ବିଧାୟକଙ୍କ ସହ ତାଙ୍କର ମତାନ୍ତର ଘଟିଥିଲା। ସେଥିସକାଶେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେହି ମାନ ଅଭିମାନ ଓ କ୍ଷୋଭକୁ ସମ୍ବରଣ କରି ନ ପାରି ସେ ଭାଜପାରେ ସାମିଲ ହୋଇଥିଲେ। ମାତ୍ର ଅଢେଇ ମାସ ଭିତରେ ସେ ଦଳରେ ନିଜକୁ ସହଜ ମଣୁ ନ ଥିଲେ। ଏବେ ସେ ପୁଣି ତାଙ୍କ ଘରକୁ ଫେରି ଆସିଛନ୍ତି। ତୃତୀୟ ମହଲାର ଜଣେ କ୍ଷମତାଶାଳୀ ନେତା ଓ ଯାଜପୁର ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ସହ ଆଲୋଚନା ପରେ ସେ ଦଳକୁ ଫେରିଛନ୍ତି। ମାତ୍ର ତାଙ୍କ ସହ ତୃତୀୟ ମହଲାର ନେତା କ’ଣ ଆଲୋଚନା କରିଛନ୍ତି ସେ ଦିଗରେ ବୁଲୁ ପ୍ରକାଶ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?