ସେତେବେଳେ କୋରେଇ, ଏବେ ଧର୍ମଶାଳା

ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି ଆପଣାଉଥିବା ଲକ୍ଷ୍ୟ କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯାଜପୁର ଜିଲା ପରିଷଦ ପୂର୍ବତନ ଉପସଭାପତି ଅଶୋକ ବଳଙ୍କୁ ଫେରାଇ ଆଣିବାକୁ ଦଳ ଯେଉଁ ରଣନୀତି ଆପଣେଇ ଥିଲା, ସମାନ ରଣନୀତି ୨୦୨୪ ନିର୍ବାଚନ ପୂର୍ବରୁ ଯାଜପୁର ଜିଲାପରିଷଦ ପୂର୍ବତନ ସଭାପତି ନରେଶ ଚନ୍ଦ୍ର ମହାନ୍ତି(ବୁଲୁ ଭାଇ)ଙ୍କୁ ଫେରାଇ ଆଣିବା ଦିଗରେ ଆପଣାଇଛି। ସେତେବେଳେ ଭାଜପାରୁ ବଳଙ୍କୁ ଦଳରେ ସାମିଲ କରିବା ପରେ ଦଳ କୋରେଇ ବିଧାୟକ ଆସନରେ ବସାଇଛି। ଏବେ ପୂର୍ବତନ ସଭାପତି ମହାନ୍ତିଙ୍କୁ କେଉଁ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ହେଲେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ମହାନ୍ତି ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଜଣାଯାଇଛି।
୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବୁଲୁ ଯାଜପୁର ଜିଲାପରିଷଦ ସଭାପତି ଦାୟିତ୍ୱରେ ଥିଲେ। ସେ ରସୁଲପୁର ବ୍ଲକର ୩୫ନମ୍ବର ଜୋନରୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେଡି ଏହି ପଦରେ ବସାଇଥିଲା। ତାଙ୍କ ଘର ଧର୍ମଶାଳା ନିର୍ବାଚନମଣ୍ଡଳୀରେ। ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସଙ୍କ ନିକଟତମ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ପୁତ୍ର ପ୍ରଣବ ବଳବନ୍ତରାୟ ଧର୍ମଶାଳା ବିଧାୟକ ହେବାପରେ ବୁଲୁଙ୍କ ସହ ତାଙ୍କର ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ପରେ ବୁଲୁ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଅଢ଼େଇ ମାସ ତଳେ ସେ ଭାଜପାରେ ସାମିଲ ହୋଇଥିଲେ। ଏହି ଦଳରେ ସାମିଲ ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଥିଲେ। ଅନୁରୂପ ଭାବରେ ବିଜେଡି ଓ ଧର୍ମଶାଳାର ବିଧାୟକଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ଏବେ ଏମିତି କ’ଣ ଘଟିଲା ଯେ ଦଳ ତାଙ୍କୁ ଫେରାଇ ନେବାକୁ ପ୍ରୟାସ କଲା। ଦଳ ବିରୋଧରେ ବିଷୋଦ୍‌ଗାର କରୁଥିବା ନେତା ପୁଣି ଦଳକୁ ଫେରି ଆସିଲେ। ତାହାକୁ ନେଇ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୂଚନାଥାଉ କି, ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲା ପରିଷଦର ପୂର୍ବତନ ଉପସଭାପତି ବଳ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ। ସେହି ନିର୍ବାଚନରେ ଭାଜପା ଉନ୍ନତ ପ୍ରଦର୍ଶନ କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କୁ ଦଳକୁ ଫେରାଇ ନେଇଥିଲା। ଶେଷ ମୁହୂର୍ତ୍ତରେ ଆକାଶ ଦାସନାୟକଙ୍କୁ ଦଳୀୟ ଟିକେଟରୁ ବାଦ ଦିଆଯାଇ ଅଶୋକଙ୍କୁ ଟିକେଟ ଦିଆଯାଇଥିଲା। ଏଠାରେ ଘର ବାହୁଡ଼ା ନେତା ବୁଲୁଙ୍କ ସହ ଦଳର ସେମିତି କିଛି ଚୁକ୍ତି ଆଲୋଚନା ହୋଇନାହିଁ ତ ତା’କୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି।
ଏ ସମ୍ପର୍କରେ ବୁଲୁଙ୍କୁ ପଚାରିବାରୁ ସେ କହିଛନ୍ତି, ଧର୍ମଶାଳା ବିଧାୟକଙ୍କ ସହ ତାଙ୍କର ମତାନ୍ତର ଘଟିଥିଲା। ସେଥିସକାଶେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେହି ମାନ ଅଭିମାନ ଓ କ୍ଷୋଭକୁ ସମ୍ବରଣ କରି ନ ପାରି ସେ ଭାଜପାରେ ସାମିଲ ହୋଇଥିଲେ। ମାତ୍ର ଅଢେଇ ମାସ ଭିତରେ ସେ ଦଳରେ ନିଜକୁ ସହଜ ମଣୁ ନ ଥିଲେ। ଏବେ ସେ ପୁଣି ତାଙ୍କ ଘରକୁ ଫେରି ଆସିଛନ୍ତି। ତୃତୀୟ ମହଲାର ଜଣେ କ୍ଷମତାଶାଳୀ ନେତା ଓ ଯାଜପୁର ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ସହ ଆଲୋଚନା ପରେ ସେ ଦଳକୁ ଫେରିଛନ୍ତି। ମାତ୍ର ତାଙ୍କ ସହ ତୃତୀୟ ମହଲାର ନେତା କ’ଣ ଆଲୋଚନା କରିଛନ୍ତି ସେ ଦିଗରେ ବୁଲୁ ପ୍ରକାଶ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri