ଖୋଲା କୂଅ ପାଣି ପିଉଛନ୍ତି ଗ୍ରାମବାସୀ
ଯାଜପୁର,୫ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମବାସୀ ଖୋଲା କୂପ ପାଣି ପିଉଛନ୍ତି। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ବିଭାଗୀୟ…
ଅବହେଳିତ ଅବସ୍ଥାରେ ବିଡ଼ି ଶ୍ରମିକ
ବ୍ରହ୍ମବରଦା,୫ା୧(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକମାନେ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବିଡ଼ି ନିର୍ମାଣକୁ ସେମାନେ ବେଉଷା ଭାବେ ବାଛିନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନକ…
ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ
ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ ପକ୍ଷୀଙ୍କ…
ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ
କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।…
ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ
କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ। ଆମ…
ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ଜୟପୁର,୫ା୧(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବ୍ଲକ ପାତ୍ରପୁଟସ୍ଥିତ ଘରେ ରହୁଥିବା ପଦ୍ମଶ୍ରୀ କମଳା ପୂଜାରୀ ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଜିଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କୁ…
ଆଜିଠୁ ଭିତରକନିକା ବନ୍ଦ
ରାଜନଗର, ୫ା୧ (ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିଲାଗି ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ…
ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ
ବାଲୁଗାଁ,୫ା୧(ସଂଗ୍ରାମ ପାଇକରାୟ):ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୮ପ୍ରଜାତିର ୧୦ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଥିବା ବେଳେ ସ୍ଥାନୀୟ ୭୯…
ଭୋଜି କରିବାକୁ ଯାଇଥିବା ୨ ଭଉଣୀଙ୍କୁ ବଳାତ୍କାର ଉଦ୍ୟମ: ଧରାପଡ଼ିଲେ ୨ ଅଭିଯୁକ୍ତ
କୋକସରା,୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଏକ ଗ୍ରାମର ୨ ଭଉଣୀ ନିଜ ଚାକର ସହ ନୂଆବର୍ଷରେ ଗାଁନିକଟରେ ଥିବା ଡଙ୍ଗରିକୁ ବଣଭୋଜି କରିବାକୁ ଯାଇଥିଲେ। ସାନ ଭଉଣୀ ଏକୁଟିଆ ଫଟୋ ଉଠାଉଥିବା ସମୟରେ ୨ଜଣ ଯୁବକ…
ଡ୍ରେନ ସଫା କରିବାକୁ କହିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ବ୍ୟବସାୟୀ
କେସିଙ୍ଗା,୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଗ୍ରାମପଞ୍ଚାୟତ ପକ୍ଷରୁ ଆସନ୍ତା ଶୁକ୍ରବାର କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ପଞ୍ଚାୟତରେ ଗୁରୁବାର ସଫେଇ କାର୍ଯ୍ୟ ଚାଲିଥିଲା। ସେତିକିବେଳେ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବ୍ୟବସାୟୀ କରୁଥିବା କୂଳଦୀପ…
ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର
ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ…
ମା’ଙ୍କୁ ହରାଇଥିଲେ, ଏବେ ବାପା ଚାଲିଗଲେ: ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଟିଏ ନାହିଁ
କେନ୍ଦୁଝର,୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ବ୍ରାହ୍ମଣୀ ଗାଁର ମା’ବାପା ଛେଉଣ୍ଡ ମହେଶ ନାଏକ (୮) ଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସାମାଜିକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ତାଙ୍କର ମା’ ୨୦୨୨ ରେ…

