ଏମିତି ବାପା ଯିଏ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲେ
ବରଗଡ଼,୧୧।୨: ୫ ମାସର ଶିଶୁ ପୁତ୍ରକୁ କଚାଡ଼ି ମାରିଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ। ଘଟଣାରେ ସମ୍ପୃକ୍ତ ହେମନ୍ତ ଭୁଏ ଶନିବାର ରାତିରେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ…
ଝାରସୁଗୁଡ଼ା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ
ଝାରସୁଗୁଡ଼ା,୧୧।୨: ରବିବାର ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ୪ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୯ ଜଣ ଗୁରୁତର। ଯାତ୍ରୀଙ୍କୁ ଧରି ବେଲପାହାଡ଼ ଅଭିମୁଖେ ଯାଉଥିବା ବେଳେ…
ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍ପିଙ୍କ କାର, ପରେ…
ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ…
ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି…
ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର
ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ…
ଚିନାବାଦାମ ଚାଷ ଦେଇଛି ରୋଜଗାର
କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମପଞ୍ଚାୟତ ପୁଟିଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ୨ ଏକର ଆଟ କିସମ ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟିଗାଁ ଚାଷୀ ମୁକ୍ତି ସିଆନ…
ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ
ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ…
ଅନୁଦାନ ଫେରୁଛି, ହୋଇପାରୁନି ଏସ୍ଟିପି ପ୍ଲାଣ୍ଟ
ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ…
ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ
ତେନ୍ତୁଳିଖୁଣ୍ଟି, ୧୧।୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ବାମନବସା ଗାଁ। ଏହା ଉପରେ ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏମାନଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ, ପ୍ରାକ୍ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା ଅପହଞ୍ଚ। ସ୍ନାନ ଶୌଚ ପାଇଁ ଏକମାତ୍ର…
କୁଟୀରଶିଳ୍ପରେ ପରିଣତ ହେଲାଣି ବେଆଇନ ଇଟାଭାଟି
ଢେଙ୍କାନାଳ,୧୧ା୨(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର କଣ୍ଟାବଣିଆ ଥାନା ଓ ମୋଟଙ୍ଗା ଥାନା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀକୂଳ ଅଞ୍ଚଳରେ ଚାଲିଛି ବେଆଇନ ନାଲି ଇଟାଭାଟି ବେପାର। ବହୁ ପରିମାଣର ଇଟାଭାଟି ଏଠାରେ ଥିବାବେଳେ ଦୈନିକ ନୂଆ ନୂଆ ଭାଟି କରାଯାଇ…
ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର
କେନ୍ଦୁଝର,୧୧ା୨(ଦୀପକ ମିଶ୍ର)ରାଜ୍ୟ ସରକାର ଏବେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି। ମାତ୍ର ଏବେ ବି ଏଭଳି ଅନେକ ଓଡ଼ିଆ ଭାଷା ଅଛି ଯାହା ଭାଷା ଅନୁଯାୟୀ ଉଚ୍ଚାରଣ ଓ ବର୍ଣ୍ଣନା କରାଯାଉଛି। ସେଥି…
କଳାପଥର ଲୁଟ ନିୟନ୍ତ୍ରଣ ବାହାରେ
ଯାଜପୁର,୧୧ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟ ଇସ୍ପାତ ଓ ଖଣି ବିଭାଗକୁ ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଦାୟିତ୍ୱ ମିଳିବାର ପ୍ରାୟ ୧୦ ମାସ ଅତିକ୍ରାନ୍ତ ହୋଇସାରିଛି। ଇତିମଧ୍ୟରେ ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଖୋଲିଛି। ଏହାପରେ ଜିଲାରେ…

