ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ପାପୁଲି

ଧର୍ମଗଡ଼,୯ା୧୧(ଘାସିରାମ ଜଗତ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗାଁରେ। ଆହତ ଯୁବକ ଜଣକ ସେହି ଗ୍ରାମର ପିଣ୍ଟୁ ପଟେଲ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ରାତିରେ ପିଣ୍ଟୁ ବାଣ ଫୁଟାଉଥିବା ସମୟରେ ହଠାତ୍‌ ଏକ ବାଣ ତାଙ୍କ ହାତରେ ହିଁ ଫୁଟି ଯାଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ତାଙ୍କ ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି। ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରି ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରୋହିତ ଶର୍ମା, ଜାଣନ୍ତୁ କେତେ ନିକଟରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳର ଜଣେ କିମ୍ବଦନ୍ତୀ ବ୍ୟାଟର ରୋହିତ ଶର୍ମା, ଦିନିକିଆ (ODI) କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି। ସେ ହେଉଛନ୍ତି ଏକମାତ୍ର ବ୍ୟାଟର…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜକୁ ନେଇ ଆସିଲା ବଡ଼ ଖବର: ଦଳରେ ଯୋଗଦେବେ ୩ ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର…

ଦୀପାବଳି ଅବସରରେ ଅଭିଜିତ ଦିପକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ବାର୍ତ୍ତା କହିଲେ, ‘ମୁଁ ବୁଝିପାରୁନାହିଁ…’

ନୂଆଦିଲ୍ଲୀ,୯।୧୧: ‘କକରୋଚ ଜନତା ପାର୍ଟି’ର ତିନିଜଣ ପ୍ରମୁଖ ନେତା ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଅଭିଜିତ ଦିପକେ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମରେ…

ଡିଏଚ୍‌ଏଚ୍‌ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମିଳିଲାନି ପୋଡ଼ା ଘା’ ମଲମ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ

ସମ୍ବଲପୁର,୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ପୋଡ଼ା ରୋଗୀଙ୍କୁ ଅତ୍ୟାବଶ୍ୟକୀୟ…

ଗୁଜୁରାଟ ଟାଇଟନ୍ସରେ ଯୋଗଦେବାକୁ ପ୍ରସ୍ତୁତ ଆଶୁତୋଷ ଶର୍ମା! ଦିଲ୍ଲୀ କ୍ୟାପିଟାଲ୍ସକୁ ଦିଆଗଲା ଟ୍ରେଡ ପ୍ରସ୍ତାବ

ନୂଆଦିଲ୍ଲୀ,୯।୧୧: IPL 2027 ପାଇଁ ସମସ୍ତ ୧୦ଟି ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ମାସରେ ଗୋଆରେ IPL 2027 ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ,…

ଦୀପାବଳିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଆସିଲା ନୂଆ ଅତିଥି, ନିଜ ପରିବାର ସହ ଖୁସି ମନାଇଲେ କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତର ଦମଦାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ଧନତେରସ ଏବଂ ଦୀପାବଳିର ଶୁଭ ଅବସରରେ, ସେ ଏକ ‘ଟାଟା ସିଏରା’…

ମହମ୍ମଦ ସାମିଙ୍କୁ ନେଇ ଏମିତି କହିଲେ ଟିମ ଇଣ୍ଡିଆର ବୋଲିଂ କୋଚ, ଯାହା ହେଲାଣି ଭାଇରାଲ

ନୂଆଦିଲ୍ଲୀ,୯।୧୧: ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି; ସେ ଗତ ଶୁକ୍ରବାର ନିଜର ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଏହାର ଦୁଇ…

ଭୟଙ୍କର ଟ୍ରେନ ଦୁର୍ଘଟଣା: ଦୁଇଟି ଟ୍ରେନ ମଧ୍ୟରେ ଧକ୍କା; ୭ ମୃତ, ୧୦୦ ଆହତ

କାଏରୋ,୯।୧୧: ଇଜିପ୍ଟର ରାଜଧାନୀ କାଏରୋ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ୨୦୨୬ ନଭେମ୍ବର ୮ରେ, ଗିଜାରୁ ଫାଇୟୁମ ଅଭିମୁଖେ ଯାଉଥିବା ଏକ ଟ୍ରେନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?