ରୋଚକ ହେଉଛି କନ୍ଧମାଳ ରାଜନୀତି

ଫୁଲବାଣୀ, ୫ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥି ଘୋଷଣା କରିଛନ୍ତି। କେବଳ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ଦେଇନାହିଁ ା ଯେଉଁମାନଙ୍କୁ ଦଳ ପ୍ରାର୍ଥି କରିଛି ତାହାକୁ ନେଇ ଏବେ ସିବୁଠି ଅସନ୍ତୋଷ ସ୍ବର ା ଦିନକୁ ଦିନ ରୋଚକ ହେଉଛି କନ୍ଧମାଳ ରାଜନୀତି ା ପ୍ରତ୍ୟେକ ଦଳରେ ପ୍ରାର୍ଥିତ୍ୱକୁ ନେଇ ଏବେ ବିଦ୍ରୋହ ଆରମ୍ଭ ହୋଇଛି ା
ଫୁଲବାଣୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି ା ସେ ଚଳିତ ନିର୍ବାଚନରେ ତାଙ୍କ ଭଉଣୀ ଅନୀମା କହଁର ଯିଏ କି ଏବେ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅଛନ୍ତି, ତାଙ୍କୁ ବିଧାୟିକା ପ୍ରାର୍ଥୀ କରିବାକୁ ଆବେଦନ କରିଥିଲେ। ହେଲେ ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେଲାନାହିଁ ା ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କଲା ା ଗୁରୁବାର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଅନ୍ୟ ସମର୍ଥକଙ୍କ ସହ ମିଶି ସହରରେ ପଦ୍ମନାଭ ଏବଂ ବିଧାୟିକା ପ୍ରାର୍ଥି ଜୟଶ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି। ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ। ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି। ଆବଶ୍ୟକ ପଡିଲେ ଦେବେନ୍ଦ୍ର ସ୍ବାଧୀନପ୍ରାର୍ଥି ଭାବେ ଲଢ଼ିବେ ବୋଲି ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି। ସେହିପରି ଭାଜପା ଉମା ଚରଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଆଶାୟୀ ଥିବା ଅନ୍ୟ ପ୍ରାର୍ଥୀମାନେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ା ହୁଏତ ସେମାନେ ଦଳ ଛାଡିବେ, ନ ଚେତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ା କଂଗ୍ରେସରେ ଫୁଲବାଣୀରେ ଯଦିଓ କିଛି ସ୍ବର ଉଠିନାହିଁ, ଭିତରେ କନ୍ଦଳ ଥିବା ପରିଲକ୍ଷିତ ହେଉଛି ା
ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ସାଲୁଗା ପ୍ରଧାନଙ୍କୁ ପ୍ରଥମରୁ ପ୍ରାର୍ଥୀ କରିଛି ା ଭାଜପା ଏବଂ କଂଗ୍ରେସ ଗୋଟିଏ ଦିନରେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି ା କଂଗ୍ରେସ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ା ସେଠାରେ ଥିବା ୨୦୦ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ବିରୋଧ କରିବା ସହ ପ୍ରାର୍ଥୀ ବଦଳାଇବାକୁ ଚେତାବନୀ ଦେଇଛନ୍ତି ା
ସେହିପରି ବାଲିଗୁଡାରେ ଭାଜପା କଳ୍ପନା କୁମାରୀ କହଁରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ା ସୁରଦାଙ୍କୁ ନେଇ ମଧ୍ୟ କିଛି ସ୍ଥାନରେ ବିରୋଧର ସ୍ବର ଉଠିଛି ା ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ କର୍ମକର୍ତା ସୁରଦା ଆଦିବାସୀ ନୁହଁ‘ି ବୋଲି ଉପ ଜିଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଧାୟକ ଥିବା ଚକ୍ରମଣୀ କହଁରଙ୍କୁ ଦଳ ପ୍ରାର୍ଥି କଲେ ବିଦ୍ରୋହ ଜୋରଦାର ହେବ ବୋଳି କିଛି ଦଳୀୟ ନେତାଙ୍କ ପାଖରୁ ଖବର ମିଳିଛି। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ ଅନୁରୁପ ଅବସ୍ଥା ା ବିଜେଡି ଅଚ୍ୟୁତ୍‌ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକ, ଭାଜପା ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ା ବିଜେଡିରେ ସେପରି କିଛି କନ୍ଦଳ ଦେଖା ଦେଇ ନ ଥିବା ବେଳେ ଅନ୍ୟ ଦୁଇ ଦଳ ମଧ୍ୟରେ ଛକାପଞ୍ଚା ଲାଗିଛି ା ଭାଜପା ପ୍ରାର୍ଥୀ ସୁକାନ୍ତଙ୍କୁ ହଟାଇ ଜିଲାର କାହାକୁ ବି ହେଲେ ପ୍ରାର୍ଥୀ ଦଳୀୟ ନେତା ଦାବି କରି ଆସୁଛନ୍ତି ା ଆଜି ଯାଏ ଏହି ଘଟଣାର ସମାଧାନ ହୋଇନାହିଁ। ସେହିପରି କଂଗ୍ରେସରେ ଅମୀର ଚାନ୍ଦ ନାୟକଙ୍କୁ ଏମ୍‌ପି ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟ ଆଶାୟୀ ଥିବା ପ୍ରାର୍ଥିଙ୍କୁ ନିରାଶ ହେବାକୁ ପଡ଼ିଛି ା ଫଳରେ ଦଳୀୟ କନ୍ଦଳ ଏକ ପ୍ରକାର ସ୍ପଷ୍ଟ ହୋଇଛି ା କଂଗ୍ରେସ ଏକ ହୋଇ ଲଢ଼ିବାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri