ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଚାଲିଛି। ଭାଜପା ଟିକେଟ ନ ପାଇବାରୁ ଦିଲୀପ ନାୟକ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପରେ ବିଜେଡି ସମୀକରଣ ବଦଳିବା ନେଇ ଆଲୋଚନା ହେଲାଣି।
ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ସୁବ୍ରତ ଛାଟୋଇ, ଜିତେନ୍ଦ୍ର ମହାନ୍ତି ଟିକେଟ ଲବିରେ ଥିବା ବେଳେ ଦିଲୀପ ନୂଆ ଭାବେ ଆଶାୟୀ ତାଲିକାରେ ଯୋଡ଼ି ହୋଇଛନ୍ତି। ପୁଣି କୁହାଯାଉଛି, ବିଜେଡି ଏହି ଆସନରେ ମହିଳାଙ୍କୁ ଗୁରୁତ୍ୱ ଦେଇପାରେ। ସୁଶ୍ରୀ ରୋଜାଲିନ ନାୟକ, ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ୬ଥର ଜିଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ୨୦୦୯ରୁ କ୍ରମାଗତ ସମୀର ଦାଶ ଜିତି ଚାଲିଛନ୍ତି। ୨୦୦୯ରେ କଂଗ୍ରେସରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ ସତ୍ୟବ୍ରତ ପାତ୍ର ଓ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ ଦିଲୀପ l ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦିଲୀପ କଂଗ୍ରେସ ଛାଡି ପଦ୍ମ ଧରିଥିଲେ। ଏବେ ଟିକେଟ ପ୍ରତିଶ୍ରୁତି ପାଇବା ପରେ ଦିଲୀପ ବିଜେଡିରେ ଯୋଗଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ହାତ ଛାଡି ଶଙ୍ଖ ଧରିଥିଲେ ସତ୍ୟବ୍ରତ। ସିଏ ରାଜନୀତିରେ ଜଣେ ପୋଖତ ଖେଳୁଆଡ଼। ଏଥର ଦଳୀୟ ଟିକେଟ ଆଶାରେ ସେ ଅଛନ୍ତି। ୨୦୧୯ ଶିକ୍ଷାବିତ୍‌ରୁ ପ୍ରତ୍ୟକ୍ଷ ରାଜନୀତିରେ ରୁଚି ରଖିଥିବା ସୁବ୍ରତ ଛାଟୋଇ ଏବେ ନିମାପଡ଼ାରେ ବିଜେଡି ମଙ୍ଗ ଧରିବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ବର୍ଷେ ତଳୁ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ନିଜକୁ ସାମିଲ କରି ଜନସମର୍ଥନ ହାସଲ କରିଚାଲିଛନ୍ତି। ସେହିଭଳି କର୍ପୋରେଟର କ୍ଷେତ୍ରରୁ ରାଜନୀତିରେ ପାଦ ରଖିଥିବା ଜିତେନ୍ଦ୍ର ମହାନ୍ତି ଦଳୀୟ ଟିକେଟ ଲବିରେ ପ୍ରମୁଖ ଦାବିଦାର ରହିଛନ୍ତି।
ସୁଶ୍ରୀ ରୋଜାଲିନ ନାୟକ ପାଇଲଟ ଭାବେ ପ୍ରଶିକ୍ଷଣ ନେବା ପରେ ସିଧାସଳଖ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ନିମାପଡା ନଗରପାଳ ସସ୍ମିତା ସାହୁ ଦଳୀୟ ଟିକେଟ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି ଓ ଭୁବନେଶ୍ୱରରେ ରହି ରାଜ୍ୟ ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗରେ ଥିବା କୁହାଯାଉଛି। ଛଅ ଥର ଜିଲା ପରିଷଦ ଭାବେ ଶଙ୍ଖ ଚିହ୍ନରୁ ଜିତି ରେକର୍ଡ ସୃଷ୍ଟି କରିଛନ୍ତି କୁଞ୍ଜଲତା ସାମଲ। ତାଙ୍କର ମଧ୍ୟ ବିଜେଡି ଟପ୍‌ ନେତାଙ୍କ ସହ ଭଲ ଯୋଗାଯୋଗ ରହିଛି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଦଳ କାହାକୁ ଟିକେଟ ଦେବ ସେନେଇ ବିଜେଡି ଶୀର୍ଷ ନେତୃତ୍ୱ ଦ୍ବନ୍ଦ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri