ଆମ ଜିଲା ଖବର

ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ

ବଲାଙ୍ଗୀର,୧୨ା୨(ବୀରେନ୍ଦ୍ର କୁମାର ଝାଙ୍କର):ବରିଷ୍ଠ ରାଜନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ଦୀର୍ଘ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି ରବିବାର ବଲାଙ୍ଗୀର ଫେରିଛନ୍ତି। ସେ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲା ସୀମାରେଖାର ବଇରାସରଠାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ତାଙ୍କୁ…

ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ

ମଙ୍ଗୁଳି-ଜଗତପୁର,୧୨ା୨(ମାନସ ସାମଲ):ଚୌଦାର-କଟକ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ନଖରା ପଞ୍ଚାୟତସ୍ଥିତ ହାଟପଡ଼ିଆରେ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଳଗଁା ସରପଞ୍ଚ ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ନୁଣ୍ଟିଗିରି ଛକ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ଭାଜପା ରାଜ୍ୟ ସଭାପତି…

ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ

ସମ୍ବଲପୁର,୧୨ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁରୀ ଗୀତ, ନୃତ୍ୟ, ବାନ୍ଧକଳା, ବସ୍ତ୍ର ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଏଥିରୁ ବାଦ୍‌ ପଡିନି ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ। ଏହା ମଧ୍ୟରେ ସରସତିଆ ଅନ୍ୟତମ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ…

ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ

ମୋହନା,୧୨ା୨(ମନ୍ମଥ ମିଶ୍ର):ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର। ଶାରୀରିକ ଅକ୍ଷମତା ସହ ଦାରିଦ୍ର୍ୟ କାରଣ ପରିସ୍ଥିତି ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ…

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୨/୨ (ଗିରିଧାରୀ ପରିଛା):ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ ପାଇଁ ଗୋଟିଏ ଭଲ ରାସ୍ତା ନିର୍ମାଣ କରାଯାଇ ପାରିନାହିଁ। ଅନେକଥର ନିଜ ଗାଁ ରାସ୍ତା ସମସ୍ୟା ଗୁମ୍ମା ବ୍ଲକ ପ୍ରଶାସନଠାରୁ…

ବାଇପାସ୍‌ ରାସ୍ତା ନିର୍ମାଣ: ପୋତିହେଲାଣି କେନାଲ ଶଯ୍ୟା

ପଟ୍ଟାମୁଣ୍ଡାଇ,୧୨/୨(କଳ୍ପତରୁ ନାୟକ):କଟକ ଜଗତପୁରଠାରୁ ବାହାରିଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ଅଳଭା-ଗଣ୍ଡାକିଆ-କୋରିଆପଲା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ଖାମଖିଆଲି ନୀତି ଏବଂ ପୂର୍ତ୍ତ ବିଭାଗର ଅଣଦେଖା ପାଇଁ ଠିକାଦାର କେନାଲ ବନ୍ଧକୁ ହାଣି…

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

ଯାଜପୁର,୧୨ା୨(ହର୍ଷବର୍ଦ୍ଧନ ବେହେରା):ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା କାରଣରୁ କେତେକ ଯୋଜନା…

ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର

କଟକ,୧୨ା୨(କାର୍ତ୍ତିକ ସାହୁ):ପୋଲିସ ପରିଚୟ ଦେଇ ଲୁଟ୍‌ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲା ସରେଇଁ ମାମରାଜ ଥାନା ଅଞ୍ଚଳର ରୋହିତ ପାଣ୍ଡେ ଓ ଭବେଶ…

ବିବାହ ପ୍ରତିଶ୍ରୁତି ଦେଇ ୨ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ କନିଷ୍ଠ ଯନ୍ତ୍ରୀ: ଆଉ ତା’ପରେ…

ବାରିପଦା,୧୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବିବାହର ପ୍ରତିଶ୍ରୁତି ଦେଇ ୨ ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଜଳସେଚନ ବିଭାଗରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା

ପାତ୍ରପୁର,୧୨ା୨(ଉମା ଚରଣ ନେପାକ):ଗଞ୍ଜାମ ଜିଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣିନେଇ ପିଟି ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ମୃତକ ହେଲେ ଗୁରୁବାରିଆ ଡାକୁଆ।…

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର,୧୧ା୨(ସୁବାସ ଚନ୍ଦ୍ର ପାଢ଼ୀ)- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓରଫ ଚିନାଲି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚିନାଲି ଗୋଇଲୁଣ୍ଡି ଶ୍ରୀନଗର ଛକରେ ଛିଡ଼ା…

ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି,୧୧ା୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ରବିବାର ରାତିରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଉଛନ୍ତି। ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ପଲିଥିନ ଓ ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଛି। ନିଆଁ କିଭଳି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?